IPL 2022 ରେ ଏହି ସବୁ ଖେଳାଳିଙ୍କୁ ବାହାର କାଇବାକୁ ବାଧ୍ୟ ଚେନ୍ନାଇ-ମୁମ୍ବାଇ, ଦେଖନ୍ତୁ କିଏ କାହାକୁ କରିବେ ରିଟେନ

କ୍ରିକେଟ୍ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଛି। ଗୋଟିଏ ପଟେ ଆସନ୍ତା ବର୍ଷ ୧୦ ଟି ଦଳ ପଡିଆକୁ ଓହ୍ଲାଇବେ। ଆଉ ଅନ୍ୟପଟେ ବର୍ତ୍ତମାନ ଖେଳାଳିମାନେ ନିଜନିଜର ଦଳ ପରିବର୍ତ୍ତନ କରିବାକୁ ମନ ବଳାଇଲେଣି। ତେଣୁ କେଉଁ ଫ୍ରାଞ୍ଚାଇଜ୍ ସେମାନଙ୍କର କେଉଁ କେଉଁ ଖେଳାଳିଙ୍କୁ ବଜାୟ ରଖିବ ଆଉ କେଉଁ କେଉଁ ଖେଳାଳିଙ୍କୁ ଲିଜ୍ ପାଇଁ ଛାଡିଦେବ ତାକୁ ନେଇ ଆଲୋଚନା ତୀବ୍ର ହୋଇଛି। ତେବେ ଅଧିକାଂଶ ଆଲୋଚନା ଚେନ୍ନାଇ ଏବଂ ମୁମ୍ବାଇ ଦଳ ବିଷୟରେ।
୧) ଚେନ୍ନାଇ ସୁପରକିଙ୍ଗ୍ସ :

ଅଧିନାୟକ ଏମଏସ ଧୋନିଙ୍କ ବ୍ୟତୀତ ସିଏସକେ ଫ୍ରାଞ୍ଚାଇଜ୍ ରିତୁରାଜ ଗାଇକୱାଡ, ଫାଫ ଡୁ ପ୍ଲେସିସ୍ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଆଇପିଏଲ୍ ୨୦୨୨ ପାଇଁ ବଜାୟ ରଖିପାରେ। ସିଏସକେ ଅଧିନାୟକ ଏମଏସ ଧୋନିଙ୍କ ବିଷୟରେ ଜଣେ ସିଏସକେ ଅଧିକାରୀ କହିଛନ୍ତି ଯେ ଧୋନିଙ୍କୁ ପ୍ରଥମେ ରଖାଯିବ। ଏଥି ସହିତ, ଓପନର୍ ରିତୁରାଜ ଗାଇକୱାଡ୍ ଆଇପିଏଲ୍ ସିଜନ୍ ୨୦୨୧ ରେ ଦଳ ତରଫରୁ ସର୍ବାଧିକ ରନ୍ ସ୍କୋର କରିଥିଲେ। ଅନ୍ୟପକ୍ଷରେ ଉଭୟ ଖେଳାଳିଙ୍କ ବ୍ୟତୀତ ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦ୍ୱାରା ଫ୍ରାଞ୍ଚାଇଜ୍ ବହୁତ ପ୍ରଭାବିତ ହୋଇଥିଲା। ତେବେ, ଡୁୱେନ ବ୍ରାଭୋଙ୍କ ବୟସକୁ ବିଚାରକୁ ନେଇ ଚେନ୍ନାଇ ବିଦେଶୀ ଖେଳାଳି ଭାବରେ ଫାଫ ଡୁ ପ୍ଲେସିସଙ୍କୁ ଦଳରୁ ବାହାର କରିବ ନାହିଁ। ଗତ ସିଜନରେ ଓପନର୍ ଡୁପ୍ଲେସି ଏବଂ ଗାଇକୱାଡଙ୍କ ଓପେନିଂ ଚମତ୍କାର ହୋଇଥିଲା। କିନ୍ତୁ ସୁରେଶ ରାଇନାଙ୍କର ଚେୟାର ବର୍ତ୍ତମାନ ଟଳମଳ। କାରଣ ଚେନ୍ନାଇ ଫ୍ରାଞ୍ଚାଇଜର କର୍ମକର୍ତ୍ତା ଭାବୁଛନ୍ତି ଯେ, ସେମାନେ ସୁରେଶ ରାଇନଙ୍କୁ ଦଳରୁ ବିଦା କରିବେ। ଯାହାକି ବିଶେଷ ସୂତ୍ରରୁ ଜଣାପଡିଛି।
୨) ମୁମ୍ବାଇ ଇଣ୍ଡିଆନ୍ସ :

