ଦେଖନ୍ତୁ ଭିଡିଓ: ଇଭେନ୍ ଲୁଇସ ଦମଦାର୍ ୱାନ୍ ହ୍ୟାଣ୍ଡ କ୍ୟାଚ ଧରିଲେ, KKR ର ଭାଙ୍ଗିଲା ସ୍ୱପ୍ନ, ହାରିଗଲା ମ୍ୟାଚ

  1. Home
  2. IPL Top News

ଦେଖନ୍ତୁ ଭିଡିଓ: ଇଭେନ୍ ଲୁଇସ ଦମଦାର୍ ୱାନ୍ ହ୍ୟାଣ୍ଡ କ୍ୟାଚ ଧରିଲେ, KKR ର ଭାଙ୍ଗିଲା ସ୍ୱପ୍ନ, ହାରିଗଲା ମ୍ୟାଚ


କ୍ରିକେଟ ଖବର : କ୍ରିକେଟ୍ ଖେଳର ଗୋଟିଏ ବିଶେଷତ୍ୱ ହେଉଛି ଦଳର ସମସ୍ତ 11 ଜଣ ଖେଳାଳି ମ୍ୟାଚ୍ ବଦଳାଇବାର ସୁଯୋଗ ଏବଂ କ୍ଷମତା ରଖିଥାନ୍ତି। ଅନେକ ଥର ଏହା ଘଟେ ଯେତେବେଳେ ଜଣେ ଖେଳାଳୀ କେବଳ ଗୋଟିଏ ଥର ଖେଳିବାର ସୁଯୋଗ ପାଇ ଖେଳର ଗତିପଥକୁ ବଦଳାଇଥାନ୍ତି। ଆମେ ଏହି କଥା କହିବାର ଅର୍ଥ ହେଉଛି ଗତକାଲିର ମ୍ୟାଚ। କାରଣ କୋଲକାତାକୁ ଯେଉଁଭଳି ଭାବରେ ଗତକାଲିର ମ୍ୟାଚ ହାରିବାକୁ ପଡିଛି ତାହା ବେଶ ସ୍ମରଣୀୟ। ଇଭେନ୍ ଲୁଇସ ଧରିଥିବା ଏକ କ୍ୟାଚ ପୁରାପୁରି ମ୍ୟାଚର ଗତିପଥକୁ ବଦଳାଇଥିଲା। ଅନ୍ୟପଟେ ଲୁଇସ 9ଟି ମ୍ୟାଚ ଅପେକ୍ଷା କରିବା ପରେ ଦଳକୁ ଫେରିଥିଲେ। ସେ ପ୍ରଥମ 4ଟି ମ୍ୟାଚ ନିଜ ଦଳ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ପାଇଁ ଖେଳିଥିଲେ। 

ଏହି ସମୟରେ, ଗତକାଲିର ରୋମାଞ୍ଚକର ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କୁ 2 ରନ୍ ବ୍ୟବଧାନରେ ପରାସ୍ତ କରି ଏକ ରୋମାଞ୍ଚକ ଢଙ୍ଗରେ ପ୍ଲେ ଅଫକୁ ଯାଇଛି ଲୋକେଶ ରାହୁଲଙ୍କର ଲକ୍ଷ୍ନୌ ସୁପରଜିଆଣ୍ଟସ୍। ଗୁଜୁରାଟ ଦଳ ପରେ,  ଲକ୍ଷ୍ନୌ ଦଳ ଦ୍ଵିତୀୟ ଟିମ୍ ଭାବରେ ପ୍ଲେ ଅଫକୁ ପହଞ୍ଚିଛି। ଲକ୍ଷ୍ନୌ ଦଳର ଏହି ବିଜୟ ପାଇଁ କ୍ୱିଣ୍ଟନ୍ ଡି କକଙ୍କୁ ଶ୍ରେୟ ଦିଆଯିବ। କାରଣ ସେ ମାତ୍ର 70 ଟି ବଲ୍ ଖେଳି 140 ରନ ସଂଗ୍ରହ କରିଛନ୍ତି। ଏହା ସହିତ ସେ ଚଳିତ ସିଜନର ଏକ ମ୍ୟାଚର ସବୁଠାରୁ ଅଧିକ ସ୍କୋରର ହୋଇ ପାରିଛନ୍ତି। କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ଦଳରେ ସୁଯୋଗ ପାଇଥିବା ଲୁଇସ ହିରୋ ହୋଇଯାଇଛନ୍ତି।

