IPL 2022 ପରେ, ଏହି 3 ଜଣ ଖେଳାଳିଙ୍କ କ୍ୟାରିଅର୍ ହେବ ସମାପ୍ତ, ଲିଷ୍ଟ ରେ ଅଛି ବଡ଼ ବଡ଼ ଖେଳାଳିଙ୍କ ନାମ

  1. Home
  2. IPL Special

IPL 2022 ପରେ, ଏହି 3 ଜଣ ଖେଳାଳିଙ୍କ କ୍ୟାରିଅର୍ ହେବ ସମାପ୍ତ, ଲିଷ୍ଟ ରେ ଅଛି ବଡ଼ ବଡ଼ ଖେଳାଳିଙ୍କ ନାମ

csk vs mi


କ୍ରିକେଟ୍ ଖବର : IPL 2022 ର 15 ତମ ସିଜନ୍ ଧୀରେ ଧୀରେ ପ୍ଲେ ଅଫ୍ ସ୍ତରରେ ପହଞ୍ଚୁଛି। ବର୍ତ୍ତମାନ ଲିଗରେ ସମୁଦାୟ 13 ଟି ମ୍ୟାଚ୍ ବାକି ଅଛି ଯେଉଁଥିରେ ସମସ୍ତ ଦଳ ପ୍ଲେ ଅଫ୍ ପାଇଁ ଲଢ଼େଇ କରୁଛନ୍ତି। ଏସବୁ ବ୍ୟତୀତ, କିଛି ଖେଳାଳୀ ଅଛନ୍ତି ଯେଉଁମାନେ ଏହି ସିଜନରେ ଶେଷ ଥର ପାଇଁ ଖେଳୁଥିବା ଦେଖିବାକୁ ମିଳିବେ। 

ତେବେ ଆଜି ଆମେ ଆପଣଙ୍କୁ ତିନିଜଣ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କି ଟି -20 କ୍ୟାରିୟର ଏହି ସିଜନ ପରେ ଶେଷ ହେବ। ଏହାର କାରଣ ହେଉଛି ସେମାନଙ୍କର ପ୍ରଦର୍ଶନ। ଆଶା କରାଯାଉଛି ଯେ ଆସନ୍ତା ସିଜନରେ ଯେକୌଣସି ଫ୍ରାଞ୍ଚାଇଜ୍ ଏହି ତିନି ଖେଳାଳିଙ୍କ ଉପରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଦଶଥର ଚିନ୍ତା କରିବେ। ତେବେ ଚାଲନ୍ତୁ ଜାଣିବା ସେହି ଖେଳାଳିମାନଙ୍କ ବିଷୟରେ...

1) ଡୁୱେନ ବ୍ରାଭୋ :

Bravo

ଚେନ୍ନାଇ ସୁପର କିଙ୍ଗ୍ସର (CSK) ଅଲରାଉଣ୍ଡର ଖେଳାଳି ଡୁୱେନ ବ୍ରାଭୋ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା।ସେ ଅନେକ ସମୟରେ ମ୍ୟାଚର ଗତି ବଦଳାଇଥିବାର ନଜର ଆସିଛନ୍ତି। ଏହି ଖେଳାଳି ବୋଲିଂ ଠାରୁ ଆରମ୍ଭ କରି ବ୍ୟାଟିଂ ପର୍ଯ୍ୟନ୍ତ ସଭିରେ ପାରଙ୍ଗମ । କିନ୍ତୁ ଚଳିତବର୍ଷ ଆଇପିଏଲରେ ବ୍ରାଭୋଙ୍କ ଯାଦୁ କାମ କରିନାହିଁ। ଏଭଳି ପରିସ୍ଥିତିରେ ଆଗାମୀ ସିଜନର ଆଇପିଏଲରେ କୌଣସି ଦଳ ଏହି ଖେଳାଳିଙ୍କୁ ସେମାନଙ୍କ କ୍ୟାମ୍ପରେ ଅନ୍ତର୍ଭୁକ୍ତ କରିବାକୁ ଚାହିଁବେ ନାହିଁ ବୋଲି ଆଶା କରାଯାଉଛି। 

2) କିରେନ୍ ପୋଲାର୍ଡ : 

Dwayne Bravo's hilarious post about Kieron Pollard goes viral

ଏହି ସିଜନରେ ଅସଫଳ ବ୍ୟାଟ୍ସମ୍ୟାନ୍ ତାଲିକାରେ କିରେନ୍ ପୋଲାର୍ଡଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି। ସେ ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ (MI) ପାଇଁ ମୋଟ 11 ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ 144 ରନ୍ ସଂଗ୍ରହ କରିଛନ୍ତି। ତେବେ ମୁମ୍ବାଇ ଇଣ୍ଡିଆନ୍ସ (MI) ର ଫିନିସର୍ ଭାବରେ ଜଣାଶୁଣା ପୋଲାର୍ଡଙ୍କୁ ବର୍ତ୍ତମାନ 35 ବର୍ଷ ବୟସ। ଏହା ତାଙ୍କ ଖେଳକୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ, ଏହି ସିଜନ ପରେ ପୋଲାର୍ଡ ଆଉ ଆଇପିଏଲ୍ ଖେଳିବେ ନାହିଁ ବୋଲି ଆଲୋଚନା ହେଉଛି। 

3) ବିଜୟ ଶଙ୍କର : 

vijay shankar

1.4 କୋଟି ଟଙ୍କାରେ ଗୁଜୁରାଟ ଟାଇଟାନ୍ସର ଅଂଶ ହୋଇଥିବା ବିଜୟ ଶଙ୍କର, ଦଳକୁ ଗୋଟିଏ ବି ମ୍ୟାଚ ଜିତାଇବାରେ ସାହାଯ୍ୟ କରିନାହାଁନ୍ତି।  ସେ ଏହି ସିଜନରେ ଚାରିଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ମାତ୍ର 19 ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି।ଏହା ବ୍ୟତୀତ ବୋଲିଂରେ ତାଙ୍କର ପ୍ରଦର୍ଶନ ମଧ୍ୟ ବିଶେଷ ଫଳପ୍ରଦ ହୋଇନାହିଁ। ତାଙ୍କୁ ଏପର୍ଯ୍ୟନ୍ତ ଗୋଟିଏ ୱିକେଟ୍ ମିଳିନାହିଁ।  ଏପରି ପରିସ୍ଥିତିରେ, କୌଣସି ଦଳ ଏହି ଖେଳାଳିଙ୍କୁ ଆଗାମୀ ସିଜନରେ ନିଜ କ୍ୟାମ୍ପରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁନାହାଁନ୍ତି ବୋଲି ଅନୁମାନ କରାଯାଉଛି।