IPL 2021: T-20 ରେ ଆଣ୍ଡ୍ରେ ରସେଲ ଙ୍କ ମଜାକ ଉଡ଼ାଇଲେ ରୋହିତ ଶର୍ମା ! ମ୍ୟାଚ ମଝିରେ କଲେ କିଛି ଏମିତି

  1. Home
  2. IPL Top News

IPL 2021: T-20 ରେ ଆଣ୍ଡ୍ରେ ରସେଲ ଙ୍କ ମଜାକ ଉଡ଼ାଇଲେ ରୋହିତ ଶର୍ମା ! ମ୍ୟାଚ ମଝିରେ କଲେ କିଛି ଏମିତି

KKR Vs MI: ମୁମ୍ବାଇ ଇଣ୍ଡିଆନ୍ସ ଏବଂ କେକେଆର୍ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚକୁ ମୁମ୍ବାଇ ଦଳ 10 ରନରେ ଜିତିଥିଲା । କେକେଆରର ଇନିଂସର 15 ତମ ଓଭରରେ କୋଲକାତା ଏହି ମ୍ୟାଚକୁ ସହଜରେ ଜିତିବ ବୋଲି ମନେ ହେଉଥିଲା କିନ୍ତୁ କ୍ରିକେଟ ରେ କିଛି ବି ହୋଇପାରେ …


IPL 2021: T-20 ରେ ଆଣ୍ଡ୍ରେ ରସେଲ ଙ୍କ ମଜାକ ଉଡ଼ାଇଲେ ରୋହିତ ଶର୍ମା ! ମ୍ୟାଚ ମଝିରେ କଲେ କିଛି ଏମିତି

KKR Vs MI: ମୁମ୍ବାଇ ଇଣ୍ଡିଆନ୍ସ ଏବଂ କେକେଆର୍ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚକୁ ମୁମ୍ବାଇ ଦଳ 10 ରନରେ ଜିତିଥିଲା । କେକେଆରର ଇନିଂସର 15 ତମ ଓଭରରେ କୋଲକାତା ଏହି ମ୍ୟାଚକୁ ସହଜରେ ଜିତିବ ବୋଲି ମନେ ହେଉଥିଲା କିନ୍ତୁ କ୍ରିକେଟ ରେ କିଛି ବି ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଲା ।

ଏହି ମ୍ୟାଚ ରେ ରୋହିତ ଶର୍ମା ଆଣ୍ଡ୍ରେ ରସେଲଙ୍କ ପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ପାଇଁ ଟେଷ୍ଟ ମ୍ୟାଚ୍ ଭଳି ଫିଲ୍ଡିଂ ସଜେଇ ଥିଲେ । ଓଭରର ଦ୍ୱିତୀୟ ବଲରେ ଶାକିବ ଅଲ ହାସନଙ୍କ ୱିକେଟ୍ ନେଇ କ୍ରୁନାଲ ପାଣ୍ଡ୍ୟା ବୋଲିଂ କରୁଥିବା ବେଳେ ଏହା ଇନିଂସର 16 ତମ ଓଭର ଥିଲା ।

IPL 2021: T-20 ରେ ଆଣ୍ଡ୍ରେ ରସେଲ ଙ୍କ ମଜାକ ଉଡ଼ାଇଲେ ରୋହିତ ଶର୍ମା ! ମ୍ୟାଚ ମଝିରେ କଲେ କିଛି ଏମିତି

ଯାହା ପରେ ରୋହିତ ଶର୍ମା ଚତୁରତାର ସହ ଆଣ୍ଡ୍ରେ ରସେଲଙ୍କ ଉପରେ ଚାପ ପକାଇଲେ ଯାହା କୌଣସି ଅଧିନାୟକ ଭାବି ପାରିବେ ନାହିଁ। ରୋହିତ, ନିଜର ଉତ୍କର୍ଷତା ପ୍ରଦର୍ଶନ କରି, ରସେଲଙ୍କ ପାଇଁ ପାଖାପାଖି 3 ଜଣ ଫିଲ୍ଡର ନିୟୋଜିତ କରିଥିଲେ । ରୋହିତ ଶର୍ମା ମଧ୍ୟ ତାଙ୍କ ଯୋଜନାରେ ସଫଳ ହୋଇଥିଲେ କିନ୍ତୁ କ୍ରୁନାଲ ପାଣ୍ଡ୍ୟା ଏକ ସହଜ କ୍ୟାଚ ରସେଲଙ୍କ ଓଭରର ପଞ୍ଚମ ବଲରେ ଛାଡିଦେଇଥିଲେ ଏବଂ ତାଙ୍କୁ ଜୀବନ ଦାନ ମିଳିଥିଲା ।

IPL 2021: T-20 ରେ ଆଣ୍ଡ୍ରେ ରସେଲ ଙ୍କ ମଜାକ ଉଡ଼ାଇଲେ ରୋହିତ ଶର୍ମା ! ମ୍ୟାଚ ମଝିରେ କଲେ କିଛି ଏମିତି

ଆଣ୍ଡ୍ରେ ରସେଲଙ୍କ ପରି ଜଣେ ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ଏମିତି ଟେଷ୍ଟ ମ୍ୟାଚ ଭଳି ଫିଲ୍ଡିଂଗ କୁ କେବେ ପସନ୍ଦ କରିବେ ନାହିଁ । ରସେଲ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ 15 ବଲରୁ 9 ରନ୍ ସଂଗ୍ରହ କରିଥିଲେ ।