ଖୁସି ରୁ ଦୁଃଖ ପର୍ଯ୍ୟନ୍ତ ଟିମ୍ ହାରିବା ପରେ SRH ର ମାଲିକାଣୀ କାବ୍ୟା ମାରାନ୍ ସୋସିଆଲ୍ ମିଡିଆରେ ହେଲେ ଜବରଦସ୍ତ ଟ୍ରୋଲ୍, ଦେଖନ୍ତୁ ଭାଇରଲ ଫୋଟୋ

କ୍ରିକେଟ ଖବର: ଆଇପିଏଲ୍ 2023 ର ଦଶମ ମ୍ୟାଚ୍ ରେ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟ ହାସଲ କରି ସନରାଇଜର୍ସ ହାଇଦ୍ରାବାଦକୁ 5 ୱିକେଟରର ପରାସ୍ତ କରିଛି। ଏହି ମ୍ୟାଚ୍ରେ ହାଇଦ୍ରାବାଦ ଦଳ ପ୍ରଥମେ 20 ଓଭରରେ ମାତ୍ର 121 ରନ୍ ସଂଗ୍ରହ କରିଥିଲା ଏବଂ ଯେତେବେଳେ ଲକ୍ଷ୍ନୌ ଦଳ ଏହି ସାମାନ୍ୟ ଟାର୍ଗେଟକୁ ହାସଲ କରିବା ପାଇଁ 16 ଓଭର ଖେଳି 5 ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା।
ଏହି ମ୍ୟାଚ୍ରେ, ସନରାଇଜର୍ସଙ୍କ ବ୍ୟାଟିଂ ଆଉ ବୋଲିଂ ବହୁତ ଖରାପ ଥିଲା। ଯେଉଁଥିପାଇଁ ଏହି ଦଳକୁ କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ଏହି ମ୍ୟାଚକୁ ପୂର୍ବପରି ଦେଖିବା ପାଇଁ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଦଳର ମାଲିକାଣୀ କାବ୍ୟା ମାରାନ୍ ମଧ୍ୟ ଉପସ୍ଥିତ ଥିଲେ ଏବଂ ବୋଧହୁଏ ସେ ମଧ୍ୟ ଭାବି ନଥିଲେ ଯେ ନୂତନ ଅଧିନାୟକଙ୍କ ଅଧୀନରେ ତାଙ୍କ ଦଳ ଏତେ ଖରାପ ପ୍ରଦର୍ଶନ କରିବ।
Kavya Maran deserve a champion team#LSGvSRH pic.twitter.com/OOMJtMqJfn
— 𝕾𝖕𝖆𝖗𝖙𝖆𝖓🍁 🇮🇳 (@HARGOVINDLAXKAR) April 7, 2023
ହାଇଦ୍ରାବାଦ ଦଳର ପରାଜୟ ପରେ ସୋସିଆଲ ମିଡିଆରେ କାବ୍ୟା ମାରାନଙ୍କ କିଛି ଫୋଟ ଚିତ୍ର ଭାଇରାଲ ହେବାରେ ଲାଗିଛି ଏବଂ ସେ ଟ୍ୱିଟରରେ ମଧ୍ୟ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ଏହି ଭାଇରାଲ ଚିତ୍ରରେ କାବ୍ୟା ମାରାନଙ୍କ ଦୁଇଟି ମନୋଭାବ ଦେଖିବାକୁ ମିଳେ। ଗୋଟିଏ ଚିତ୍ରରର ସେ ଆନନ୍ଦରେ ଉତ୍ସାହିତ ହେଉଥିବା ବେଳେ, ଦ୍ଵିତୀୟ ଚିତ୍ରରେ ସେ ଦୁଃଖିତ ହୋଇଥିଲେ।
Kavya ji has only Two mood 🤣#SRHvsRR pic.twitter.com/0wotAXsNdU
— Rajnish 🇮🇳 (@RofiRajnish) April 7, 2023
ତେବେ ଯେତେବେଳେ ହାଇଦ୍ରାବାଦ ଦଳ କାଇଲ୍ ମାୟର୍ସଙ୍କ ରୂପରେ ପ୍ରଥମ ୱିକେଟ୍ ପାଇଥିଲା ସେହି ସମୟରେ କାବ୍ୟା ମାରାନ ବହୁତ ଖୁସି ହୋଇ ଯାଇଥିଲେ। କିନ୍ତୁ ଯେତେବେଳେ ହାଇଦ୍ରାବାଦ ଦଳ ମ୍ୟାଚ ହାରିଗଲା, ସେହି ସମୟରେ ବହୁତ ନିରାଶ ହୋଇଥିଲେ। ତେବେ ତାଙ୍କର ଏହି ଦୁଇଟି ଫୋଟ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।
ଆହୁରି ପଢ଼ନ୍ତୁ: IPL 2023: ଲକ୍ଷ୍ନୌର ବିଜୟରେ ପଏଣ୍ଟ ଟେବୁଲରେ ହେଲା ବଡ ପରିବର୍ତ୍ତନ, ଜାଣନ୍ତୁ 10 ଟି ମ୍ୟାଚ ପରେ କିପରି ଅଛି Point Table