କୋଟି କୋଟି ଟଙ୍କାର ଲୋଭ ଦେଲେ ମଧ୍ୟ ନିଜ ଫ୍ରାଞ୍ଚାଇଜ ଛାଡିବେ ନାହିଁ ଏହି ୩ ଖେଳାଳି! ଜାଣନ୍ତୁ କିଏ….​​​​​​​

  1. Home
  2. IPL Special

କୋଟି କୋଟି ଟଙ୍କାର ଲୋଭ ଦେଲେ ମଧ୍ୟ ନିଜ ଫ୍ରାଞ୍ଚାଇଜ ଛାଡିବେ ନାହିଁ ଏହି ୩ ଖେଳାଳି! ଜାଣନ୍ତୁ କିଏ….​​​​​​​


ଇଣ୍ଡିଆନ୍ ପ୍ରିମିୟର ଲିଗ୍ ତଥା ଆଇପିଏଲ୍ ହେଉଛି ବିଶ୍ୱର ସବୁଠାରୁ ଲାଭଜନକ ଲିଗ୍। ଭାରତର ଏହି ଘରୋଇ ଟୁର୍ନାମେଣ୍ଟରେ ଫ୍ରାଞ୍ଚାଇଜ୍ ମାନେ ନିଲାମରେ ଖେଳାଳି କିଣିବା ପାଇଁ ବଡ ବିଡ୍ କରିଥାନ୍ତି। ଯାହା ପରେ ଖେଳାଳିଙ୍କ ଭାଗ୍ୟ ରାତାରାତି ବଦଳିଯାଇଥାଏ। ଅନେକ ଥର ଦେଖାଯାଇଛି ଯେ, ଖେଳାଳିମାନେ ଅନ୍ୟ ଫ୍ରାଞ୍ଚାଇଜ୍ ଠାରୁ ଅଧିକ ଟଙ୍କା ପାଇବା ପରେ ଦଳ ପରିବର୍ତ୍ତନ କରିଥାନ୍ତି।

କିନ୍ତୁ, ଆମେ ଆପଣଙ୍କୁ ଏହିପରି ୩ ଜଣ ନାମୀଦାମି ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କୌଣସି ମୂଲ୍ୟରେ ବି ତାଙ୍କ ଫ୍ରାଞ୍ଚାଇଜ୍ କେବେ ପରିବର୍ତ୍ତନ କରି ନାହାନ୍ତି। ଏଥିମଧ୍ୟରୁ ଦୁଇ ଖେଳାଳି ଗତ ୧୭ ବର୍ଷ ଧରି ସମାନ ଦଳ ପାଇଁ ଖେଳୁଛନ୍ତି। ତେବେ ଆସନ୍ତୁ ସେହି ଖେଳାଳିମାନଙ୍କ ବିଷୟରେ ଜାଣିବା…

୧ - ବିରାଟ କୋହଲି:- ଟିମ୍ ଇଣ୍ଡିଆର ମହାନ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ସେ ଆଇପିଏଲରେ ବହୁତ ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି। ବିରାଟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ତରଫରୁ ଆଇପିଏଲରେ ଖେଳନ୍ତି। ସେ ଏହି ଦଳ ସହିତ ୨୦୦୮ ମସିହାରେ ଖେଳିବା ଆରମ୍ଭ କରିଥିଲେ। ତେବେ ଏହି ଦଳ ସହିତ ସେ ପ୍ରାୟ ୧୭ ବର୍ଷ ହେବ ଯୋଡ଼ି ହୋଇ ରହିଛନ୍ତି। କୋହଲି ଆଜି ବି ଏହି ଫ୍ରାଞ୍ଚାଇଜ୍ ତରଫରୁ ଖେଳୁଛନ୍ତି। ଯଦି ସେ ନିଲାମରେ ପ୍ରବେଶ କରନ୍ତି, ତେବେ କୋହଲି  ଆଇପିଏଲରୁ କୋଟି କୋଟି ଟଙ୍କା ପାଇ ପାରନ୍ତି।