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ କେତେକ ପୁରୁଣା ଖେଳାଳିଙ୍କୁ ଦଳରେ ରଖିଥିବା ବେଳେ ଆଉ କେତେକ ଖେଳାଳିଙ୍କୁ ଦଳରୁ ବାହାର କରି ଲିଜ୍ ପାଇଁ ପଠାଇ ଦେଇଛି। ନୂଆ ମୁହଁକୁ ଦଳରେ ସ୍ଥାନ ଦେବା ପାଇଁ ରୋହିତ ଶର୍ମା ଚିନ୍ତା କରିଛନ୍ତି। କାରଣ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ଜସପ୍ରୀତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଫ୍ରାଞ୍ଚାଇଜ୍ ସୁରକ୍ଷିତ ରଖିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ ଥର ଆଇପିଏଲରେ ଚାମ୍ପିୟନ ହୋଇଛି। ଏଥି ସହିତ ସୂର୍ଯ୍ୟକୁମାର ଯାଦବ ଗତ ଚାରି ବର୍ଷ ଧରି ମୁମ୍ବାଇ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ତେଣୁ ସେ ଅଧ୍ୟ ରହିବା ସୁନିଶ୍ଚିତ। ତେବେ ପାଣ୍ଡ୍ୟା ବଦର୍ଶଙ୍କ ମଧ୍ୟରୁ କେହି ଜଣେ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ବାଦ ପଡିପାରନ୍ତି।
୩) ଦିଲ୍ଲୀ କ୍ୟାପିଟାଲ୍ସ :

ଦିଲ୍ଲୀ କ୍ୟାପିଟାଲ୍ସ ନିଜର ଅଧିନାୟକ ରିଷଭ ପନ୍ତ ଏବଂ ଆକ୍ସାର ପଟେଲଙ୍କ ସମେତ ପୂର୍ବତନ ଅଧିନାୟକ ଶ୍ରେୟାସ ଆୟରଙ୍କୁ ଦଳରେ ରଖିବାକୁ ଶତ ଚେଷ୍ଟା କରିବ। କାରଣ ଏହି ତିନି ଖେଳାଳି ଦିଲ୍ଲୀକୁ ଆଇପିଏଲ୍ ୨୦୨୦ ର ଫାଇନାଲ୍ ଏବଂ ଗତ ସିଜନରେ ପ୍ଲେ ଅଫ୍ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି | ତେବେ ଦିଲ୍ଲୀର ବିଦେଶୀ ଖେଳାଳି ଏନ୍ରିକ୍ ନର୍ସିଆ କିମ୍ବା କାଗିସୋ ରାବାଡା ମଧ୍ୟରେ ଜଣଙ୍କୁ ଲିଜ୍ ପାଇଁ ପଠାଯାଇପାରେ। ଏମାନଙ୍କ ମଧ୍ୟରୁ କେହି ଜଣେ ଦିଲ୍ଲୀ ଦଳରୁ ବିଦା ହେବେ।
୪) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର :

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକତ୍ୱ ଛାଡିସାରିଛନ୍ତି। ସେ ଶେଷ ଥର ପାଇଁ ଆଇପିଏଲ୍ ୨୦୨୧ ରେ ଅଧିନାୟକ ହୋଇଥିଲେ କିନ୍ତୁ ଆଇପିଏଲ୍ ୨୦୨୨ରେ ସେ ଦଳ ସହିତ ଖେଳିବାକୁ ଚାହୁଁଛନ୍ତି। ତେଣୁ ଫ୍ରାଞ୍ଚାଇଜ୍ ମଧ୍ୟ ତାଙ୍କୁ ଦଳରୁ ବାହାର କରିବାର ପ୍ରଶ୍ନ ଉଠୁନାହିଁ। ସେହିପରି ଓପନର୍ ଦେବଦତ୍ତ ପାଦିକ୍କାଲ, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଏବି ଡି ଭିଲିୟର୍ସଙ୍କୁ ଦଳ ରଖିବାକୁ ଚାହୁଁଛି। କିନ୍ତୁ ଏବି ଡି ଭିଲିୟର୍ସଙ୍କ ବୟସକୁ ବିଚାର କରି ଆରସିବି ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ଦଳରେ ସାମିଲ କରିବ ଓ ଅନ୍ୟଜଣଙ୍କୁ ଲିଜ୍ ପାଇଁ ଛାଡ଼ିଦେବ।
୫) କୋଲକାତା ନାଇଟ ରାଇଡର୍ସ :

