IPL 2022: ମ୍ୟାଚ ପରେ ବଟଲରଙ୍କ ସହ କଣ କଥା ହୋଇ ହସୁଥିଲେ କୋହଲି, ନିଜେ କୋହଲି ଖୋଲିଲେ ଗୁମର
କ୍ରିକେଟ ଖବର : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ପୁର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଜୋସ୍ ବଟଲରଙ୍କ ସହ ଜଡିତ ଏକ ମଜାଦାର ଘଟଣା ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ଯେତେବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ପରେ ବଟଲର୍ ତାଙ୍କ ସହ କଥା ହେବାକୁ ଆସିଥିଲେ, ସେତେବେଳେ ସେ ଏମିତି କିଛି କଥା କହିଥିଲେ ଯେ ଉଭୟ ହସିବାକୁ ଲାଗିଲେ।
ଆଇପିଏଲ୍ 2022 ରେ ଜୋସ୍ ବଟଲର ଏବଂ ବିରାଟ କୋହଲିଙ୍କ ଖେଳ ପ୍ରଦର୍ଶନ ସମ୍ପୂର୍ଣ୍ଣ ବିପରୀତ। ଜୋସ୍ ବଟଲର୍ ଏହି ସିଜନରେ ସର୍ବାଧିକ ରନ୍ ସ୍କୋରର ଏବଂ ତାଙ୍କ ନାମ ଅରେଞ୍ଜ କ୍ୟାପ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ବଟଲର୍ ଏପର୍ଯ୍ୟନ୍ତ 13 ଟି ମ୍ୟାଚରେ 627 ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ମଧ୍ୟ 3 ଶତକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ବ୍ୟାଟ୍ ସମ୍ପୂର୍ଣ୍ଣ ନୀରବ ରହିଛି। ସେ 14 ଟି ମ୍ୟାଚରେ 309 ରନ୍ ସ୍କୋର କରିଛନ୍ତି। ଏଥିମଧ୍ୟରୁ ସେ ଆରସିବିର ଶେଷ ଲିଗ୍ ମ୍ୟାଚ୍ ରେ 73 ରନ୍ ସଂଗ୍ରହ କରିଥିଲେ। ଯାହା ତାଙ୍କର ଚଳିତବର୍ଷର ବେଷ୍ଟ ସ୍କୋର ଅଟେ।
ବିରାଟ କୋହଲି କହିଛନ୍ତି ଯେ ରାଜସ୍ଥାନ ରୟାଲ୍ସ ଏବଂ ଆରସିବି ମଧ୍ୟରେ ହୋଇଥିବା ମ୍ୟାଚ୍ ପରେ ଜୋସ୍ ବଟଲର୍ ତାଙ୍କୁ କିଛି ପଚାରିବାକୁ ଆସିଥିଲେ, ଯେଉଁଥିରେ ସେ ବଟଲରଙ୍କୁ ମନେ ପକାଇଥିଲେ ଯେ ସେ ଚଳିତ ଆଇପିଏଲ ସର୍ବାଧିକ ରନ୍ ସ୍କୋରର ଅଟନ୍ତି।
ଷ୍ଟାର ସ୍ପୋର୍ଟସ ଉପରେ ଏକ ବାର୍ତ୍ତାଳାପ ସମୟରେ ବିରାଟ କୋହଲି କହିଛନ୍ତି, "ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ପରେ ଜୋସ ବଟଲର ମୋ ପାଖକୁ ଆସି କହିଥିଲେ ଯେ ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହୁଁଚି। ସେତେବେଳେ ମୁଁ ତାଙ୍କୁ କହିଲି ଆପଣଙ୍କ ପାଖରେ ଅରେଞ୍ଜ କ୍ୟାପ ଅଛି। ଅରେଞ୍ଜ କ୍ୟାପ୍ ଦୌଡ଼ରେ ଆପଣ ଶୀର୍ଷରେ ଅଛନ୍ତି। ଅନ୍ୟ ପଟେ ମୁଁ ପ୍ରତ୍ୟେକଟି ରନ ସଂଗ୍ରହ କରିବା ପାଇଁ ମ୍ୟାଚରେ ସଙ୍ଘର୍ଷ କରୁଛି। ଆପଣ ମୋତେ କଣ ପଚାରୁଛନ୍ତି। ଏହା ପରେ ଦୁହିଁ ଜଣ ହସିବାକୁ ଲାଗିଲେ।