ଦେଖନ୍ତୁ ଭିଡ଼ିଓ: ଅର୍ଜୁନ ତେନ୍ଦୁଲକରଙ୍କ ୟର୍କର ଆଗରେ ମୁହଁ ମାଡି ପଡ଼ିଲେ ଇଶାନ କିଶାନ, ଭିଡିଓ ହେଲା ଭାଇରାଲ

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: ଅର୍ଜୁନ ତେନ୍ଦୁଲକରଙ୍କ ୟର୍କର ଆଗରେ ମୁହଁ ମାଡି ପଡ଼ିଲେ ଇଶାନ କିଶାନ, ଭିଡିଓ ହେଲା ଭାଇରାଲ


ଆଇପିଏଲ୍ ୨୦୨୪ କୁ ନେଇ ଭାରତୀୟ କ୍ରିକେଟ ଜଗତରେ ଉତ୍ସାହ ଦେଖିବାକୁ ମିଳିଲାଣି। କ୍ରିକେଟ୍ କରିଡରରେ ଆଇପିଏଲ୍ ବିଷୟରେ ଚର୍ଚ୍ଚା ଜୋର ଧରିଲାଣି।  ମାର୍ଚ୍ଚ ୨୨ ତାରିଖରୁ କ୍ରିକେଟ୍ ପ୍ରେମୀମାନେ ଏହାକୁ ଉପଭୋଗ କରିବାକୁ ପ୍ରସ୍ତୁତ ହୋଇ ସାରିଲେଣି। ତେଣୁ ଖେଳାଳିମାନେ ଆଇପିଏଲ୍ ପାଇଁ ପ୍ରସ୍ତୁତ ନ ହୋଇ କିପରି ଅବା ରହିପାରିବେ। ଆଇପିଏଲ୍ ଆରମ୍ଭ ହେବାକୁ ୨ ସପ୍ତାହ ଠାରୁ କମ ସମୟ ବାକି ରହିଥିବା ବେଳେ ଟିମ ଗୁଡିକ ନିଜର ଟ୍ରେନିଂ କ୍ୟାମ୍ପ ମଧ୍ୟ ଆରମ୍ଭ କରି ସାରିଲେଣି।

Arjun

ଏହାରି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଯୁବ ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନଙ୍କୁ ତାଙ୍କ ମାରାତ୍ମକ ୟର୍କର୍ ସହିତ ଅସୁବିଧାରେ ପକାଉଥିବା ଦେଖିବାକୁ ମିଳିଛି। ଆଇପିଏଲ୍ ୨୦୨୪ର ୧୭ ତମ ସିଜନ୍ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି।

ଏହି ଟୁର୍ଣାମେଣ୍ଟ ଆରମ୍ଭ ହେବାକୁ ମାତ୍ର ଅଳ୍ପ ଦିନ ବାକି ଅଛି। ଏହାପୂର୍ବରୁ ସମସ୍ତ ଦଳର ଖେଳାଳିମାନେ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଛନ୍ତି।  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରସ୍ତୁତ ହେଉଛି। ନେଟ୍ସରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ନିଜ ବୋଲିଂରେ ଉନ୍ନତି ଆଣିବା ସହିତ ବ୍ୟାଟରମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି।

Yorker

ଆଇପିଏଲ୍ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନ ତେନ୍ଦୁଲକରଙ୍କ ଏକ ଭିଡିଓ ସେୟାର କରିଛି।  ଯେଉଁଥିରେ ସେ ବାମହାତୀ ବ୍ୟାଟ୍ସମ୍ୟାନ ଇଶାନ କିଶନଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଛି। ତାଙ୍କର ଚମତ୍କାର ୟର୍କରକୁ ଖେଳି ନ ପାରି ଇଶାନ ତଳେ ପଡି ଯାଉଥିବା ମଧ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। 


ଗତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଅର୍ଜୁନ ତେନ୍ଦୁଲକର ଆଇପିଏଲରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ୱାନଖେଡେ ଠାରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅର୍ଜୁନ ଗତ ସିଜନରେ ଆଇପିଏଲ୍ ଡେବ୍ୟୁ କରିଥିଲେ। ସେତେବେଳେ ସେ ଭଲ ବୋଲିଂ କରି ସମସ୍ତଙ୍କ ମନରେ ଛାପ ଛାଡିଥିଲେ।

Hardik

ଏହି ସିଜନରେ ସେ ମୋଟ ୪ଟି ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ବୋଲିଂ କରିବା ସମୟରେ ହାରାହାରି ୩୦.୬୭ ରେ ୩ ​​ୱିକେଟ୍ ନେଇଥିଲେ। ଏହି ଅବଧି ମଧ୍ୟରେ ତାଙ୍କର ଇକୋନୋମି ୯.୩୬ ରହିଥିଲା। ଏହା ବ୍ୟତୀତ ସେ ଗୋଟିଏ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ୧୩ ରନ୍ ସଂଗ୍ରହ କରିଥିଲେ। ଏଭଳି ପରିସ୍ଥିତିରେ, ନୂତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସେ କିପରି ସନ୍ତୁଳନ ବଜାୟ କରୁଛନ୍ତି ତାହା ଦେଖିବା ମଜାଦାର ହେବ।