T-20 ରେ ଟେଷ୍ଟ ମ୍ୟାଚ ଖେଳିବା କେ.ଏଲ୍ ରାହୁଲ ଙ୍କୁ ପଡିଲା ମାହାଙ୍ଗା, ଲଗାତାର 2ଟି ମ୍ୟାଚ ହାରିଲା ପଞ୍ଜାବ

  1. Home
  2. IPL Top News

T-20 ରେ ଟେଷ୍ଟ ମ୍ୟାଚ ଖେଳିବା କେ.ଏଲ୍ ରାହୁଲ ଙ୍କୁ ପଡିଲା ମାହାଙ୍ଗା, ଲଗାତାର 2ଟି ମ୍ୟାଚ ହାରିଲା ପଞ୍ଜାବ

ଦିଲ୍ଲୀ କ୍ୟାପିଟାଲ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ 2021 ର ଏକାଦଶ ମ୍ୟାଚରେ କେଏଲ ରାହୁଲଙ୍କ ଦଳ ପରାଜୟର ସମ୍ମୁଖୀନ ହୋଇଥିଲା । ସବୁ ବ୍ୟାଟ୍ସମ୍ୟାନ୍ ଭଲ ଖେଳିଥିଲେ କିନ୍ତୁ ରାହୁଲ ଟେଷ୍ଟ ମ୍ୟାଚ ପକାଇ ଦେଇଥିଲେ ଏବଂ ଦିଲ୍ଲୀ ଆରମ୍ଭରୁ ପଞ୍ଜାବ ବୋଲରଙ୍କ ଉପରେ ଚାପ ପକାଇ ଶେଷରେ 6 ୱିକେଟ୍ …


T-20 ରେ ଟେଷ୍ଟ ମ୍ୟାଚ ଖେଳିବା କେ.ଏଲ୍ ରାହୁଲ ଙ୍କୁ ପଡିଲା ମାହାଙ୍ଗା, ଲଗାତାର 2ଟି ମ୍ୟାଚ ହାରିଲା ପଞ୍ଜାବ

ଦିଲ୍ଲୀ କ୍ୟାପିଟାଲ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ 2021 ର ଏକାଦଶ ମ୍ୟାଚରେ କେଏଲ ରାହୁଲଙ୍କ ଦଳ ପରାଜୟର ସମ୍ମୁଖୀନ ହୋଇଥିଲା । ସବୁ ବ୍ୟାଟ୍ସମ୍ୟାନ୍ ଭଲ ଖେଳିଥିଲେ କିନ୍ତୁ ରାହୁଲ ଟେଷ୍ଟ ମ୍ୟାଚ ପକାଇ ଦେଇଥିଲେ ଏବଂ ଦିଲ୍ଲୀ ଆରମ୍ଭରୁ ପଞ୍ଜାବ ବୋଲରଙ୍କ ଉପରେ ଚାପ ପକାଇ ଶେଷରେ 6 ୱିକେଟ୍ ଜିତିଥିଲା ​। ଏହା ପଞ୍ଜାବର କ୍ରମାଗତ ଦ୍ୱିତୀୟ ପରାଜୟ ।

ପରାଜୟ କାରଣରୁ ରାହୁଲ ନିରାଶ ହୋଇଛନ୍ତି:

ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ତାଙ୍କର 29 ତମ ଜନ୍ମଦିନ ପାଳନ କରୁଥିଲେ । ସେ 51 ବଲ ଖେଳି 61 ରନର ଭଲ ଇନିଂସ ଖେଳିଥିଲେ, କିନ୍ତୁ ତାଙ୍କ ଦଳ ବିଜୟ ହାସଲ କରିପାରି ନଥିଲା ଏବଂ ରାହୁଲ ଏହି କାରଣରୁ ବହୁତ ନିରାଶ ହୋଇଥିଲେ ।

T-20 ରେ ଟେଷ୍ଟ ମ୍ୟାଚ ଖେଳିବା କେ.ଏଲ୍ ରାହୁଲ ଙ୍କୁ ପଡିଲା ମାହାଙ୍ଗା, ଲଗାତାର 2ଟି ମ୍ୟାଚ ହାରିଲା ପଞ୍ଜାବ

“ଯଦି ମୋର ଜନ୍ମଦିନ ଅବସରରେ ଜିତିଥାନ୍ତେ, ତେବେ ଭଲ ହୋଇଥାନ୍ତା, ତେଣୁ ଏହା ଟିକେ ନିରାଶାଜନକ ଅଟେ। କିନ୍ତୁ ଆମ ପାଖରେ ତଥାପି ଅନେକ ମ୍ୟାଚ୍ ବାକି ଅଛି ଏବଂ ଆମେ ଦୃଢ଼ ଫେରି ଆସିବା ଏବଂ କିଛି ମ୍ୟାଚ୍ ଜିତିବା | ବର୍ତ୍ତମାନ ଦେଖାଯାଉଛି ଯେ ଆମେ 15 ରୁ 20 ରନ୍ ସ୍କୋର କମ କରିଛୁ ସେଥିପାଇଁ ହାରିଗଲୁ । “

ଶିଖର ଧାୱନ ଙ୍କ ଠାରୁ ରାହୁଲ ଙ୍କୁ ଶିଖିବା କଥା:

T-20 ରେ ଟେଷ୍ଟ ମ୍ୟାଚ ଖେଳିବା କେ.ଏଲ୍ ରାହୁଲ ଙ୍କୁ ପଡିଲା ମାହାଙ୍ଗା, ଲଗାତାର 2ଟି ମ୍ୟାଚ ହାରିଲା ପଞ୍ଜାବ

ଶିଖର ଧାୱନ 196 ଭଳି ବିଶାଳ ସ୍କୋର ର ପିଛା କରି 49 ବଳ ରେ 92 ରନ କରିଥିଲେ । କିନ୍ତୁ ରାହୁଲ ଙ୍କୁ ଦେଖିବାକୁ ଗଲେ ବ୍ୟାଟିଂ ପିଚ ରେ ତାହା ପୁଣି ପାୱାର ପ୍ଲେ ଚାଲିଥିବା ସମୟରେ ମହାଶୟ ଟେଷ୍ଟ ମ୍ୟାଚ ଭଳି ଖେଳିଥିଲେ, ସେ 51 ବଲ ରେ 61 ରନ କେବଳ 119 ଷ୍ଟ୍ରାଇକ ରେଟ ରେ କରିଥିଲେ । ଯାହାଫଳରେ ଟିମ 200 ରନ ମଧ୍ୟ କରିବାରେ ସକ୍ଷମ ହୋଇନଥିଲା । କ୍ରିସ୍ ଗେଲ ଙ୍କୁ ଓପନିଂ ପଠାଇ ରାହୁଲ ମାଧ୍ୟ୍ୟକ୍ରମ ରେ ଆସିବା ଠିକ ହେବ ନହଲେ ଦଳ ଏମିତି ହିଁ ପରାଜୟ ର ସମ୍ମୁଖୀନ ହେବ ।