ଯଦି କୌଣସି ଦଳ ଆଇପିଏଲ୍ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟରେ ସବୁଠାରୁ ଚମତ୍କାର ଖେଳ ଖେଳିଥିଲେ, ତେବେ ସେମାନେ ହେଉଛନ୍ତି କେକେଆର୍ ଦଳ। ଏହି ଦଳର ଯୁବ ଖେଳାଳିମାନେ ୨୦୨୧ ଆଇପିଏଲର ଦ୍ଵିତୀୟ ସିଜନରେ ଭଲ ଖେଳ ପ୍ରଦର୍ଶନ କରିଥିଲେ | ଏଭଳି ପରିସ୍ଥିତିରେ ଶୁଭମାନ ଗିଲ ବରୁଣ ଚକ୍ରବର୍ତ୍ତୀ, ଆଣ୍ଡ୍ରେ ରସେଲ ଏବଂ ଭେଙ୍କଟେଶ ଆୟରଙ୍କୁ ଦଳ ବଜାୟ ରଖିପାରେ। ଅନ୍ୟପଟେ ଶୁଭମାନ ଗିଲ ଯୁବକ ଥିବାରୁ କେକେଆରର ଅଧିନାୟକ ପଦ ତାଙ୍କୁ ହସ୍ତାନ୍ତର କରାଯାଇପାରେ। ଏଥି ସହିତ, ଗତ ଦୁଇ ସିଜନରେ କେକେଆର ପାଇଁ ୩୨ ଟି ମ୍ୟାଚରେ ୩୫ଟି ୱିକେଟ୍ ନେଇଥିବା ବରୁଣ ଚକ୍ରବର୍ତ୍ତୀଙ୍କ ବ୍ୟତୀତ ଦଳ ଆଇୟରଙ୍କୁ ବଜାୟ ରଖିପାରିବ, ଯିଏ ନିଜେ ଆଇପିଏଲ୍ ଡେବ୍ୟୁ ସିଜନରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲେ। ତେବେ ଦଳ ପକ୍ଷରୁ କାହାକୁ ଲିଜ୍ ପାଇଁ ପାଠଯିବ ତାକୁ ନେଇ କୌଣସି ପକ୍କା ସୂଚନା ମିଳିପାରିନାହିଁ।
୬) ପଞ୍ଜାବ କିଙ୍ଗ୍ସ :

କ୍ରମାଗତ ଦୁଇଟି ସିଜନରେ ଦଳ ପାଇଁ ପଡ଼ିଆରେ ସଂଘର୍ଷ କରିଥିବା ଅଧିନାୟକ କେ.ଏଲ୍ ରାହୁଲଙ୍କୁ ପଞ୍ଜାବ ଦଳରେ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ। ଏଥି ସହିତ ମାୟଙ୍କ ଅଗ୍ରୱାଲ ଏବଂ ମହମ୍ମଦ ଶାମିଙ୍କୁ ମଧ୍ୟ ବଜାୟ ରଖିବାକୁ ଫ୍ରାଞ୍ଚାଇଜ୍ ଚାହୁଁଛି। ଏହି ତିନୋଟି ଖେଳାଳି କ୍ରମାଗତ ଭାବରେ ପଞ୍ଜାବ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ପଞ୍ଜାବ ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ବୋଲର ଅର୍ଶଦୀପ ସିଂଙ୍କୁ ରଖିବାକୁ ଚାହୁଁଛି। ତେବେ କୋଲକାତା ଦଳ ଭଳି , ପଞ୍ଜାବ ଦଳ ପକ୍ଷରୁ କାହାକୁ ଲିଜ୍ ପାଇଁ ପାଠଯିବ ତାକୁ ନେଇ କୌଣସି ପକ୍କା ସୂଚନା ମିଳିପାରିନାହିଁ।
୭) ରାଜସ୍ଥାନ ରୟାଲ୍ସ :

ଏହି ଫ୍ରାଞ୍ଚାଇଜ୍ ତାର ଅଧିନାୟକ ସଞ୍ଜୁ ସାମସନଙ୍କ ବ୍ୟତୀତ ମହିପାଲ ଲୋମୋର ଏବଂ ଯଶସ୍ୱୀ ଜୈସୱାଲଙ୍କ ପରି ଯୁବ ଖେଳାଳିଙ୍କୁ ବଜାୟ ରଖିପାରେ। ଏଥି ସହିତ, ବିଦେଶୀ ଖେଳାଳିଙ୍କ ମଧ୍ୟରେ ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରୁ ଜଣଙ୍କୁ ବାଛିବ। ଆଉ ବାକି ଦୁଇଜଣଙ୍କୁ ଦଳରୁ ବାଦ ଦେବ।
୮) ସନରାଇଜର୍ସ ହାଇଦ୍ରାବାଦ :

ଆଇପିଏଲ୍ ୨୦୨୧ର ପଏଣ୍ଟ ଟେବୁଲର ତଳେ ଥିବା ସନରାଇଜର୍ସ ହାଇଦ୍ରାବାଦ ଆସନ୍ତା ବର୍ଷ ସଂପୂର୍ଣ୍ଣ ପରିବର୍ତ୍ତନଶୀଳ ଦେଖାଯିବ। ହାଇଦ୍ରାବାଦ ଷ୍ଟାର ସ୍ପିନର ରସିଦ ଖାନଙ୍କୁ ବିଦେଶ ଖେଳାଳି ଭାବରେ ରଖିବାକୁ ଚାହୁଁଛି। ଏହା ବ୍ୟତୀତ ଭୁବନେଶ୍ୱର କୁମାର ଯୁବ ଦ୍ରୁତ ବୋଲର ଉମ୍ରାନ ମଲିକ ଏବଂ ଅବଦୁଲ ସମାଦଙ୍କୁ ମଧ୍ୟ ଦଳ ବଜାୟ ରଖିପାରେ। ତେବେ ଫ୍ରାଞ୍ଚାଇଜ୍ କାହାକୁ ଦଳରୁ ବାଦ କରିବ ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।