ଦେଖନ୍ତୁ ଭିଡ଼ିଓ: ଏତେ ବର୍ଷ ପରେ ପୁଣି ଧୋନିଙ୍କ ଦେଖାଗଲା ପୁରୁଣା ରୂପ, ମୁମ୍ବାଇ ହାତରୁ ଛଡାଇ ନେଲେ ମ୍ୟାଚ

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: ଏତେ ବର୍ଷ ପରେ ପୁଣି ଧୋନିଙ୍କ ଦେଖାଗଲା ପୁରୁଣା ରୂପ, ମୁମ୍ବାଇ ହାତରୁ ଛଡାଇ ନେଲେ ମ୍ୟାଚ

ipl-2022-ms-dhoni-smashed-unadkat-for-14-runs-in-3-balls-to-win-it-for-csk


କ୍ରିକେଟ୍ ଖବର: ଆଇପିଏଲ 2022 ର 33 ତମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ପୁଣି ଥରେ ନିଜର ପୁରୁଣା ଶୈଳୀରେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସକୁ 3 ୱିକେଟରେ ଜିତାଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏହି ମ୍ୟାଚର ଶେଷ ଓଭରରେ ସିଏସକେ ଜିତିବା ପାଇଁ 17 ରନ୍ ଆବଶ୍ୟକ କରୁଥିଲା ​​।

ଆଉ ମୁମ୍ବାଇର ଜୟଦେବ ଧୋନିଙ୍କ ସାମ୍ନାରେ ଶେଷ ଓଭର ବୋଲିଂ କରିବାକୁ ଆସିଞଥିଲେ। ଜୟଦେବ ଉନାଦକତ ଧୋନିଙ୍କ ସାମ୍ନାଙ୍କୁ ଯେଉଁବଲ୍ ପକାଇଲେ ମାହି ପ୍ରତ୍ୟକ ବଲକୁ ବାଉଣ୍ଡାରୀ ଲାଇନ ଛୁଆଇଲେ। ଆଉ ଗତକାଲିର ମ୍ୟାଚରେ ମାହି ଦର୍ଶାଇଛନ୍ତି ଯେ ସେ ବର୍ତ୍ତମାନ ବୃଦ୍ଧ ହୋଇଯାଇଛନ୍ତି ସତ, କିନ୍ତୁ ଶିକାର କରିବା ଆଜି ବି ଭୁଲି ନାହାଁନ୍ତି।

dhoni vs mi

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଆଇପିଏଲ୍ 2019 ରେ ଧୋନି CSK ପାଇଁ ଏକ ମ୍ୟାଚ୍ ଜିତାଇଥିଲେ, ଆଉ ସେହି ମ୍ୟାଚର ଶେଷ ଓଭର ବି ଉନାଦକତ ହିଁ ବୋଲିଂ କରିଥିଲେ। ଧୋନି ସେହି ସମୟରେ ଶେଷ ଓଭରରେ କ୍ରମାଗତ ତିନିଟି ଛକା ମାରିଥିଲେ। ଅବଶ୍ୟ, ସେହି ସମୟରେ ଉନାଦକତ ରାଜସ୍ଥାନ ରୟାଲ୍ସର ଖେଳାଳି ଥିଲେ। 

ସେହି ମ୍ୟାଚ୍‌ରେ ଏକ ଚମତ୍କାର ଫିନିଶ୍ କରିବା ପରେ, ମାହି ପୁଣି ଥରେ ଜୟଦେବଙ୍କୁ ଗତକାଲି ପ୍ରହାର କରିଥିଲେ। ଆଉ ଶେଷ ଓଭରରେ ୧୭ ରନ ଆବଶ୍ୟକତାକୁ ପୁରଣ କରିଥିଲେ ମାହି। CSK ର ଏହି ବିଜୟ ପରେ ଥାଲା ଧୋନି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ଏବଂ ପ୍ରଶଂସକମାନେ ପୁଣି ଥରେ କହିବା ଆରମ୍ଭ କରିଛନ୍ତି ଯେ ପୁରୁଣା ମାହି ଫେରି ଆସିଛନ୍ତି।

ଦେଖନ୍ତୁ ଭିଡ଼ିଓ: