ଆଇପିଏଲ୍ ୨୦୨୫ର ସବୁଠାରୁ ଦୁର୍ବଳ ଅଟେ ଏହି ଦଳ! ଗୋଟିଏ ବି ମ୍ୟାଚ ଜିତିବା ପାଇଁ କରିବାକୁ ପଡିବ ସଂଘର୍ଷ….

  1. Home
  2. IPL Top News

ଆଇପିଏଲ୍ ୨୦୨୫ର ସବୁଠାରୁ ଦୁର୍ବଳ ଅଟେ ଏହି ଦଳ! ଗୋଟିଏ ବି ମ୍ୟାଚ ଜିତିବା ପାଇଁ କରିବାକୁ ପଡିବ ସଂଘର୍ଷ….


IPL ୨୦୨୫ ପାଇଁ ମେଗା ନିଲାମ ହୋଇଛି। ସମସ୍ତ ୧୦ ଟି ଦଳ ଆଗାମୀ ସିଜନ ପାଇଁ ଦଳ ଚୟନ କରି ସାରିଛନ୍ତି। ଆଇପିଏଲ୍ ଦଳ ସର୍ବନିମ୍ନ ୧୮ ଏବଂ ସର୍ବାଧିକ ୨୫ ଖେଳାଳି ଚୟନ କରିଥିଲେ। ଯାହା ପରେ କ୍ରିକେଟ୍ ସର୍କଲରେ ଶକ୍ତିଶାଳୀ ଏବଂ ଦୁର୍ବଳ ଦଳ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ଏହି ଆର୍ଟିକିଲରେ ଆମେ ଆଇପିଏଲର ସବୁଠାରୁ ଦୁର୍ବଳ ଦଳ ବିଷୟରେ କହିବାକୁ ଯାଉଛୁ।

Auction

ଆଇପିଏଲ୍ ୨୦୨୫ ର ୧୮ ତମ ସିଜନରେ ବହୁତ ଉତ୍ସାହଜନକ ହେବାକୁ ଯାଉଛି। କାରଣ, ଅନେକ ବଡ ଖେଳାଳି ଏଥର ସେମାନଙ୍କର ପୁରୁଣା ଫ୍ରାଞ୍ଚାଇଜ୍ ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିବ। କିନ୍ତୁ, ମେଗା ନିଲାମ ପରେ, ସମସ୍ତେ ପରସ୍ପର ସହିତ ତୁଳନା କରିବା ଆରମ୍ଭ କରିଛନ୍ତି ଯେ କେଉଁ ଦଳ ସବୁଠାରୁ ଶକ୍ତିଶାଳୀ ଏବଂ କେଉଁ ଦଳ ସବୁଠାରୁ ଦୁର୍ବଳ ଅଟେ। କ୍ରୀଡ଼ା ବିଶେଷଜ୍ଞମାନେ ସହମତ ହୋଇଛନ୍ତି ଯେ ରାଜସ୍ଥାନ ରୟାଲ୍ସ ଦଳ କମ୍ ଶକ୍ତିଶାଳୀ ଦେଖାଯାଉଛି। ଯେଉଁଥିପାଇଁ ତାଙ୍କୁ ୭.୭ ରେଟିଂ ଦିଆଯାଇଛି। ଏହି ରିପୋର୍ଟ ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ ଦଳ ସବୁଠାରୁ ଶକ୍ତିଶାଳୀ ବିବେଚିତ ହୋଇଛି।  ଯଦି ଆମେ ରେଟିଂ ବିଷୟରେ କହିବା, କ୍ରୀଡା ବିଶେଷଜ୍ଞମାନେ ଏହାକୁ ୮.୮ ରେଟିଂ ଦେଇଛନ୍ତି। 

Bowler

ମେଗା ନିଲାମ ପୂର୍ବରୁ ଆଇପିଏଲ୍ ଦଳ ଯେତେ ହୋମୱାର୍କ କରନ୍ତୁ ନା କାହିଁକି, ସେମାନେ ନିଜ ପସନ୍ଦର ଖେଳାଳି କିଣିବାରେ ସର୍ବଦା ଭୁଲ୍ କରନ୍ତି। ଦିଲ୍ଲୀର ଅଧିନାୟକ ଋଷଭ ପନ୍ତଙ୍କୁ ଦେଖନ୍ତୁ, ଫ୍ରାଞ୍ଚାଇଜ୍ ତାଙ୍କୁ ୨୬ କୋଟି ଟଙ୍କା ପର୍ଯ୍ୟନ୍ତ ବିଡ୍ କରିଥିଲା। କିନ୍ତୁ, LSG ତାଙ୍କୁ ୭୫ ଲକ୍ଷ ଟଙ୍କା ଅଧିକ ଦେଇ କିଣି ନେଇଥିଲା। 

