IPL 2022 : ଫର୍ମ ରେ ନଥିବା ରାଇନାଙ୍କୁ କିଣିବା ପାଇଁ ଏହି ୩ଟି ଫ୍ରାଞ୍ଚାଇଜ୍ ମଧ୍ୟରେ ଲଢେଇ, 2 ନମ୍ବର ଫ୍ରାଞ୍ଚାଇଜ୍ କିଣିଲେ ଦେବ ଅଧିନାୟକ ପଦ !

  1. Home
  2. IPL Top News

IPL 2022 : ଫର୍ମ ରେ ନଥିବା ରାଇନାଙ୍କୁ କିଣିବା ପାଇଁ ଏହି ୩ଟି ଫ୍ରାଞ୍ଚାଇଜ୍ ମଧ୍ୟରେ ଲଢେଇ, 2 ନମ୍ବର ଫ୍ରାଞ୍ଚାଇଜ୍ କିଣିଲେ ଦେବ ଅଧିନାୟକ ପଦ !

କ୍ରିକେଟ ଖବର : ଆସନ୍ତା ଆଇପିଏଲ୍ ୨୦୨୨ ର ମେଗା ନିଲାମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ୨୦୨୨ ର ମେଗା ନିଲାମ ଆସନ୍ତା ମାସରେ ଅର୍ଥାତ୍ ଫେବୃଆରୀରେ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ, ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ସୁରେଶ ରାଇନାଙ୍କ ଉପରେ ସମସ୍ତଙ୍କ ନଜର ରହିଛି କାରଣ ନିଲାମ ପୂର୍ବରୁ ଖେଳାଳି …


IPL 2022 : ଫର୍ମ ରେ ନଥିବା ରାଇନାଙ୍କୁ କିଣିବା ପାଇଁ ଏହି ୩ଟି ଫ୍ରାଞ୍ଚାଇଜ୍ ମଧ୍ୟରେ ଲଢେଇ, 2 ନମ୍ବର ଫ୍ରାଞ୍ଚାଇଜ୍ କିଣିଲେ ଦେବ ଅଧିନାୟକ ପଦ !

କ୍ରିକେଟ ଖବର : ଆସନ୍ତା ଆଇପିଏଲ୍ ୨୦୨୨ ର ମେଗା ନିଲାମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ୨୦୨୨ ର ମେଗା ନିଲାମ ଆସନ୍ତା ମାସରେ ଅର୍ଥାତ୍ ଫେବୃଆରୀରେ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ, ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ସୁରେଶ ରାଇନାଙ୍କ ଉପରେ ସମସ୍ତଙ୍କ ନଜର ରହିଛି କାରଣ ନିଲାମ ପୂର୍ବରୁ ଖେଳାଳି ରିଟେନରେ ରାଇନାଙ୍କୁ ରଖିନାହିଁ ଧୋନିଙ୍କର ଚେନ୍ନାଇ ସୁପରକିଙ୍ଗ୍ସ। ଏଭଳି ପରିସ୍ଥିତିରେ ଆଗାମୀ ନିଲାମରେ କେଉଁ ଫ୍ରାଞ୍ଚାଇଜ୍ ସୁରେଶ ରାଇନାଙ୍କୁ ନିଜ ଦଳରେ ସାମିଲ କରିବ ତାହା ଦେଖିବାକୁ ବାକି ରହିଲା। ତେବେ ଆସନ୍ତୁ ଜାଣିବା ଏହିପରି ତିନୋଟି ଫ୍ରାଞ୍ଚାଇଜ୍ ବିଷୟରେ, ଯେଉଁମାନେ କି ଆଗାମୀ ମେଗା ନିଲାମରେ ରାଇନାଙ୍କୁ କିଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିପାରନ୍ତି। ଆଉ ଏମିତିକି ତାଙ୍କୁ କିଣିସାରିଲା ପରେ ଅଧିନାୟକ ପଦ ମଧ୍ୟ ଦେବେ ବୋଲି ଚର୍ଚ୍ଚା ହେଉଛି। ତେବେ ଚାଲନ୍ତୁ ଜାଣିବା ସେହି ଦଳ ଗୁଡିକ ବିଷୟରେ….

୧) ଅହମ୍ମଦାବାଦ :

IPL 2022 : ଫର୍ମ ରେ ନଥିବା ରାଇନାଙ୍କୁ କିଣିବା ପାଇଁ ଏହି ୩ଟି ଫ୍ରାଞ୍ଚାଇଜ୍ ମଧ୍ୟରେ ଲଢେଇ, 2 ନମ୍ବର ଫ୍ରାଞ୍ଚାଇଜ୍ କିଣିଲେ ଦେବ ଅଧିନାୟକ ପଦ !

