ଡେବ୍ୟୁ ମ୍ୟାଚ୍ରେ ଭିଗ୍ନେଶ ପୁଥୁରଙ୍କ ଦମଦାର ଖେଳ, ଯାହାଙ୍କ ଆଗରେ ମୁଣ୍ଡ ନୁଆଁଇଲେ CSK ବ୍ୟାଟ୍ସମ୍ୟାନ...
IPL 2025: ଦିନ କୁ ଦିନ ରୋମାଞ୍ଚକ ହେବାରେ ଲାଗିଛି IPL ୨୦୨୫ । ରବିବାର ଦିନ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ ଏବଂ ମୁମ୍ବାଇ ଇଂଡିଆନ୍ସ ମ୍ୟାଚ୍ ରେ ବାମହାତୀ ବ୍ୟାଟ୍ସମ୍ୟାନ ଭିଗ୍ନେଶ ପୁଥୁରଙ୍କ ଦମଦାର ଖେଳ ଦେଖିବାକୁ ମିଳିଛି । ଚାଲିପାରିଲାନି ଷ୍ଟାର ବ୍ୟାଟରଙ୍କ ଯାଦୁ ।
ପ୍ରଥମ ଥର ସିନିୟର କ୍ରିକେଟ୍ ଖେଳୁଥିବା ଏହି ଖେଳାଳି ୩ ଓଭରରେ ନେଇଥିଲେ ୩ ଜଣ ବଡ଼ ଖେଳାଳିଙ୍କ ୱିକେଟ୍ । ତେବେ କିଏ ଏହି ବୋଲର, ଯାହାକୁ ଖୋଜି ଆଣିଥିଲା ମୁମ୍ୱାଇ । ଆଉ ରୋହିତଙ୍କ ବଦଳ ଖେଳାଳି ଭାବେ ମୈଦାନରେ ଦେଖାଇଥିଲେ ଜଲଓ୍ୱା ।
ନା ଭିଗ୍ନେଶ ପୁଥୁର, ଘର କେରଳରେ । କେବଳ ଅଣ୍ଡର-୧୪ ଓ ଅଣ୍ଡର- ୧୯ ସ୍ତରରେ ରାଜ୍ୟ ପାଇଁ ଖେଳିଛନ୍ତି ପୁଥୁର । ଏହା ବ୍ୟତୀତ, କେରଳ କ୍ରିକେଟ୍ ଲିଗ୍ରେ ଆଲେପି ରିପଲ୍ସ ପାଇଁ ବି ଖେଳିଛନ୍ତି । ୩ ଟି ମ୍ୟାଚ୍ରେ ହାତେଇଥିଲେ କେବଳ ଦୁଇଟି ୱିକେଟ୍ । ଏହା ବ୍ୟତୀତ ସେ ତାମିଲନାଡୁ ପ୍ରିମିୟର ଲିଗର ଥିଲେ ଅଂଶଧନ । ହେଲେ ଏଯାଏଁ କୌଣସି ସିନିୟର ସ୍ତରରେ କେରଳର ପ୍ରତିନିଧିତ୍ୱ କରିନାହାଁନ୍ତି। ତଥାପି ଖେଳ ଦେଖି ଭରସିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ୩୦ ଲକ୍ଷ ଟଙ୍କାରେ କିଣି ଦଳରେ ସାମିଲ କଲା। ଫ୍ରାଞ୍ଚାଇଜ୍ ଭିଗ୍ନେଶଙ୍କୁ ଚୟନ କରିବା ପରେ ତାଲିମ ନେବାକୁ ପଠାଇଥିଲା ଦକ୍ଷିଣ ଆଫ୍ରିକା ।
ଆଇପିଏଲ୍ ଡେବ୍ୟୁଟାଣ୍ଟ ପୁଥୁରଙ୍କ ଜୀବନି ବେଶ ସଂଘର୍ଷମୟ । ଅତି ସାଧାରଣ ପରିବାରରୁ ଆସିଥିବା ଭିଗ୍ନେଶଙ୍କ ବାପା ପେସାରେ ଜଣେ ଅଟୋ ଡ୍ରାଇଭର । ସ୍ଥିତି ସ୍ୱଚ୍ଛଳ ନଥିଲେ ବି ଭିଗ୍ନେଶଙ୍କ ଜିଦ୍ ଆଗରେ ହାର ମାନିଥିଲା ଦାରିଦ୍ର୍ୟତା । ପ୍ରାରମ୍ଭିକ କ୍ରିକେଟ୍ କ୍ୟାରିୟରରେ, ଭିଗ୍ନେଶଙ୍କ ଶୈଳୀ ଥିଲା ମିଡିୟମ ପେସର । କିନ୍ତୁ କ୍ରିକେଟର ମହମ୍ମଦ ସରିଫ୍ ତାଙ୍କୁ ଲେଗ୍ ସ୍ପିନ୍ କରିବାକୁ ପରାମର୍ଶ ଦେଇଥିଲେ । ସରିଫଙ୍କ ପରାମର୍ଶ ବଳରେ ପଲଟିଯାଇଥିଲା ଭିଗ୍ନେଶଙ୍କ କ୍ରିକେଟ କ୍ୟାରିୟର ।
ଭଲ ସୁଯୋଗ ଆଶାରେ ତ୍ରିସୂର ଚାଲିଯାଇଥିଲେ ଭିଗ୍ନେଶ ପୁଥୁର । ଯେଉଁଠି ସେ ସେଣ୍ଟ ଥମାସ କଲେଜ ପାଇଁ ଖେଳି, ବନିଗଲେ ସଫଳ ବୋଲର । ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ହେତୁ ଜଲି ରୋଭର୍ସ କ୍ରିକେଟ୍ କ୍ଲବ ପାଇଁ ସେ କେରଳ କ୍ରିକେଟ୍ ଲିଗ୍ ରେ ଆଲେପି ରିପଲ୍ସର ଟିମ୍ରେ ସ୍ଥାନ ପାଇଲେ। ବଦଳିଥିଲା ତାଙ୍କ ଜୀବନର ଗତିପଥ, ପାଇଗଲେ IPLରେ ଚାନ୍ସ । ଏବେ ସେ ମୁମ୍ୱାଇ ଇଣ୍ଡିଆର ଉଦୀୟମାନ ତାରକା ।
ରବିବାର ମ୍ୟାଚ ରେ ସେ ଯେଉଁ ପ୍ରକାରର ପ୍ରଦର୍ଶନ କରିଛନ୍ତି ତାହା ଦେଖି ଲାଗୁଛି ଯେ ଏହି ସିଜିନରେ ତାଙ୍କୁ ଅଧିକରୁ ଅଧିକ ମ୍ୟାଚ ଖେଳିବାର ସୁଯୋଗ ମିଳିବ ।