MI ବିପକ୍ଷ ମ୍ୟାଚ ହାରିବା ପରେ ଦୁଃଖରେ ରାହାଣେ! କହିଲେ ହାରିବାର ପ୍ରକୃତ କାରଣ….

  1. Home
  2. IPL Top News

MI ବିପକ୍ଷ ମ୍ୟାଚ ହାରିବା ପରେ ଦୁଃଖରେ ରାହାଣେ! କହିଲେ ହାରିବାର ପ୍ରକୃତ କାରଣ….


IPL ୨୦୨୫ରେ ଡିଫେଣ୍ଡିଂ ଚାମ୍ପିଅନ୍ KKRର ପ୍ରଦର୍ଶନ ଏପର୍ଯ୍ୟନ୍ତ ବହୁତ ସାଧାରଣ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୱାଙ୍ଖଡେ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି କେକେଆର ୧୬.୨ ଓଭରରେ ୧୧୬ ରନ କରି ଅଲଆଉଟ୍ ହୋଇ ଯାଇଥିଲା। ଏହା ପରେ, ବୋଲିଂରେ ମଧ୍ୟ KKR ର ପ୍ରଦର୍ଶନ ବହୁତ ସାଧାରଣ ରହିଥିଲା ଏବଂ ସେମାନେ ୮ ୱିକେଟରେ ମ୍ୟାଚ୍ ହାରି ଯାଇଥିଲେ। ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ଏହି ସିଜିନରେ ଏହା KKRର ଦ୍ୱିତୀୟ ପରାଜୟ। 

ପୂର୍ବରୁ, କେକେଆର ଉଦଘାଟନୀ ମ୍ୟାଚ୍‌ରେ ଆରସିବିଠାରୁ ପରାସ୍ତ ହୋଇଥିଲା, କିନ୍ତୁ ଏହା ପରେ ସେମାନେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ବିପକ୍ଷରେ ବିଜୟୀ ହୋଇଥିଲେ। ଆଉ ଏବେ KKR ପୁଣି ଥରେ MI ବିପକ୍ଷରେ ହାରିଯାଇଛି। ଏହି ପରାଜୟ ପରେ, KKR ଅଧିନାୟକ ଅଜିଙ୍କ୍ୟ ରାହାଣେ କହିଛନ୍ତି ଯେ,

"ଏହା ବ୍ୟାଟିଂ ପାଇଁ ଏକ ଭଲ ୱିକେଟ୍ ଥିଲା, କିନ୍ତୁ ଆମେ ଏହାକୁ ଠିକ୍ ଭାବରେ ବ୍ୟବହାର କରିପାରିଲୁ ନାହିଁ। ଏଠାରେ ୧୮୦-୧୯୦ ସ୍କୋର ଭଲ ହୋଇଥାନ୍ତା। ଆମେ ଏହି ପିଚ୍ ରେ ଭଲ ବାଉନ୍ସ ଆଶା କରିଥିଲୁ। ଅତିରିକ୍ତ ବାଉନ୍ସକୁ ସଠିକ୍ ଭାବରେ ବ୍ୟବହାର କରିବା ପାଇଁ ଆମକୁ ବହୁତ ଶୀଘ୍ର ଶିଖିବାକୁ ପଡିବ।

ବୋଲରମାନେ ସେମାନଙ୍କର ସର୍ବୋତ୍ତମ ଚେଷ୍ଟା କରିଥିଲେ, କିନ୍ତୁ ଆମର ବୋର୍ଡରେ ଅଧିକ ରନ୍ ନଥିଲା। ଆମେ ବାରମ୍ବାର ୱିକେଟ୍ ହରାଇବା ଆରମ୍ଭ କରିଥିଲୁ - ପାୱାରପ୍ଲେରେ ଚାରିଟି ଏବଂ ତା'ପରେ, ଭଲ ସ୍କୋର କରିବା କଷ୍ଟକର ଥିଲା। ଆପଣଙ୍କୁ ଏପରି ଜଣେ ବ୍ୟାଟ୍ସମ୍ୟାନ୍ ଆବଶ୍ୟକ ଯିଏ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିବ ଏବଂ ସ୍ଥିର ରହିବ, କିନ୍ତୁ ତାହା ଘଟିଲା ନାହିଁ।"

ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହୋଇଥିବା ଏହି ମ୍ୟାଚ୍‌ରେ, ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୱାଙ୍ଖଖେଡେର ଲାଲ ମାଟି ପିଚ୍‌ରେ ହାର୍ଦ୍ଦିକଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହୋଇଥିଲା ଏବଂ KKRର ୱିକେଟ୍ ନିୟମିତ ବ୍ୟବଧାନରେ ପଡ଼ି ଚାଲିଥିଲା। KKR ମାତ୍ର ୨ ରନରେ ସେମାନଙ୍କର ଓପନର ସୁନୀଲ ନାରିନ (0) ଏବଂ କ୍ୱିଣ୍ଟନ ଡି କକ୍ (1)ଙ୍କୁ ହରାଇଥିଲା। ଏହା ପରେ, ୱିକେଟ ପତନର କ୍ରମ ଆରମ୍ଭ ହୋଇ ସ୍କୋର ୧୧୬ ରେ ପହଞ୍ଚିବା ପରେ ରମନଦୀପ ସିଂହଙ୍କ ୱିକେଟ ସହିତ ଶେଷ ହୋଇଥିଲା। 

ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୧), ଅଙ୍ଗକ୍ରିଶ ରଘୁବଂଶୀ (୨୬), ରିଙ୍କୁ ସିଂହ (୧୭) ଏବଂ ମନୀଷ ପାଣ୍ଡେ (୧୯) ଭଲ ଆରମ୍ଭ କରିଥିଲେ ମଧ୍ୟ ସେଗୁଡ଼ିକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। କେକେଆରର ଉପ-ଅଧିନାୟକ ଭେଙ୍କଟେଶ ଆୟର ମାତ୍ର ୩ ରନ କରି ପ୍ୟାଭିଲିୟନ ଫେରିଥିବାବେଳେ ଆନ୍ଦ୍ରେ ରସେଲ ୫ ରନ କରି ଫେରିଥିଲେ। KKR ନମ୍ବର ୯ ପର୍ଯ୍ୟନ୍ତ ବ୍ୟାଟିଂ କରି ମାତ୍ର ୧୧୬ ରନରେ ପତନ ଘଟିଥିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

News Hub