ଆଇପିଏଲ୍ ୨୦୨୨ ସିଜନରେ ଏଥର ୧୦ ଟି ଦଳ ପଡ଼ିଆରେ ପରସ୍ପର ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିବେ। ଚଳିତ ବର୍ଷ ୨ଟି ନୂତନ ଫ୍ରାଞ୍ଚାଇଜ୍ ଆଇପିଏଲରେ ଅଂଶଗ୍ରହଣ କରିବେ, ଯାହାର ନାମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ। ଏଥି ସହିତ, ଅହମ୍ମଦାବାଦ ଦଳର ମାଲିକ ହେଉଛନ୍ତି ସିଭିସି କ୍ୟାପିଟାଲ୍ସର ମାଲିକ। ଦଳଗୁଡିକର ନିଲାମ ସମୟରେ ଅହମ୍ମଦାବାଦ ଫ୍ରାଞ୍ଚାଇଜର ମାଲିକାନା ହାତେଇବା ପାଇଁ ଟେଣ୍ଡର ସମୟରେ CVC କ୍ୟାପିଟାଲ୍ସ ୫୬୨୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଖବର ଅନୁଯାୟୀ, ଆଇପିଏଲରେ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦ,” ଅହମ୍ମଦାବାଦ ରେନେଗେଡସ୍” ନାମରେ ଖେଳୁଥିବା ଦେଖିବାକୁ ମିଳିବ। ଏଭଳି ପରିସ୍ଥିତିରେ, ଏହା ସ୍ପଷ୍ଟ ଯେ ଏହି ନୂତନ ଫ୍ରାଞ୍ଚାଇଜ୍ ନିଶ୍ଚିତ ଭାବରେ ଅଭିଜ୍ଞ ଖେଳାଳିଙ୍କୁ ନିଜ ଦଳରେ ରଖିବାକୁ ଚାହିଁବ। ଯାହା ଅନୁଯାୟୀ ସୁରେଶ ରାଇନା ଏହି ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ସୂଚନାଯୋଗ୍ୟ ଯେ, ସୁରେଶ ରାଇନା ଆଇପିଏଲରେ ମୋଟ ୨୦୫ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ହାରାହାରି ୩୨.୫ ରେ ୫୫୨୮ ରନ୍ ସଂଗ୍ରହ କରିଛନ୍ତି। ରାଇନା ୧୩୬.୫ ଷ୍ଟ୍ରାଇକ ହାରରେ ଆଇପିଏଲରେ ବ୍ୟାଟିଂ କରିଛନ୍ତି। ଏଭଳି ପରିସ୍ଥିତିରେ, ତାଙ୍କ ଅଭିଜ୍ଞତା ନୂତନ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ହେବ ବୋଲି ଚିନ୍ତା କରାଯାଉଛି।

୨) ଲକ୍ଷ୍ନୌ :

IPL 2022 : ଫର୍ମ ରେ ନଥିବା ରାଇନାଙ୍କୁ କିଣିବା ପାଇଁ ଏହି ୩ଟି ଫ୍ରାଞ୍ଚାଇଜ୍ ମଧ୍ୟରେ ଲଢେଇ, 2 ନମ୍ବର ଫ୍ରାଞ୍ଚାଇଜ୍ କିଣିଲେ ଦେବ ଅଧିନାୟକ ପଦ !

