ଡେବ୍ୟୁ ମ୍ୟାଚ୍‌ରେ ଚମକିଲେ ପଞ୍ଜାବର ନୂଆ ତାରକା ଅଶ୍ୱିନୀ କୁମାର । କରିଲେ ଘାତକ ବୋଲିଂ...

  1. Home
  2. IPL Top News

ଡେବ୍ୟୁ ମ୍ୟାଚ୍‌ରେ ଚମକିଲେ ପଞ୍ଜାବର ନୂଆ ତାରକା ଅଶ୍ୱିନୀ କୁମାର । କରିଲେ ଘାତକ ବୋଲିଂ...


କୋଲକତା ବନାମ ମୁମ୍ବାଇ : ଚମକିଲେ ମୁମ୍ବାଇ ଇଣ୍ଡିଆନ୍ସର ଆଉ ଜଣେ ତାରକା ଅଶ୍ୱିନୀ କୁମାର । କୋଲକତା ବିପକ୍ଷରେ ଖେଳି କରିଥିଲେ ଘାତକ ବୋଲିଂ ।

ପଞ୍ଜାବ ଦଳରୁ ପ୍ରତିନିଧିତ୍ୱ କରି ଘରୋଇ କ୍ରିକେଟ୍‌ରେ ୨ଟି ରଣଜୀ, ୪ଟି ଲିଷ୍ଟ୍‌ ଏ’ ଏବଂ ୫ଟି-ଟ୍ୱେଣ୍ଟି ଖେଳିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଗତ ନିଲାମୀରେ ୩୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ପୂର୍ବ ଦୁଇ ମ୍ୟାଚ୍‌ରେ ଅଶ୍ୱନୀ ଖେଳିବାର ସୁଯୋଗ ପାଇନଥିଲେ । 

ହଠାତ କୋଲକାତା ବିପକ୍ଷରେ ଅଧିନାୟକ ପାଣ୍ଡ୍ୟା ତାଙ୍କୁ ଦଳରେ ସାମିଲ କରିଥିଲେ । ପଦାର୍ପଣରେ ହିଁ ଘାତକ ବୋଲିଂ କଲେ ୨୩ ବର୍ଷୀୟ ବାମହାତୀ ପେସର ଅଶ୍ୱନୀ । ମାତ୍ର ୨୪ ରନ୍‌ ଦେଇ ସେ ନେଇଥିଲେ ୪ଟି ୱିକେଟ୍‌ । ନିଜ ପ୍ରଥମ ଓଭରର ପ୍ରଥମ ବଲରେ ହିଁ ପାଇଥିଲେ ୱିକେଟ୍‌ । ମୁମ୍ବାଇ ଏହି ମ୍ୟାଚ୍‌ ୮ ୱିକେଟ୍‌ରେ ବିଜୟୀ ହେଲା ଏବଂ ସେ ହେଲେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ । 

ଅଶ୍ୱିନୀଙ୍କ ଘର ପଞ୍ଜାବ । ସେ କହିଛନ୍ତି, ‘ମୁଁ ଯେତେବେଳେ ଜାଣିଲି କୋଲକାତା ବିପକ୍ଷରେ ଖେଳିବି, ଖୁସିରେ ବିଭୋର ହୋଇପଡ଼ିଥିଲି ।  ମୋର ଗାଁ ଲୋକ ଆଇପିଏଲରେ ମୋର ପଦାର୍ପଣକୁ ଅପେକ୍ଷା କରି ରହିଥିଲେ । ଭଗବାନଙ୍କ କୃପାରୁ ପଦାର୍ପଣରେ ଭଲ ପ୍ରଦର୍ଶନ କରିପାରିଛି ।