Virat

କିନ୍ତୁ, ବିରାଟ ତାଙ୍କ ଦଳ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ଅଟନ୍ତି। ସେ କେବେବି ଏହି ଦଳ ଛାଡିବାକୁ ଚାହାଁନ୍ତି ନାହିଁ। ଆମେ ଆପଣଙ୍କୁ କହି ରଖୁଛୁ ଯେ ବିରାଟ, ଯିଏକି ୨୦୧୩ରେ ଆରସିବିର ପୂର୍ଣ୍ଣକାଳୀନ ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେ ୧୪୦ଟି ମ୍ୟାଚରେ ଅଧିନାୟକତ୍ୱ କରିଥିଲେ, ସେଥିମଧ୍ୟରୁ ସେ ୬୬ ଟି ମ୍ୟାଚ ଜିତିଥିବା ବେଳେ ୭୦ଟି ମ୍ୟାଚରେ ପରାଜୟ ବରଣ କରିଛନ୍ତି।

୨ - ରୋହିତ ଶର୍ମା:- ଏହି ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ମଧ୍ୟ ଅଛନ୍ତି। ରୋହିତ ୨୦୦୮ ମସିହାରେ ଆଇପିଏଲରେ ଡେବ୍ୟୁ କରିଥିଲେ। ସେ ଡେକାନ୍ ଚାର୍ଜର୍ସ ପାଇଁ ଆଇପିଏଲ୍ ଡେବ୍ୟୁ କରିଥିଲେ। ଏହା ପରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ପ୍ରବେଶ କରିଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ୨୦୧୩, ୨୦୧୫ ,୨୦୧୭ , ୨୦୧୯ ଏବଂ ୨୦୨୦ରେ ଆଇପିଏଲ୍ ଟାଇଟଲ୍ ଜିତିଛି।

Rohit

୩- ମହେନ୍ଦ୍ର ସିଂହ ଧୋନି:- ଏହି ତାଲିକାର ତୃତୀୟ ତଥା ଶେଷ ନାମ ହେଉଛି ମହେନ୍ଦ୍ର ସିଂ ଧୋନିଙ୍କର। ଆଇପିଏଲର ପ୍ରଥମ ସିଜନ୍ ନିଲାମ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ ଧୋନିଙ୍କୁ ୧.୫ମିଲିୟନ୍ ଆମେରିକୀୟ ଡଲାରରେ କିଣିଥିଲା। ସେ ନିଲାମରେ ସବୁଠାରୁ ଦାମୀ ଖେଳାଳି ଥିଲେ। ପରେ ସେ ଏହି ଦଳ ପାଇଁ ଭାଗ୍ୟବାନ ମଧ୍ୟ ପ୍ରମାଣିତ ହୋଇଥିଲେ। ଧୋନି ଚେନ୍ନାଇକୁ ମୋଟ ୫ ଥର ଆଇପିଏଲ୍ ଟାଇଟଲ୍ ଜିତାଇଛନ୍ତି।

Dhoni

ତେବେ ଧୋନି ଏହି ଫ୍ରାଞ୍ଚାଇଜ୍ ସହିତ ୧୭ ବର୍ଷ ଧରି ଜଡିତ ଅଛନ୍ତି।  ଆମେ ଆପଣଙ୍କୁ କହି ରଖୁଛୁ ଯେ, ମାହି ଏହି ଦଳ ସହିତ ତାଙ୍କର ଆଇପିଏଲ୍ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଏହି ଦଳ ସହିତ ତାଙ୍କର ଆଇପିଏଲ୍ କ୍ୟାରିଅର୍ ମଧ୍ୟ ଶେଷ କରିବେ। ଧୋନି ସିଏସକେ ପାଇଁ ୨୬୪ ଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ପ୍ରାୟ ୫୪୨୩ ରନ୍ ସଂଗ୍ରହ କରିଛନ୍ତି।