ପ୍ଲାନ କରି ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କଲେ ନିତା ଅମ୍ବାନୀ, ୧୫ କୋଟିରେ ଟଙ୍କାରେ କିଣିଲେ, ଏବେ ରୋହିତଙ୍କ ହେବ କଣ?

  1. Home
  2. IPL Top News

ପ୍ଲାନ କରି ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କଲେ ନିତା ଅମ୍ବାନୀ, ୧୫ କୋଟିରେ ଟଙ୍କାରେ କିଣିଲେ, ଏବେ ରୋହିତଙ୍କ ହେବ କଣ?


ଶେଷରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଲେ ଗୁଜରାଟ ଟାଇଟନ୍ସର ପୂର୍ବତନ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା । ଆଜି ଟ୍ରାନ୍ସଫର ୱିଣ୍ଡୋ ଜରିଆରେ ଆଇପିଏଲ୍ ଇତିହାସରେ ସବୁଠାରୁ ବଡ଼ ଟ୍ରେଡ୍‌ ଡିଲ୍ ଦେଖିବାକୁ ମିଳିଛି । ମୁମ୍ବାଇ ଏକ ବଡ଼ ଟ୍ରେଡ୍ କରି ପାଣ୍ଡ୍ୟାଙ୍କୁ ନିଜ ଟିମ୍‌ରେ ସାମିଲ୍ କରିନେଇଛି ।

ଗୁଜରାଟ ୨୦୨୨ ନୂଆ ଟିମ୍‌ ଭାବରେ ସାମିଲ୍ ହୋଇଥିଲା। ସେତବେଳେ ଗୁଜରାଟ ପାଣ୍ଡ୍ୟାଙ୍କୁ ୧୫ କୋଟି ଟଙ୍କାରେ କିଣିବା ସହ କ୍ୟାପ୍ଟେନ୍ କରିଥିଲା। ଆଉ ପାଣ୍ଡ୍ୟା ମଧ୍ୟ ପ୍ରଥମ ମ୍ୟାଚ୍‌ରେ ହିଁ ଟିମ୍‌କୁ ଟାଇଟଲ ଜିତାଇଥିଲେ। ହେଲେ ତା ପୂର୍ବରୁ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରେ ମ୍ୟାଚ୍ ଖେଳୁଥିଲେ ।

ରବିବାର ଆଇପିଏଲ୍‌ ୨୦୨୪ ଲଢ଼େଇ ପାଇଁ ୧୦ ଟିମ୍ ଖେଳାଳିଙ୍କ ରିଟେନ୍ ଓ ରିଲିଜ୍ ତାଲିକା ଜାରି କରିଥିଲେ । ଗୁଜରାଟ ହାର୍ଦ୍ଦିକଙ୍କୁ କ୍ୟାପ୍ଟେନ୍ ଭାବେ ରଖି ରିଟେନ୍ ତାଲିକା ଜାରି କରିଥିଲା, ହେଲେ ଏହାର ୨ ଘଣ୍ଟା ପରେ ବଡ଼ ଖବର ସାମ୍ନାକୁ ଆସିଥିଲା ଯେ ପାଣ୍ଡ୍ୟା ମୁମ୍ବାଇକୁ ଫେରିଯାଇଛନ୍ତି ।

ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତନ ପରେ କିଏ ହେବ ମୁମ୍ବାଇ ର ଅଧିନାୟକ ?

ତେବେ ସୂଚନା ଅନୁସାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ହିଁ ମୁମ୍ବାଇ ଦଳରେ ପାଣ୍ଡ୍ୟା ଖେଳିବେ ଏବଂ ତାଙ୍କୁ ଫେରାଇ ଆଣିବା ପାଇଁ ଟିମ୍ ପର୍ସରେ ପର୍ଯ୍ୟାପ୍ତ ଅର୍ଥ ନଥିଲା । ଏଥିପାଇଁ ଦଳ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ଟ୍ରେଡ୍‌ରେ ଲଗାଇଥିଲେ। ଗ୍ରୀନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରେ ଯୋଗଦେବାର ସମସ୍ତ ସମ୍ଭାବନା ଅଛି।

Hardik-Pandya-and-Rohit-Sharma

ଦ୍ରୁତ ବୋଲିଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଆଇପିଏଲରେ ମୋଟ ୧୨୩ ମ୍ୟାଚ୍ ଖେଳି ୧୧୫ ଇନିଂସରେ ୨୩୦୯ ରନ୍ କରିଛନ୍ତି। ଏଥିରେ ସେ ୧୦ ଟି ଅର୍ଦ୍ଧଶତକ କରିଛନ୍ତି। ସେହିପରି ପାଣ୍ଡିଆ ୮୧ ଇନିଂସରେ ବୋଲିଂ କରି ୫୩ ୱିକେଟ୍ ନେଇଛନ୍ତି। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ସେ ୧୭ ରନ୍ ଦେଇ ପାଇଁ ୩ ୱିକେଟ୍ ନେଇଛନ୍ତି।