ଡିୱାଇ ପାଟିଲ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ଦଳ ପ୍ରଥମେ ବ୍ୟାଟିଂ କରି 210 ରନ୍ ସଂଗ୍ରହ କରିଥିଲା।  ଏତେ ବଡ ସ୍କୋର କରିବାର ଶ୍ରେୟ ଓପନର୍ କ୍ୱିଣ୍ଟନ୍ ଡି କକଙ୍କୁ ଯାଇଛି। ଯିଏ ମାତ୍ର 70 ବଲରେ 140 ରନ୍ କରିନଥିଲେ।  ତାଙ୍କ ସହ କ୍ୟାପଟେନ କେ.ଏଲ୍ ରାହୁଲ ଏହି ସମସ୍ତ ରନ୍ ସ୍କୋର କରିଥିଲେ। ରାହୁଲ 51 ଟି ବଲରେ 68 ରନ ସଂଗ୍ରହ କରିଥିଲେ।  ତା’ପରେ କୋଲକାତା ମଧ୍ୟ ଜୋରଦାର ଜବାବ ଦେଇ ଶ୍ରେୟାସ ଆୟର-ନୀତୀଶ ରାଣା ଏବଂ ସାମ ବିଲିଙ୍ଗ୍ସଙ୍କ ଇନିଂସ ସହ ମ୍ୟାଚକୁ ରୋମାଞ୍ଚକର କରିଥିଲେ। ସମସ୍ତେ ଆଉଟ୍ ହେବା ପରେ ରିଙ୍କୁ ସିଂ ଇନିଂସକୁ ଆଗକୁ ନେଇଥିଲେ। ସେ ମାତ୍ର 15 ଟି ବଲରେ 40 ରନର ଏକ ଦମଦାର ପାରି ଖେଳିଥିଲେ। କିନ୍ତୁ ଶେଷ ବଲରେ ସେ ବାଉଣ୍ଡରୀ ଶର୍ଟ ଖେଳିବାକୁ ଯାଇ ଲୁଇସଙ୍କ ହାତରେ ଧରପଡିଥିଲେ।ଆଉ ଲୁଇସ ମଧ୍ୟ ଏକ ଶାନଦାର ୱାନ୍ ହ୍ୟାଣ୍ଡ କ୍ୟାଚ ଧରିଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। 

Evin Lewis catch

କେକେଆରକୁ ଶେଷ ଓଭରରେ ଜିତିବା ପାଇଁ ଆବଶ୍ୟକ 21 ରନ୍ ମଧ୍ୟରୁ ରିଙ୍କୁ ସିଂ ପ୍ରଥମ ଚାରିଟି ବଲରେ 18 ରନ୍ ସଂଗ୍ରହ କରିଥିଲେ। ବର୍ତ୍ତମାନ 2ଟି ବଲରେ 3 ରନ୍ ଆବଶ୍ୟକ ଥିଲା ଏବଂ ରିଙ୍କୁ ବଲକୁ ହାୱାରେ ଖେଳିଥିଲେ। ଠିକ୍ ଶର୍ଟ ସହିତ ବଲଟି କଭର ଆଡକୁ ଯାଇଥିଲା। କିନ୍ତୁ ସେଠାରେ ଏକ କଷ୍ଟସାଧ୍ୟ କ୍ୟାଚ ଧରି ଇଭିନ୍ ଲୁଇସ୍ ମ୍ୟାଚକୁ ଲକ୍ଷ୍ନୌ ଆଡ଼କୁ ଆଣିଥିଲେ।  ଲୁଇସ୍ ପଛୁଆ ପ୍ରାୟ 30 ମିଟର ଦୌଡିଥିଲେ ଏବଂ ତା’ପରେ ଡ୍ରାଇଭି ମାରି ବାମ ହାତରେ ଏକ ଆଶ୍ଚର୍ଯ୍ୟଜନକ କ୍ୟାଚ୍ ନେଇଥିଲେ। ଆଉ ନିଜ ଦଳକୁ ଜିତାଇଥିଲେ। 

ଦେଖନ୍ତୁ ଭିଡ଼ିଓ :