MI vs CSK: ୪ ୱିକେଟ ନେଇ ଖୁସି ଜାହିର କରିଲେ ନୁର୍ ଅହମ୍ମଦ! ଧୋନୀଙ୍କର କଲେ ପ୍ରଶଂସା….

  1. Home
  2. IPL Top News

MI vs CSK: ୪ ୱିକେଟ ନେଇ ଖୁସି ଜାହିର କରିଲେ ନୁର୍ ଅହମ୍ମଦ! ଧୋନୀଙ୍କର କଲେ ପ୍ରଶଂସା….


ଚେନ୍ନାଇ ସୁପର କିଙ୍ଗ୍ସ ପୁଣିଥରେ ସେମାନଙ୍କର IPL ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସକୁ ନିଜ ଗଡ଼ରେ ପରାଜୟର ସ୍ୱାଦ ଚଖାଇଛି। ଋତୁରାଜଙ୍କ ଅଧିନାୟକତ୍ୱରେ ୟେଲୋ ଆର୍ମି କେବଳ ଘରୋଇ ପରିବେଶରେ ବ୍ଲୁ ଆର୍ମିକୁ ପରାସ୍ତ କରିନଥିଲା ବରଂ ମୁମ୍ବାଇର ସିଜିନର ପ୍ରଥମ ମ୍ୟାଚ୍ ଜିତିବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇଛି। ୨୦୧୨ ମସିହା ପରଠାରୁ, MI ସିଜିନର ପ୍ରଥମ ମ୍ୟାଚ୍ ଜିତିନାହିଁ। ଗତକାଲି, MIର ପରାଜୟର ସବୁଠାରୁ ବଡ଼ କାରଣ ଥିଲେ CSKର ବାମହାତୀ ସ୍ପିନର ନୁର ଅହମ୍ମଦ, ଯିଏ ବ୍ଲୁ ଆର୍ମି ବିପକ୍ଷରେ ଚାରିଟି ୱିକେଟ ନେଇ ଦଳର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।  

ନୁରଙ୍କୁ ତାଙ୍କର ଚମତ୍କାର ବୋଲିଂ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଟାଇଟଲ୍ ଦିଆଯାଇଥିଲା। ତେବେ, ୱିକେଟ ପଛରେ ଧୋନି ତାଙ୍କୁ ବହୁତ ଭଲ ସହଯୋଗ କରିଥିବା କହିଛନ୍ତି ନୁର। ମ୍ୟାଚ୍ ପରେ ନୁର ଧୋନିଙ୍କ ବିଷୟରେ କ’ଣ କହିଥିଲେ ଆସନ୍ତୁ ଜାଣିବା।

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ CSK ପାଇଁ ଆଫଗାନିସ୍ତାନ ସ୍ପିନର ଚାରି ଓଭର ବୋଲିଂ କରିଥିଲେ, ଯେଉଁଥିରେ ସେ ୧୮ ରନ ଦେଇ ଚାରିଟି ୱିକେଟ ନେଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ, ନୁରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ପରେ ସେ କହିଥିଲେ ଯେ,

“ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବା ବହୁତ ସ୍ୱତନ୍ତ୍ର ଅଟେ। ଆମ ଦଳ ମ୍ୟାଚ୍ ଜିତିଥିବାରୁ ମୁଁ ଖୁସି ଏବଂ ମୁଁ ମଧ୍ୟ ସେହି ବିଜୟରେ ଅବଦାନ ଦେଇଛି। ବୋଲିଂ କରିବା ସମୟରେ, ମୁଁ କେବଳ ଧ୍ୟାନ ଦେଉଥିଲି ଯେ ମୋର ବଲ ଠିକ୍ ସ୍ଥାନରେ ପଡୁଛି କି ନାହିଁ। ଏହି ମ୍ୟାଚ୍‌ରେ, ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ୍ ବହୁତ ସ୍ୱତନ୍ତ୍ର ଥିଲା ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଷ୍ଟମ୍ପିଂ (୦.୧୨ ସେକେଣ୍ଡରେ) ଅତି ଚମତ୍କାର ରହିଥିଲା।  ଷ୍ଟମ୍ପ ପଛରେ ମାହି ଭାଇଙ୍କ ପରି ଜଣେ ଖେଳାଳିଙ୍କୁ ପାଇ ବହୁତ ଭଲ ଲାଗୁଛି। ଏହା ମୋ ପାଇଁ ବହୁତ ବଡ଼ ସମର୍ଥନ ଅଟେ।”

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସ ର ଆରମ୍ଭ ବହୁତ ନିରାଶାଜନକ ରହିଥିଲା କାରଣ IPL 2025 ର ପ୍ରଥମ ମ୍ୟାଚରେ ସେମାନଙ୍କର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଖାତା ନ ଖୋଲି ପ୍ୟାଭିଲିୟନ ଫେରିଯାଇଥିଲେ। ତାଙ୍କ ସାଥୀ ଓପନର ରିଆନ ରିକେଲଟନଙ୍କୁ ଖଲିଲ ଅହମ୍ମଦ ୧୩ ରନର ବ୍ୟକ୍ତିଗତ ସ୍କୋରରେ ଆଉଟ କରିଥିଲେ। ଉଭୟ ଓପନରଙ୍କୁ ଖଲିଲ ଅହମ୍ମଦ ଆଉଟ୍ କରିଥିଲେ ଏବଂ ତା’ପରେ ବାମହାତୀ ସ୍ପିନର ନୁର ଅହମ୍ମଦ MIର ଷ୍ଟାଣ୍ଡ-ଇନ୍ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ରବିନ ମିଞ୍ଜ ଏବଂ ନମନ ଧୀରଙ୍କୁ ଆଉଟ କରି ଦେଇଥିଲେ।

ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମାଙ୍କ ଭଳି ବିଶ୍ୱର ସବୁଠାରୁ ବଡ଼ ବ୍ୟାଟସମ୍ୟାନ୍ ମଧ୍ୟ ନୁରଙ୍କ ଆଗରେ ଅସହାୟ ମନେ ହେଉଥିଲେ। ଏହି ମ୍ୟାଚ୍‌ରେ ନୁର ୧୮ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ, ଯାହା ଫଳରେ MI ପ୍ରଥମେ ବ୍ୟାଟିଂ କରି ମାତ୍ର ୧୫୫ ରନ୍ କରିପାରିଥିଲା, ଯାହାକୁ CSK ଶେଷ ଓଭରରେ ୬ ୱିକେଟ୍ ହରାଇ ସହଜରେ ହାସଲ କରି ନେଇଥିଲା।