ପାଣ୍ଡ୍ୟାଙ୍କ ଏହି ବଡ଼ ସର୍ତ୍ତ ଯୋଗୁଁ ରୋହିତଙ୍କୁ ଅଧିନାୟକରୁ ହଟାଇଲା ମୁମ୍ବାଇ ଇଣ୍ଡିଆନ୍ସ, ସାମ୍ନା କୁ ଆସିଲା ପାଣ୍ଡ୍ୟାଙ୍କ ଚକ୍ରାନ୍ତ
IPL ରେ ମୁମ୍ବାଇ ର ଅଧିନାୟକ ଭାବରେ ରୋହିତଙ୍କ ସଫଳ ଯାତ୍ରା ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ସନ୍ଧ୍ୟାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲ୍ 2024 ପାଇଁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ, ମୁମ୍ବାଇକୁ ପାଞ୍ଚ ଥର ଚାମ୍ପିୟନ କରିଥିବା ରୋହିତଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ନିଷ୍ପତ୍ତି 2023 ବିଶ୍ୱକପ ସମୟରେ ନିଆଯାଇଥିଲା।
ବାସ୍ତବରେ, ବିଶ୍ୱକପ 2023 ସମୟରେ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ନିଷ୍ପତ୍ତି ନେଇଥିଲା। ଖବର ଅନୁଯାୟୀ, ରୋହିତଙ୍କୁ ମଧ୍ୟ କୁହାଯାଇଥିଲା ଯେ ସେ ଆଇପିଏଲ 2024 ରେ ମୁମ୍ବାଇର ଅଧିନାୟକ ହେବେ ନାହିଁ। ମୁମ୍ବାଇ ରୋହିତଙ୍କୁ କହିଛି ଯେ IPLର 17 ତମ ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଦାୟିତ୍ଵ ଗ୍ରହଣ କରିବେ। ରୋହିତ ମଧ୍ୟ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଖେଳିବାକୁ ରାଜି ହୋଇଥିଲେ।
ହାର୍ଦିକ ପାଣ୍ଡ୍ୟା ରଖିଥିଲେ ଏହି ସର୍ତ୍ତ:
ଯେତେବେଳେ ଟ୍ରେଡ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟକୁ ଆସିଲା, ହାର୍ଦ୍ଦିକ ତାଙ୍କ ପୁରୁଣା ଦଳ ଆଗରେ ଏକ ସର୍ତ୍ତ ରଖିଥିଲେ। ହାର୍ଦ୍ଦିକ କହିଥିଲେ ଯଦି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଦଳର ଅଧିନାୟକ ପଦ ଦେବେ ତେବେ ଯାଇ ମୁମ୍ବାଇ ଇଣ୍ଡିଆନ୍ସ ଫେରିବେ।
ଖବର ଅନୁଯାୟୀ, ହାର୍ଦ୍ଦିକଙ୍କ ଏହି ସର୍ତ୍ତ ମୁମ୍ବାଇ ଦ୍ୱାରା ଗ୍ରହଣ କରାଯାଇଥିଲା। ଏହା ପରେ ହିଁ ହାର୍ଦ୍ଦିକଙ୍କୁ ଗୁଜୁରାଟ ଟାଇଟାନ୍ସରୁ ଟ୍ରେଡ୍ କରାଯାଇଥିଲା। ଅର୍ଥାତ୍ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବାକୁ ନିଷ୍ପତ୍ତି ବହୁ ପୂର୍ବରୁ ନିଆଯାଇଥିଲା।
ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଚାମ୍ପିୟନ କରିଛନ୍ତି। 2011 ରେ ହିଟମ୍ୟାନ ମୁମ୍ବାଇ ଦଳରେ ଯୋଗ ଦେଇଥିଲେ ଏବଂ 2013 ରେ ତାଙ୍କୁ ଦଳର ଅଧିନାୟକତ୍ୱ ହସ୍ତାନ୍ତର କରାଯାଇଥିଲା। ସେହି ବର୍ଷ ପ୍ରଥମ ଥର ପାଇଁ ରୋହିତ ଦଳକୁ ଆଇପିଏଲ ଟ୍ରଫି ଦେଇଥିଲେ। ଏହା ପରେ, 2015, 2017, 2019 ଏବଂ 2020 ବର୍ଷରେ, ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଆଇପିଏଲ୍ ଟାଇଟଲ୍ ଜିତିଥିଲା।