ଏହି 3 ନୂତନ ଘାତକ ଖେଳାଳି ଯୋଗୁଁ ଧୋନି ଅଧିନାୟକତ୍ୱ ଛାଡିବା ପରେ ମଧ୍ୟ ଟ୍ରଫି ଜିତିବ CSK

  1. Home
  2. IPL Special

ଏହି 3 ନୂତନ ଘାତକ ଖେଳାଳି ଯୋଗୁଁ ଧୋନି ଅଧିନାୟକତ୍ୱ ଛାଡିବା ପରେ ମଧ୍ୟ ଟ୍ରଫି ଜିତିବ CSK


୫ ଥର IPL ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମାର୍ଚ୍ଚ ୨୨ ତାରିଖରୁ ଏହାର ଅଭିଯାନ ଆରମ୍ଭ କରିବାକୁ ଯାଉଛି, ଦଳ ପ୍ରଥମ ମ୍ୟାଚରେ ଆରସିବି ସହିତ ମୁହାଁମୁହିଁ ହେବ। ଆଇପିଏଲ୍ ୨୦୨୩ରେ ଏମ୍ଏସ୍ ଧୋନିଙ୍କ ଦଳର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥର ମଧ୍ୟ ସିଏସକେ ଖେଳାଳିଙ୍କ ଠାରୁ ସମାନ ପ୍ରଦର୍ଶନ ଆଶା କରିବ ନିଶ୍ଚିତ।

ତେବେ ଆଇପିଏଲ୍ ୨୦୨୪ ପୂର୍ବରୁ ସିଏସକେ ରୁତୁରାଜ ଗାଇକୱାଡଙ୍କୁ ନୂତନ ଅଧିନାୟକ ଭାବରେ ଘୋଷଣା କରିଛି। ଏହି ସମୟରେ, ଦଳ ଆଇପିଏଲ୍ ୨୦୨୪ ନିଲାମରେ ନିଜ ଦଳରେ କିଛି ନୂତନ ଖେଳାଳିଙ୍କୁ ଯୋଡିଥିଲା ​​ଏବଂ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରିଥିଲା। ତେବେ, ଆସନ୍ତୁ ଏଭଳି ୩ ନୂଆ ଖେଳାଳିଙ୍କ ବିଷୟରେ ଜାଣିବା ଯେଉଁମାନେ ନିଜ ପ୍ରଦର୍ଶନ ଭଲରେ ସିଏସକେକୁ ଚଳିତ ସିଜନ ଚାମ୍ପିଅନ୍ କରାଇପାରିବେ।

Rachin rabindra

ରଚିନ୍ ରବିନ୍ଦ୍ର:- ଡିସେମ୍ବର ୧୯ ରେ ଦୁବାଇରେ ଅନୁଷ୍ଠିତ ମିନି ନିଲାମରେ ସିଏସକେ ରାଚିନ୍ ରବିନ୍ଦ୍ରଙ୍କୁ ନିଜ ଦଳର ଅଂଶ କରିଥିଲା। ଭାରତରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ ରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ରାଚିନ୍ ରବିନ୍ଦ୍ର ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ସୁଯୋଗ ପାଇପାରନ୍ତି। କାରଣ ଦଳର ନିୟମିତ ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ଆହତ ହୋଇଥିବା କାରଣରୁ ବାହାରେ ରହିଛନ୍ତି। ଏଭଳି ପରିସ୍ଥିତିରେ ରବିନ୍ଦ୍ର ସୁଯୋଗ ପାଇବାକୁ ଆଶାବାଦୀ ଅଛନ୍ତି।

ଏଥର ସେ ସିଏସକେ ପାଇଁ ଓପନିଙ୍ଗ ବ୍ୟାଟ୍ସମ୍ୟାନ୍ ଭୂମିକା ଗ୍ରହଣ କରିପାରନ୍ତି। ନିକଟରେ ସେ ନ୍ୟୁଜିଲାଣ୍ଡ ପାଇଁ ଭଲ ପ୍ରଦର୍ଶନ କରିଥିଲେ।  ସେ ତାଙ୍କର ଶେଷ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୬୮ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ଏହା ବ୍ୟତୀତ ସେ ବିଶ୍ୱକପ ୨୦୨୩ ରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ୫୯.୪ ଆଭରେଜ୍ ସହିତ ୧୦ ଟି ମ୍ୟାଚରେ ୫୯୪ ରନ୍ ସ୍କୋର କରିଥିଲେ, ଯେଉଁଥିରେ ୩ ଶତକ ଏବଂ ୨ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ରହିଥିଲା। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଦେଖି ସିଏସକେ ମିନି ନିଲାମିରେ ତାଙ୍କ ଉପରେ ୧.୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା। 