Rr

ରାଜସ୍ଥାନ ରୟାଲ୍ସ ବିଷୟରେ କହିବାକୁ ଗଲେ ନିଲାମରେ ସେମାନଙ୍କ ଚିନ୍ତାଧାରା ସ୍ପଷ୍ଟ ଭାବରେ ଦର୍ଶାଉଥିଲା ଯେ ସେମାନେ ବୋଲିଂ ବିଭାଗକୁ ମଜବୁତ କରିବାକୁ ଚାହୁଁଛନ୍ତି। ଆମେ ଆପଣଙ୍କୁ କହିରଖୁଛୁ ଯେ ରାଜସ୍ଥାନ ମହେଶ ତୀକ୍ଷଣା (୪.୪୦ କୋଟି), ୱାନିନ୍ଦୁ ହାସାରଙ୍ଗା (୫.୨୫ କୋଟି), ଆକାଶ ମାଧୱାଲ (୧.୨୦ କୋଟି), କୁମାର କାର୍ତ୍ତିକେୟ ସିଂ (୩୦ ଲକ୍ଷ), ତୁଷାର ଦେଶପାଣ୍ଡେ (୬.୫୦ କୋଟି), ଫଜଲହକ୍ ଫାରୁକି (୨କୋଟି), କୁୱିନା ମାଫାକା (୭୫ ଲକ୍ଷ), ଅଶୋକ ଶର୍ମା (୩୦ ଲକ୍ଷ) ଙ୍କ ପାଇଁ ୩୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

Rr

ବ୍ୟାଟିଂରେ ସଞ୍ଜୁ ସାମସନ (ଅଧିନାୟକ), ଯଶସ୍ବୀ ଜୟସୱାଲ, ରିୟାନ ପରାଗ, ଧ୍ରୁଭ ଜୁରେଲ, ଶିମ୍ରନ୍ ହେଟମାୟରଙ୍କ ବ୍ୟତୀତ କୌଣସି ବଡ ନାମ ନାହିଁ।  ଏମାନେ ସମସ୍ତେ ରିଟେନ କରାଯାଇଥିଲେ। ମଧ୍ୟମ କ୍ରମରେ ରିୟାନ୍ ପାରାଗଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଯିଏ ଇନିଂସ ନିର୍ମାଣ କରିପାରିବେ ଦେଖାଯାଉନାହାଁନ୍ତି। ଯଦିଓ ସେମାନେ ଶୁଭମ୍ ଦୁବେଙ୍କ ଉପରେ ବାଜି ଲଗାଇଛନ୍ତି, କିନ୍ତୁ ତାଙ୍କର ରେକର୍ଡ ବିଶେଷ ଭଲ ନୁହେଁ। ଦୁର୍ବଳ ବ୍ୟାଟିଂ ଲାଇନ୍ଅପ୍ ଯୋଗୁଁ ଏହି ଦଳ ଆଇପିଏଲରେ ଅସୁବିଧାର ସଂମ୍ମୁଖୀନ ହୋଇପାରେ।

IPL ୨୦୨୫ ପାଇଁ ରାଜସ୍ଥାନ ରୟାଲ୍ସ ଦଳ:- ସଞ୍ଜୁ ସାମସନ (ଅଧିନାୟକ), ଯଶସ୍ୱୀ ଜୟସୱାଲ, ରିଆନ୍ ପାରାଗ, ଧ୍ରୁଭ ଜୁରେଲ, ଶିମ୍ରନ୍ ହେଟମାୟର, ସନ୍ଦୀପ ଶର୍ମା, ଜୋଫ୍ରା ଆର୍ଚର, ମହିଷ ତିକ୍ଷଣା, ୱାନିନ୍ଦୁ ହସରଙ୍ଗା, ଆକାଶ ମାଧୱାଲ, କୁମାର କାର୍ତ୍ତିକେୟ, ନୀତୀଶ ରାଣା, ଯୁଧବୀର ସିଂ ଚରଖ,ଫଜଲହକ୍ ଫାରୁକି, ବୈଭଵ ସୂର୍ଯ୍ୟବଂଶୀ, କୁୱିନା ମାଫାକା, କୁନାଲ ରାଥୋଡ, ଅଶୋକ ଶର୍ମା, ତୁଶର ଦେଶପାଣ୍ଡେ ଏବଂ ଶୁଭମ୍ ଦୁବେ।