ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାରଣରୁ କଡ଼ା ସମାଲୋଚନା କଲେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା, କହିଲେ ଧୋନି…

  1. Home
  2. IPL Top News

ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାରଣରୁ କଡ଼ା ସମାଲୋଚନା କଲେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା, କହିଲେ ଧୋନି…

କ୍ରିକେଟ ଖବର : ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ କଟାକ୍ଷ କରିଛନ୍ତି ଦେଶର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା। ଆକାଶ ବର୍ତ୍ତମାନ ଆଇପିଏଲରେ ଧୋନିଙ୍କର ଖରାପ ଫର୍ମକୁ ନେଇ କଟାକ୍ଷ କରିଛନ୍ତି। ଆକାଶ , ଧୋନିଙ୍କୁ କଟାକ୍ଷ କରି ଏପରି କଥା କହିଛନ୍ତି ଯେ, ଯଦି ଆପଣ ମାହିଙ୍କ ଫ୍ୟାନ୍ ହୋଇଥିବେ …


ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାରଣରୁ କଡ଼ା ସମାଲୋଚନା କଲେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା, କହିଲେ ଧୋନି…

କ୍ରିକେଟ ଖବର : ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ କଟାକ୍ଷ କରିଛନ୍ତି ଦେଶର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା। ଆକାଶ ବର୍ତ୍ତମାନ ଆଇପିଏଲରେ ଧୋନିଙ୍କର ଖରାପ ଫର୍ମକୁ ନେଇ କଟାକ୍ଷ କରିଛନ୍ତି। ଆକାଶ , ଧୋନିଙ୍କୁ କଟାକ୍ଷ କରି ଏପରି କଥା କହିଛନ୍ତି ଯେ, ଯଦି ଆପଣ ମାହିଙ୍କ ଫ୍ୟାନ୍ ହୋଇଥିବେ ତେବେ ଆପଣ ଏହି ଲେଖାଟି ସମ୍ପୂର୍ଣ୍ଣ ପଢିଲେ ନିଶ୍ଚିତ ରାଗିବେ।

ଜଣେ ବିଶିଷ୍ଟ କ୍ରିକେଟ ଖେଳାଳିରୁ ଭାଷ୍ୟକାର ହୋଇଥିବା ଆକାଶ ଚୋପ୍ରା, ନିକଟରେ ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ( ସିଏସକେ )ର ଖେଳରେ ମୁଗ୍ଧ ହୋଇଛନ୍ତି। କିନ୍ତୁ ସେ ସିଏସକେର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଖେଳକୁ ବ୍ୟକ୍ତିଗତ ଭାବରେ କଟାକ୍ଷ କରିଛନ୍ତି।

ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାରଣରୁ କଡ଼ା ସମାଲୋଚନା କଲେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା, କହିଲେ ଧୋନି…

ସେ କହିଛନ୍ତି ଯେ, ଧୋନିଙ୍କ ଅଧିନାୟକତ୍ବରେ ସୁପର କିଙ୍ଗ୍ସ ଚଳିତ ବର୍ଷ ଭଲ ଖେଳୁଛି। କିନ୍ତୁ ଧୋନିଙ୍କ ପ୍ରଦର୍ଶନ ବ୍ୟାଟ୍ସମ୍ୟାନ୍ ଭାବରେ ଦୃଷ୍ଟି ଆକର୍ଷଣ କରିପାରିନାହିଁ। ଆକାଶ ଚୋପ୍ରା ଆହୁରି ମଧ୍ୟ କହିଛନ୍ତି ଯେ ସିଏସକେରେ ଏମଏସ ଧୋନିଙ୍କ ଖେଳ ଯୋଗ୍ୟତା ଅନୁଯାୟୀ ହୋଇନାହିଁ, ବରଂ ଫ୍ରାଞ୍ଚାଇଜର ପସନ୍ଦ ସେ ବର୍ତ୍ତମାନ ମଧ୍ୟ କ୍ରିକେଟ ଖେଳୁଛନ୍ତି।

ଚୋପ୍ରା ଏହା ମଧ୍ୟ କହିଛନ୍ତି ଯେ ଭାରତର ପୂର୍ବତନ ଅଧିନାୟକ ବିନା ସିଏସକେ ୨୦୧୮ ମସିହାରେ ଟ୍ରଫି ଜିତି ଦୁଇ ବର୍ଷର ପ୍ରତିବନ୍ଧକରୁ ଫେରି ଆସି ନଥାନ୍ତା କିମ୍ବା ଚଳିତ ସିଜନରେ ସେମାନେ ଟେବୁଲ ଶୀର୍ଷରେ ରହି ନଥାନ୍ତେ। ସେ ବର୍ତ୍ତମାନ କେବଳ ଅଧିନାୟକ ଏବଂ ୱିକେଟ୍ କିପର ଭାବରେ ଖେଳୁଛନ୍ତି କାରଣ ସେ ବ୍ୟାଟ୍ସମ୍ୟାନ୍ ଭାବରେ କିଛି ବି କରିପାରୁନାହାନ୍ତି। ଯେତେବେଳେ ସେ ବ୍ୟାଟିଂ କରିବାକୁ ଫିଲ୍ଡକୁ ଆସନ୍ତି, ସେତେବେଳେ ସେ ଅଧିକ କିଛି କରିପାରନ୍ତି ନାହିଁ। ତେବେ ସତ୍ୟ ହେଉଛି ଏହା ଯେ, ସିଏସକେ ୧୦ ଜଣ ଖେଳାଳିଙ୍କୁ ନେଇ ପଡ଼ିଆକୁ ପ୍ରତ୍ୟେକ ଥର ଓଲ୍ହାଉଛି। କାରଣ ଧୋନି ଖେଳାଳିଙ୍କ ସହିତ ଆସୁଛନ୍ତି କେବଳ ଜଣେ ଅଧିନାୟକ ଭାବରେ। କିନ୍ତୁ ଧୋନିଙ୍କ ବିଷୟରେ ଏହା ଆଉ ଏକ ମଜାଦାର ବିଷୟ | ଆକାଶ ଚୋପ୍ରା କହିଛନ୍ତି।

ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାରଣରୁ କଡ଼ା ସମାଲୋଚନା କଲେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା, କହିଲେ ଧୋନି…

ସେ କହିଛନ୍ତି ଯେ, ” ସିଏସକେର ପ୍ରତ୍ୟାବର୍ତ୍ତନ,” ଓ ଚାମ୍ପିଅନ୍ ସୁପର କିଙ୍ଗ୍ସ “ର ଭାଗ୍ୟର ପରିବର୍ତ୍ତନରେ କେବଳ ଏମଏସ ଧୋନିଙ୍କ ଅଧିନାୟକତ୍ୱ ଯୋଗୁଁ ହୋଇଛି। ଯଦି ଧୋନି ନଥାନ୍ତେ ଏହା ସିଏସକେ ପାଇଁ ହୋଇନଥାନ୍ତା।

News Hub