RCB କୋଚ୍ ମାଇକ ହେସନଙ୍କ ବଡ଼ ଦାବି, କହିଲେ- ମ୍ୟାକ୍ସୱେଲ ଏବଂ ଏବି ଡି ଭିଲିୟର୍ସଙ୍କ ସ୍ଥାନ ନେଇପାରେ ଏହି ଖେଳାଳି
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲର 14 ତମ ସିଜନ୍ ଏପର୍ଯ୍ୟନ୍ତ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି । ଏଥି ସହିତ ଦ୍ୱିତୀୟ ପର୍ଯ୍ୟାୟରେ ଏହି ସିଜିନକୁ ଆହୁରି ଉନ୍ନତ କରିବାକୁ ଆରସିବି ଦଳରେ ଜଣେ ନୂତନ ବ୍ୟାଟ୍ସମ୍ୟାନ୍ ଙ୍କୁ ଅନ୍ତର୍ଭୁକ୍ତ କରିଛି ।
ଦଳର ପ୍ରଶିକ୍ଷକ ମାଇକ ହେସନ ଏହି ଖେଳାଳିଙ୍କ ବିଷୟରେ ସୂଚନା ଦେବାବେଳେ ତାଙ୍କ ଦକ୍ଷତାକୁ ମହାନ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଏବି ଡି ଭିଲିୟର୍ସଙ୍କ ସହ ତୁଳନା କରି ବର୍ଣ୍ଣନା କରିଛନ୍ତି । ଏଭଳି ପରିସ୍ଥିତିରେ ଏହି ନୂତନ ବ୍ୟାଟ୍ସମ୍ୟାନ୍ଙ୍କ ବିଷୟରେ ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି । ତେବେ ଆସନ୍ତୁ ଜାଣିବା ..
ଦଳର ପରିବର୍ତ୍ତନ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଆରସିବି ଦଳର ପ୍ରଶିକ୍ଷକ ମାଇକ ହେସନ କହିଛନ୍ତି:
“ଫିନ୍ ଆଲେନ୍ ବାହାର ହେବା ପରେ ଆମେ ଟିମ୍ ଡେଭିଡ୍ ଆଣି ଦଳର ମଧ୍ୟମ କ୍ରମକୁ ମଜବୁତ କରିଛୁ । ନିକଟ ଅତୀତରେ ସେ ବିଗ୍ ବ୍ୟାସ୍ ଲିଗ୍ ରେ ହୋବର୍ଟ ହରିକାନ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଜଣେ ଶକ୍ତିଶାଳୀ ଖେଳାଳୀ ଏବଂ ଆବଶ୍ୟକ ହେଲେ ଗ୍ଲେନ୍ ମ୍ୟାକ୍ସୱେଲ କିମ୍ବା ଏବି ଡି ଭିଲିୟର୍ସଙ୍କ ବଦଳରେ ମଧ୍ୟ ଖେଳି ପାରିବେ ।
ଟିମ୍ ଡେଭିଡ୍ କିଏ?
ସିଙ୍ଗାପୁରରେ ଜନ୍ମିତ ଟିମ୍ ଡେଭିଡ୍ ବର୍ତ୍ତମାନ ଅଷ୍ଟ୍ରେଲିଆରେ ରୁହନ୍ତି । ଯେଉଁଠାରେ ସେ 2017-18 ବିଗ୍ ବ୍ୟାଗ୍ ଲିଗ୍ ସିଜନରେ ପର୍ଥ ସ୍କୋରର୍ସ ପାଇଁ ଖେଳୁଥିବା ବେଳେ T20 ଡେବ୍ୟୁ କରିଥିଲେ । ବର୍ତ୍ତମାନ ଡେଭିଡ ମୋଟ 15 ଟି -20 ଅନ୍ତର୍ଜାତୀୟ ଖେଳିଛନ୍ତି, ଯେଉଁଥିରେ ସେ ହାରାହାରି 46.50 ରେ 558 ରନ୍ କରିଛନ୍ତି ।
ନିକଟରେ ସେ ରୟାଲ ଲଣ୍ଡନ ଏକ ଦିନିକିଆ କପରେ 140, 52 ଏବଂ 102 ର ଇନିଂସ ଖେଳିଥିଲେ । ଏହା ବ୍ୟତୀତ ସେ ପାକିସ୍ତାନ ସୁପର ଲିଗରେ 6 ଟି ମ୍ୟାଚ୍ ରେ ହାରାହାରି 45 ରନ୍ ଅଭେରେଜ ରେ 180 ରନ ସଂଗ୍ରହ କରିଥିଲେ ।