ଅହମ୍ମଦାବାଦ ବ୍ୟତୀତ ଲକ୍ଷ୍ନୌ ହେଉଛି ଦ୍ୱିତୀୟ ନୂତନ ଦଳ ଯିଏକି ଆଇପିଏଲ୍ ୨୦୨୨ ସିଜନରେ ଖେଳିବ। ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ର ମାଲିକ ହେଉଛନ୍ତି ସଞ୍ଜୀବ ଗୋଏଙ୍କା, ଯିଏ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ନିଲାମ ସମୟରେ ୭୦୯୦ କୋଟି ଟଙ୍କା ଟେଣ୍ଡରରେ ଲକ୍ଷ୍ନୌ ଫ୍ରାଞ୍ଚାଇଜକୁ କିଣିଥିଲେ। ଏଭଳି ପରିସ୍ଥିତିରେ ଏହି ନୂତନ ଦଳରେ ସୁରେଶ ରାଇନା ରହିବା ଗୁରୁତ୍ୱପୂର୍ଣ୍ଣ କାରଣ ସୁରେଶ ରାଇନା ଜଣେ ଭଲ ଖେଳାଳି ତଥା ଜଣେ ଭଲ ଅଧିନାୟକ ମଧ୍ୟ ଅଟନ୍ତି। ଆମେ ତାଙ୍କୁ ଅନେକ ଥର ଆଇପିଏଲରେ କ୍ୟାପଟେନଶିପ୍ କରିଥିବାର ଦେଖିଛୁ। ୨୦୧୬ ଏବଂ ୨୦୧୭ ମସିହାରେ ସୁରେଶ ରାଇନା ଆଇପିଏଲରେ ଗୁଜରାଟ ଲାୟନ୍ସ ପାଇଁ ଅଧିନାୟକତ୍ୱ କରିଥିଲେ। ଯେଉଁଥିରେ ସେ ତାଙ୍କ ଦଳକୁ ୨୦୧୬ ମସିହାର ଆଇପିଏଲ୍ ସିଜନରେ ଯୋଗ୍ୟତା ପର୍ଯ୍ୟାୟକୁ ନେଇ ଯାଇଥିଲେ। ଏହିକ୍ରମରେ ଆଗାମୀ ମେଗା ନିଲାମରେ ସୁରେଶ ରାଇନା ତାଙ୍କ ଅଧିନାୟକତ୍ୱ ଏବଂ ଅଭିଜ୍ଞତାର ଶକ୍ତି ଉପରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ର ପ୍ରିୟ ପସନ୍ଦ ହୋଇପାରନ୍ତି। ଆଉ ଲକ୍ଷ୍ନୌ ଫ୍ରାଞ୍ଚାଇଜବି ଯଦି ରାଇନାଙ୍କୁ କିଣିବ ତେବେ ତାଙ୍କୁ ଅଧିନାୟକ ପଦ ଦେବ ବୋଲି ଶୁଣିବାକୁ ମିଳୁଛି।

୩) ଚେନ୍ନାଇ ସୁପର କିଙ୍ଗ୍ସ :

ମେଗା ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଗୁରୁତ୍ୱପୂର୍ଣ୍ଣ ଖେଳାଳି ସୁରେଶ ରାଇନାଙ୍କୁ ଚଳିତ ବର୍ଷ ପାଇଁ ରିଟେନ କରିନାହିଁ। ଦଳର ରିଟେନ ତାଲିକାରେ ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି, ମୋଇନ୍ ଅଲି ଏବଂ ରିତୁରାଜ ଗାଇକୱାଡ ରହିଛନ୍ତି। ଚେନ୍ନାଇ ପାଇଁ କ୍ରମାଗତ ଉତ୍ତମ ପ୍ରଦର୍ଶନ କରିବା ପରେ ମଧ୍ୟ ସୁରେଶ ରାଇନାଙ୍କୁ ଫ୍ରାଞ୍ଚାଇଜ ରିଟେନ କରିନାହିଁ। ଯାହା ସବୁଠୁ ଆଶ୍ଚର୍ଯ୍ୟର କଥା।

IPL 2022 : ଫର୍ମ ରେ ନଥିବା ରାଇନାଙ୍କୁ କିଣିବା ପାଇଁ ଏହି ୩ଟି ଫ୍ରାଞ୍ଚାଇଜ୍ ମଧ୍ୟରେ ଲଢେଇ, 2 ନମ୍ବର ଫ୍ରାଞ୍ଚାଇଜ୍ କିଣିଲେ ଦେବ ଅଧିନାୟକ ପଦ !

ଚେନ୍ନାଇ ପାଇଁ ଆଇପିଏଲରେ ସୁରେଶ ରାଇନା ଅନେକ କଷ୍ଟସାଧ୍ୟ ପରିସ୍ଥିତିରେ ଭଲ ବ୍ୟାଟିଂ କରି ମ୍ୟାଚ ଜିତାଇଛନ୍ତି। ରାଇନାଙ୍କ ଅନୁପସ୍ଥିତିରେ, ଚେନ୍ନାଇର ମଧ୍ୟମକ୍ରମ ଅତ୍ୟନ୍ତ ଅନଭିଜ୍ଞ ଦେଖାଯିବ, ଏହା ଆଶା କରାଯାଉଛି। ତେଣୁ ଚେନ୍ନାଇ ନିଶ୍ଚିତ ଭାବରେ ଚାହିଁବ ଯେ ଦଳ ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଖେଳାଳି ସୁରେଶ ରାଇନାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବା ପାଇଁ। ଆଉ ରାଇନାଙ୍କୁ କିଣିବା ପାଇଁ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ କରିପାରେ ଚେନ୍ନାଇ।