Sameer rizvi

୨. ସମୀର ରିଜଭି:- ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ମିନି ନିଲାମରେ ସିଏସକେ ସମୀର ରିଜଭିଙ୍କୁ ୮.୪ କୋଟି ଟଙ୍କା ଖର୍ଚ୍ଚ କରି କିଣିଥିଲା। ସମୀର ମଧ୍ୟ ଆଇପିଏଲ୍ ୨୦୨୪ ନିଲାମରେ ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଅଟନ୍ତି। ସମୀର ସିଏସକେ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ ଉଭା ହୋଇପାରନ୍ତି। ସେ ୟୁପି ଟି-୨୦ ଲିଗ୍ ୨୦୨୩ ରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସମୀର ରିଜଭି ଏହି ଲିଗରେ ହାରାହାରି ୫୦.୫୬ ସହିତ ୪୫୫ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ସେ ୨ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ୧୨୨ ରନର ବିସ୍ଫୋରକ ଇନିଂସ ଦ୍ୱାରା ସମୀର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ କଥାଟି ହେଲା, ଖେଳାଯାଇଥିବା ୧୦ ଟି ମ୍ୟାଚରେ ସେ ୩୫ଟି ଛକା ଏବଂ ୩୮ଟି ଚୌକା ମାରିଥିଲେ। ଏଭଳି ପରିସ୍ଥିତିରେ ସମୀର ରିଜଭି ରାଉତରାଜ ଗାଇକୱାଡଙ୍କ ଅଧିନାୟକତ୍ୱରେ ଚମତ୍କାର ପ୍ରଦର୍ଶନ କରିପାରନ୍ତି।

Tushar deshpande

୩. ତୁଷାର ଦେଶପାଣ୍ଡେ:- ଏହି ତାଲିକାର ପରବର୍ତ୍ତୀ ନାମ ହେଉଛି ଦ୍ରୁତ ବୋଲର ତୁଶର ଦେଶପାଣ୍ଡେଙ୍କର, ଯିଏ ଆଇପିଏଲ୍ ୨୦୨୩ରେ ଚମତ୍କାର ବୋଲିଂ କରିଥିଲେ। ଆଇପିଏଲ୍ ୨୦୨୩ ରେ ଖେଳାଯାଇଥିବା ୧୬ ଟି ମ୍ୟାଚରେ ତୁଷାର ୨୬.୮୮ ଆଭରେଜ ଏବଂ ୯.୯୨ ଇକୋନୋମି ସହିତ ୨୧ଟି ୱିକେଟ ନେଇଥିଲେ।  ସିଏସକେ ତାଙ୍କୁ ୨୦୨୨ରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦଳରେ ସାମିଲ କରିଥିଲା।

ତାଙ୍କର ସାମ୍ପ୍ରତିକ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ ପାଣ୍ଡେ ରଣଜୀ ଟ୍ରଫି ୨୦୨୩-୨୪ ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଛତିଶଗଡ ବିପକ୍ଷରେ ତୁଷାର ୫ଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ସେ କ୍ୱାର୍ଟର ଫାଇନାଲ ମ୍ୟାଚରେ ବରୋଦା ବିପକ୍ଷରେ ୧୨୩ ରନର ଇନିଂସ ଖେଳିଥିଲେ। ଖେଳାଯାଇଥିବା ୭ ରଣଜୀ ମ୍ୟାଚରେ ସେ ୧୪ ୱିକେଟ୍ ନେଇଥିଲେ ଏବଂ ମୁମ୍ବାଇ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଫାଇନାଲରେ ମଧ୍ୟ ବିଦର୍ଭ ବିପକ୍ଷ ଦ୍ୱିତୀୟ ଇନିଂସରେ ସେ ଦୁଇଟି ୱିକେଟ୍ ନେଇଥିଲେ।  ଏଭଳି ପରିସ୍ଥିତିରେ, ତୁଷାର ପୁଣି ଥରେ IPL ୨୦୨୪ ରେ ସିଏସକେ ପାଇଁ ଟ୍ରମ୍ପ କାର୍ଡ ପ୍ରମାଣିତ ହୋଇପାରନ୍ତି।