ଦେଖନ୍ତୁ ଭିଡ଼ିଓ : ପୁଣି ନୋ ବଲକୁ ନେଇ ଅମ୍ପୟାରଙ୍କ ସହ ଯୁକ୍ତି କଲେ ପନ୍ତ, ରିପ୍ଲେ ରେ ଜଣା ପଡିଲା ସତ

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ : ପୁଣି ନୋ ବଲକୁ ନେଇ ଅମ୍ପୟାରଙ୍କ ସହ ଯୁକ୍ତି କଲେ ପନ୍ତ, ରିପ୍ଲେ ରେ ଜଣା ପଡିଲା ସତ

again pant argue with umpire


କ୍ରିକେଟ ଖବର: ଗୁରୁବାର ଦିନ  ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ମ୍ୟାଚରେ ଏକ ବିବାଦୀୟ ଘଟଣା ଘଟିଛି । ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ପୁଣିଥରେ ଫିଲଡ଼ ଅମ୍ପାୟାରଙ୍କ ସହିତ ଯୁକ୍ତି କରିଛନ୍ତି। ସେହି ସମାନ ନୋ ବଲକୁ ନେଇ ରିଷଭ ଅମ୍ପାୟାରଙ୍କ ସହିତ ଯୁକ୍ତି କରୁଥିବାର ଦେଖାଦେଇଛି। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ଆଉ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। 

କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଫୁଲଟସ ବଲକୁ ନୋ ବଲ କହିବାକୁ ନେଇ ଅମ୍ପାୟାର ଆଉ ରିଷଭ ପନ୍ତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।ଲଳିତ ଯାଦବ ଦ୍ୱାରା ପକାଯାଇଥିବା ପାଳିର ୧୭ତମ  ଓଭରରେ ଏହା ହୋଇଛି । 

Rishabh-pant-And-Umpire-Argument

ଏହି ୧୭ ତମ ଓଭରର ତୃତୀୟ ବଲ ଲଳିତ ଆଉଟସାଇଡ଼ ଅଫରେ ଫୁଲଟସ ପକାଇଥିଲେ । ଯେଉଁଥିରେ ନୀତିଶ ରାଣା ଡିପ ପଏଣ୍ଟରେ ଜବରଦସ୍ତ ଛକା ମାରିଥିଲେ । ତେବେ ଏହି ବଲକୁ ଅମ୍ପାୟାର ନୋବଲର ସଂକେତ ଦେଇଥିଲେ । ଏହାପରେ ପନ୍ତ ଅମ୍ପାୟାରଙ୍କ ନିକଟକୁ ଯାଇଥିଲେ ଏବଂ ଯୁକ୍ତି କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ପରେ ଏହି ବିବାଦର ସମାଧାନ ହୋଇଯାଇଥିଲା । ରିପ୍ଲେରେ ଏହା ସ୍ପଷ୍ଟ ହେଲା ଯେ ବଲଟି ନୋ ବଲ ହିଁ ଥିଲା। 

ଦେଖନ୍ତୁ ଭିଡ଼ିଓ :