IPL ପୂର୍ବରୁ ରାଜସ୍ଥାନ ରୟାଲ୍ସ ରେ ବଡ ପରିବର୍ତ୍ତନ, ସାମସନ୍‌ଙ୍କ ବଦଳରେ କ୍ୟାପଟେନ୍ ଵନିବେ ରିୟାନ୍!

  1. Home
  2. IPL Top News

IPL ପୂର୍ବରୁ ରାଜସ୍ଥାନ ରୟାଲ୍ସ ରେ ବଡ ପରିବର୍ତ୍ତନ, ସାମସନ୍‌ଙ୍କ ବଦଳରେ କ୍ୟାପଟେନ୍ ଵନିବେ ରିୟାନ୍!


IPL ୨୦୨୫ : ଆଇପିଏଲ ପୂର୍ବରୁ ରାଜସ୍ଥାନ ଟିମ୍‌ କୁ ମିଳିଲା ବଡ଼ ଝଟକା । ଦଳ ର ବଦଳିବେ କ୍ୟାପଟେନ୍ ।  ସାମସନଙ୍କ ଜାଗାରେ ରିୟାନ ପରାଗ ସମ୍ଭାଳିବେ ଟିମ୍‌ର ଦାୟିତ୍ୱ । 

ଆହାତ କାରଣରୁ ସଞ୍ଜୁ ସାମସନ ସେ ଖେଳରୁ ବାଦ୍ ପଡିଛନ୍ତି । କାରଣ ସେ ଏଯାଏଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ଏହି କାରଣରୁ, ରାଜସ୍ଥାନ ରୟାଲ୍ସ ଏକ ବଡ଼ ନିଷ୍ପତ୍ତି ନେଇ ଅଧିନାୟକତ୍ୱ ପରିବର୍ତ୍ତନ କରିଛି । ତାଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ରିୟାନ ପରାଗଙ୍କୁ ଦଳର କମାଣ୍ଡ ଦାୟିତ୍ୱ ନ୍ୟସ୍ତ କରାଯାଇଛି । 

ତେବେ ଏଥର ଆଇପିଏଲ୍‌ରେ ସାମସନଙ୍କୁ ରିୟାନ ପରାଗଙ୍କ ଅଧିନାୟକତ୍ୱରେ ଖେଳିବାର ଦେଖାଯିବ। ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ୍ ୨୩ ମାର୍ଚ୍ଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହେବ । ପ୍ରଥମ ଥର ପାଇଁ, ରିୟାନ ପରାଗ ଅଧିନାୟକତ୍ୱର ଦାୟିତ୍ୱ ନେବେ ।

ଗତ କିଛି ସପ୍ତାହ ଧରି ଆଙ୍ଗୁଠି ଆଘାତରେ ପୀଡିତ ସଞ୍ଜୁ ସାମସନ ଏପର୍ଯ୍ୟନ୍ତ ଏଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। 

ସାମସନଙ୍କୁ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରୁ ବ୍ୟାଟିଂ ପାଇଁ ଅନୁମତି ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ୱିକେଟ କିପିଂ ପାଇଁ ସବୁଜ ସଙ୍କେତ ମିଳିନାହିଁ । ଏପରିସ୍ଥିତିରେ, ରାଜସ୍ଥାନ ରୟାଲ୍ସ ଅଧିନାୟକତ୍ୱ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ।

ଫ୍ରାଞ୍ଚାଇଜ୍ ଗୁରୁବାର, ମାର୍ଚ୍ଚ ୨୦ ତାରିଖରେ ଘୋଷଣା କରିଛନ୍ତି ଯେ ରିୟାନ ପରାଗ ପ୍ରଥମ ୩ଟି ମ୍ୟାଚ୍ ପାଇଁ ଦଳର ନେତୃତ୍ୱ ନେବେ । ଏହି ସମୟ ମଧ୍ୟରେ ସଞ୍ଜୁ ସାମସନ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବା ଜାରି ରଖିବେ । ସଞ୍ଜୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ କ୍ୟାପଟେନ ଭାବରେ ଖେଳିବେ ।