IPL 2024 କୁ ଲାଗିଗଲା କାହାର ନଜର, ଏହି 4 ଜଣ ଘାତକ ଖେଳାଳି ଏକାଠି ଆହତ ହୋଇ ହେଲେ ଟୁର୍ନାମେଣ୍ଟରୁ ବାହାର…

  1. Home
  2. IPL Top News

IPL 2024 କୁ ଲାଗିଗଲା କାହାର ନଜର, ଏହି 4 ଜଣ ଘାତକ ଖେଳାଳି ଏକାଠି ଆହତ ହୋଇ ହେଲେ ଟୁର୍ନାମେଣ୍ଟରୁ ବାହାର…


ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ଆରମ୍ଭ ପାଇଁ ମାତ୍ର ଆଉ କିଛି ଦିନ ବାକି ଅଛି। ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ୧୭ ତମ ସିଜନର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। କିନ୍ତୁ, ଏହାପୂର୍ବରୁ ସମସ୍ତ ଦଳର ଖେଳାଳିମାନେ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ୪ ଜଣ ତାରକା ଖେଳାଳି ଆଘାତର ଶିକାର ହୋଇଛନ୍ତି ଯେଉଁଥିପାଇଁ ସେମାନଙ୍କ ଫ୍ରାଞ୍ଚାଇଜର ଟେନସନ ବୃଦ୍ଧି ପାଇଛି। ସେହି ଆହତ ଖେଳାଳିଙ୍କ ବିଷୟରେ ଆସନ୍ତୁ ଜାଣିବା…

Injury

ଫାଫ୍ ଡୁ ପ୍ଲେସିସଙ୍କ ଅଧିନାୟକତ୍ୱରେ ରୟାଲ୍ ଚ୍ୟାଲେଞ୍ଜର୍ସ ମାର୍ଚ୍ଚ ୨୨ ତାରିଖରେ ଡିଫେଣ୍ଡିଂ ଚାମ୍ପିଅନ୍ ସିଏସକେ ବିପକ୍ଷରେ ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଖେଳିବ। ଏହାପୂର୍ବରୁ ଆରସିବିର ଦୁଇ ତାରକା ଖେଳାଳି ଆହତ ହୋଇଛନ୍ତି। ଗତ ବର୍ଷ ଗୋଡରେ ଆଘାତ ଲାଗିଥିବାରୁ ଷ୍ଟାର ବ୍ୟାଟ୍ସମ୍ୟାନ୍ ରଜତ ପାଟିଦାର ପୁରା ଟୁର୍ନାମେଣ୍ଟରୁ ବାଦ ପଡିଥିଲେ। ସେ ୧୭ତମ ସିଜନ ପୂର୍ବରୁ ପୁଣିଥରେ ଗୋଡରେ ଆଘାତର ଶିକାର ହୋଇଛନ୍ତି। କିନ୍ତୁ, ଆରସିବି ପାଇଁ ଚିନ୍ତା କରିବାର କିଛି ନାହିଁ କାରଣ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି। ତାଙ୍କୁ ପୁଣି ଥରେ ଆଇପିଏଲ୍ ୨୦୨୪ ରେ ବିସ୍ଫୋରକ ବ୍ୟାଟିଂ କୌଶଳ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିପାରିବ।

ଏହି ତାଲିକାର ଦ୍ୱିତୀୟ ନାମ ହେଉଛି ଇଂଲଣ୍ଡ ଦ୍ରୁତ ବୋଲର ରିସ ଟପଲି ଯିଏ ଆଇପିଏଲ ୨୦୨୪ ରେ ଆରସିବିର ଅଂଶ ଅଟନ୍ତି। ଗତ ବର୍ଷ କାନ୍ଧରେ ଆଘାତ ଯୋଗୁଁ ସେ ୧୬ ତମ ସିଜନରୁ ବାଦ୍ ପଡ଼ିଥିଲେ। ନିକଟରେ ଏକ ଖବର ଅନୁଯାଇ ତାଙ୍କର ଆଘାତ ଜନିତ ସମସ୍ୟା ପୁଣିଥରେ ସାମ୍ନାକୁ ଆସିଛି। ଯେଉଁଥିପାଇଁ ECB ତାଙ୍କୁ NOC ଦେବାକୁ ମନା କରିଦେଇଛି ଏବଂ ତାଙ୍କୁ ବର୍ତ୍ତମାନର ଚାଲିଥିବା PSL ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି।

Chennai

ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଆଇପିଏଲରେ ସେ ଖେଳୁଥିବା ନେଇ ଦେଖିବାକୁ ମିଳିପାରେ। କିନ୍ତୁ ତାଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ସାମ୍ନାକୁ ଆସିନାହିଁ। ଆଇପିଏଲ୍ ୨୦୨୪ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାମ୍ପରୁ କୌଣସି ଭଲ ଖବର ଆସୁନାହିଁ। 

କାରଣ ଦ୍ରୁତ ବୋଲର ମଥିଶା ପାଥିରାନା ଏବଂ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ, ଯିଏକି ମହେନ୍ଦ୍ର ସିଂ ଧୋନିଙ୍କୁ ଗତ ବର୍ଷ ୫ମ ଥର ପାଇଁ ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ସେ ମଧ୍ୟ ଆହତ ଅବସ୍ଥାରେ ଅଛନ୍ତି।  ମାର୍ଚ୍ଚ ୯ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ପାଥିରାନା ହାମଷ୍ଟ୍ରିଂ ଆଘାତର ଶିକାର ହୋଇଛନ୍ତି। ଆଘାତ  ସମସ୍ୟା ହେତୁ ଏହି ଦୁଇ ଖେଳାଳି ଆଇପିଏଲ ୨୦୨୪ରୁ ବାହାରେ ରହିପାରନ୍ତି।

Pathirana

ଗତ ବର୍ଷ ସିଏସକେ ପାଇଁ ୧୨ ଟି ମ୍ୟାଚରେ ମାଥିଶା ୧୯ଟି ୱିକେଟ୍ ନେଇଥିଲେ।  ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଡିଭନ୍ କନୱେ ଆଙ୍ଗୁଠିରେ ଆଘାତ ପାଇଥିଲେ। ଯାହା ପରେ ତାଙ୍କୁ ତୁରନ୍ତ ପଡ଼ିଆ ଛାଡିବାକୁ ପଡିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେ ଆଇପିଏଲ୍ ୨୦୨୪ ର ପ୍ରଥମାର୍ଦ୍ଧରୁ ବାଦ୍ ପଡିଛନ୍ତି। ତେବେ, ଦ୍ୱିତୀୟ ପର୍ଯ୍ୟାୟରେ ସେ ଉପଲବ୍ଧ ହେବେ କି ନାହିଁ ସେ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ।