IPL 2024: ଆରମ୍ଭ ର ଏତିକି ମ୍ୟାଚ୍ ଖେଳିବନି ସୂର୍ଯ୍ୟକୁମାର, ବଡ଼ ଅସୁବିଧାରେ ମୁମ୍ବାଇ ଇଣ୍ଡିଅନ୍ସ

  1. Home
  2. IPL Top News

IPL 2024: ଆରମ୍ଭ ର ଏତିକି ମ୍ୟାଚ୍ ଖେଳିବନି ସୂର୍ଯ୍ୟକୁମାର, ବଡ଼ ଅସୁବିଧାରେ ମୁମ୍ବାଇ ଇଣ୍ଡିଅନ୍ସ


ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଟି-୨୦ ଫର୍ମାଟରେ ୧ ନମ୍ବର ସ୍ଥାନ ପାଇଛନ୍ତି। ଚଳିତବର୍ଷ ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି।  ଗତବର୍ଷ ସେ ଦକ୍ଷିଣ ଆଫ୍ରିକା ଟି-୨0 ଟୁର୍ ସମୟରେ ଅଧିନାୟକ ହେବାର ସୁଯୋଗ ପାଇଥିଲେ। ସେ ଏହି ସିରିଜରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ମଧ୍ୟ ମନୋନୀତ ହୋଇଥିଲେ। କିନ୍ତୁ, ଏହି ସିରିଜରେ ସେ ଆହତ ମଧ୍ୟ ହୋଇଯାଇଥିଲେ।

Surya

ଯେଉଁଥିପାଇଁ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ଅନ୍ୟପଟେ,ଆଇପିଏଲ୍ ୨୦୨୪ ର ୧୭ ତମ ସିଜନ୍ ଆରମ୍ଭ ପାଇଁ ୨୪ ଘଣ୍ଟାରୁ କମ୍ ସମୟ ବାକିଅଛି। କିନ୍ତୁ,ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଯାଦବ ସୋସିଆଲ ମିଡିଆରେ ନିଜର ଯନ୍ତ୍ରଣା ବ୍ୟକ୍ତ କରିଛନ୍ତି। ସୁର୍ଯ୍ୟକୁମାର ଯାଦବ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। କିନ୍ତୁ, ୨୦୨୪ ବର୍ଷର ଆରମ୍ଭ ତାଙ୍କ ପାଇଁ ଖାସ୍ ରହିନାହିଁ। ଆଘାତଜନିତ ସମସ୍ୟା କାରଣରୁ ଷ୍ଟାର ବ୍ୟାଟ୍ସମ୍ୟାନ୍ କ୍ରିକେଟଠାରୁ ଦୂରେଇ ରହିଛନ୍ତି। ଆଜିକାଲି ସେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ଯଥା NCAରେ ରିହ୍ୟାବ୍ କରୁଛନ୍ତି। ଯାଦବ ବିସିସିଆଇ ଡାକ୍ତରଙ୍କ ତତ୍ତ୍ୱବଧାନରେ ରହିଛନ୍ତି।

Surya

ଯାହାଫଳରେ ତାଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ର ୧୭ ତମ ସିଜନ୍ ପୂର୍ବରୁ ଯଥାଶୀଘ୍ର ସମ୍ପୂର୍ଣ୍ଣ ଫିଟ୍ ଘୋଷିତ କରାଯାଇପାରିବ। କିନ୍ତୁ, ବର୍ତ୍ତମାନ ବାହାରୁଥିବା ଖବର ମୁମ୍ବାଇ ଇଣ୍ଡିଆନ୍ ପ୍ରଶଂସକଙ୍କ ହୃଦୟ ଭାଙ୍ଗିପାରେ। କାରଣ ମୁମ୍ବାଇ ଇଣ୍ଡିଆନ୍ସର ଏହି ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଆଇପିଏଲର ପ୍ରଥମାର୍ଦ୍ଧରୁ ବାଦ୍ ପଡ଼ିପାରନ୍ତି।

ତେଣୁ ଚଳିତବର୍ଷ IPL ସିଜନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ସୂର୍ଯ୍ୟକୁମାର ଯାଦବଙ୍କ ରୂପରେ ଏକ ବଡ଼ ଝଟକା ଲାଗିଛି। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମାର୍ଚ୍ଚ ୧୯ ରେ ଯାଦବ ଏନସିଏରେ ଫିଟନେସ୍ ପରୀକ୍ଷା କରିଥିଲେ। ବର୍ତ୍ତମାନ ଏଭଳି ରିପୋର୍ଟ ଆସୁଛି ଯେ ଜାତୀୟ କ୍ରିକେଟ୍ ଏକାଡେମୀରୁ ତାଙ୍କୁ NOC ମିଳିନାହିଁ। ଯେଉଁଥିପାଇଁ ସୂର୍ଯ୍ୟକୁମାର ଆଇପିଏଲର ପ୍ରଥମାର୍ଦ୍ଧରୁ ବାଦ୍ ପଡିପାରନ୍ତି। ଏଥିନେଇ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରିଛନ୍ତି। ଆଉ କିଛିଦିନ ପରେ ସୂର୍ଯ୍ୟକୁମାରଙ୍କୁ ଆଉ ଏକ ଫିଟନେସ୍ ଟେଷ୍ଟ ଦେବାକୁ ହେବ, ଯାହାକୁ ପାସ୍ କରିଲେ ସେ IPLର ଦ୍ବିତୀୟର୍ଦ୍ଧରେ ଖେଳିପାରିବେ।

Surya

ଗତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ପ୍ରବେଶ କରିପାରିନଥିଲା। କିନ୍ତୁ, ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଭଲ ରହିଥିଲା। ଯାଦବ ୧୮୧.୧୪ ର ଷ୍ଟ୍ରାଇକ୍ ରେଟରେ ୬୦୫ ରନ୍ ସ୍କୋର କରିଥିଲେ। ଏହି ଅବଧିରେ, ତାଙ୍କ ବ୍ୟାଟରୁ ୫ ଅର୍ଦ୍ଧ ଶତକ ଏବଂ ଗୋଟିଏ ଶତକ ମଧ୍ୟ ହାସଲ କରିଥିଲେ। ଚଳିତବର୍ଷ ମଧ୍ୟ ସେ ଆଘାତଜନିତ ସମସ୍ୟାରୁ ବାହାରି ପୁଣିଥରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଅଛି।