IPL ଫାଇନାଲ୍ ପୂର୍ବରୁ ସନ୍ନ୍ୟାସ ଘୋଷଣା କଲେ CSK ର ଏହି ଘାତକ ଖେଳାଳି, ଆସିଲା ଚେନ୍ନାଇ ଫ୍ୟାନ୍ସ ଙ୍କ ପାଇଁ ଦୁଃଖର ଖବର

  1. Home
  2. IPL Top News

IPL ଫାଇନାଲ୍ ପୂର୍ବରୁ ସନ୍ନ୍ୟାସ ଘୋଷଣା କଲେ CSK ର ଏହି ଘାତକ ଖେଳାଳି, ଆସିଲା ଚେନ୍ନାଇ ଫ୍ୟାନ୍ସ ଙ୍କ ପାଇଁ ଦୁଃଖର ଖବର


ଆଜି 28 ମେ ରେ ଆଇପିଏଲ୍ ୨୦୨୩ ଫାଇନାଲ୍ ମ୍ୟାଚ୍ ଗୁଜରାଟ ଏବଂ ଚେନ୍ନାଇ ମଧ୍ୟରେ ହେଉଛି । ଏହି ମ୍ୟାଚ ପୂର୍ବରୁ CSK କୁ ଏକ ବଡ଼ ଝଟକା ଲାଗିଛି । ଦଳର ଷ୍ଟାର କ୍ରିକେଟର ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ।

ଆମେ ଷ୍ଟାର ଖେଳାଳି ଅମ୍ବାତି ରାୟୁଡୁ ଙ୍କ ବିଏସଆର କହିବାକୁ ଯାଉଛୁ, ଯିଏକି ମ୍ୟାଚ୍ ପୂର୍ବରୁ ଟ୍ୱିଟ୍ କରି IPL ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏଥିସହିତ କହିଛନ୍ତି ଆଜିର ଫାଇନାଲ୍ ତାଙ୍କର ଶେଷ ମ୍ୟାଚ୍ ହେବ ଏବଂ ଏହାପରେ ସେ ଲିଗରୁ ସନ୍ନ୍ୟାସ ନେଉଛନ୍ତି ।

tweet

ସୂଚନା ଅନୁଯାୟୀ ଅମ୍ବାତି ରାୟୁଡୁ ରବିବାର ଫାଇନାଲ ମ୍ୟାଚ ପୂର୍ବରୁ ଟ୍ୱିଟ କରି ଲେଖିଛନ୍ତି, ”ଦୁଇଟି ମହାନ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ, 204 ମ୍ୟାଚ୍, 14 ସିଜିନ, 11 ପ୍ଲେଅଫ୍, 8 ଫାଇନାଲ୍ ଏବଂ 5 ଟ୍ରଫି ଏବଂ ଆଶା ଅଛି ଯେ ଆଜି ଷଷ୍ଠ ଟ୍ରଫି ଜିତିବୁ । ଏହି ଯାତ୍ରା ଚମତ୍କାର ଥିଲା । ମୁଁ ନିଷ୍ପତ୍ତି କରିଛି ଯେ ଆଜି ରାତିରେ ହେବାକୁ ଥିବା ଫାଇନାଲ୍ ମୋର ଆଇପିଏଲରେ ଶେଷ ମ୍ୟାଚ୍ ହେବ । ମୋତେ ବାସ୍ତବରେ ଏହି ମହାନ ଟୁର୍ଣ୍ଣାମେଣ୍ଟ ଖେଳିବାରେ ବହୁତ ମଜା ଆସିଥିଲା । ଆପଣ ସମସ୍ତଙ୍କୁ ଧନ୍ୟବାଦ । କୌଣସି ୟୁ ଟର୍ଣ୍ଣ ନାହିଁ ।”

Ambati rayidu

ତାଙ୍କ କଥାରୁ ସ୍ପଷ୍ଟ ଯେ ସେ ଆଉ ଆଇପିଏଲକୁ ଫେରିବେ ନାହିଁ । ଶେଷ ଥର ପାଇଁ ଆଜିର ରାତି ମ୍ୟାଚ୍ ଖେଳିବେ । ୟୁ-ଟର୍ଣ୍ଣ କଥା ସେ ଏଥିପାଇଁ ଟ୍ୱିଟରେ ଯୋଡ଼ିଛନ୍ତି କାରଣ ଗତ ବର୍ଷ ଯେବେ ସେ ଏବଂ ତାଙ୍କ ଦଳ ଖରାପ ପ୍ରଦର୍ଶନ କରିଥିଲା ଏବଂ ତାଙ୍କୁ ଦଳରୁ ଡ୍ରପ୍ କରାଯାଇଥିଲା ତେବେ ସେ ଏକ ଟ୍ୱିଟ୍ କରି ରିଟାୟରମେଣ୍ଟ କଥା କହିଥିଲେ । ଅବଶ୍ୟ ପରେ ସେ ଏହି ଟ୍ୱିଟ୍ ଡିଲିଟ କରିଦେଇଥିଲେ କିନ୍ତୁ ଚଳିତଥର ସେ ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲ 2023 ଫାଇନାଲ୍ ତାଙ୍କର ଶେଷ ମ୍ୟାଚ୍ ହେବ ।