IPL 2013 ଦେଖନ୍ତୁ ଭିଡ଼ିଓ: ଯେତେବେଳେ ଗିଲକ୍ରିଷ୍ଟ ୱିକେଟ୍ କିପିଙ୍ଗ ଛାଡି କଲେ ବୋଲିଂ ଏବଂ ହରଭଜନଙ୍କୁ କଲେ ଆଉଟ

  1. Home
  2. IPL Top News

IPL 2013 ଦେଖନ୍ତୁ ଭିଡ଼ିଓ: ଯେତେବେଳେ ଗିଲକ୍ରିଷ୍ଟ ୱିକେଟ୍ କିପିଙ୍ଗ ଛାଡି କଲେ ବୋଲିଂ ଏବଂ ହରଭଜନଙ୍କୁ କଲେ ଆଉଟ

gilchrist bowl ipl 2013


କ୍ରିକେଟ ଖବର: 2013 ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜନରେ ମ୍ୟାଚ୍ ନମ୍ବର 69 ରେ କିଙ୍ଗସ୍ ଏକାଦଶ ପଞ୍ଜାବ ଧରାମଶାଲାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳୁଥିଲା। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପଞ୍ଜାବ ଦଳକୁ ଆମନ୍ତ୍ରିତ କଲେ। 

ପ୍ରାରମ୍ଭରୁ ହିଁ ପଞ୍ଜାଵ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ପଞ୍ଜାବର ଉଭୟ ଓପନର୍ -ଆଦାମ ଗିଲକ୍ରିଷ୍ଟ ଏବଂ ମନଦୀପ ସିଂଙ୍କୁ ଶୀଘ୍ର ପାଭିଲିୟନ ଫେରିଥିଲେ। କିନ୍ତୁ ତୃତୀୟ ୱକେଟ ପାଇଁ ଅଜହର ମହମୁଦ ଆଉ ଶାନ୍ ମାର୍ଶ ଭଲ ଖେଳିଥିଲେ। ଆଉ ଏହି ଦୁଇ ଜଣ ଖେଳାଳି ଦଳୀୟ ସ୍କୋକୁ 148 ରେ ପହଞ୍ଚାଇ ଆଉଟ୍ ହୋଇଥିଲେ। ତେବେ 20 ଓଭରରେ ଦଳ 8 ୱକେଟ୍ ହରାଇ 183 ରନ କରିଥିଲା। ତେବେ 184 ରନର ଟାର୍ଗେଟକୁ ପିଛା କରି ମୁମ୍ବାଇ 133ରେ ଅଲଆଉଟ୍ ହୋଇଥିଲା। ଆଉ 50 ରନ ବ୍ୟବଧାନରେ ଏହି ମ୍ୟାଚ ହାରିଥିଲା ମୁମ୍ବାଇ। 

gilchrist bowl

ଅନ୍ୟପଟେ ଏହି 69 ତମ ମ୍ୟାଚ ଆଦାମ ଗିଲକ୍ରିଷ୍ଟଙ୍କର ଆଇପିଏଲରେ ଅନ୍ତିମ ମ୍ୟାଚ୍ ଥିଲା। ଏହା ପୂର୍ବରୁ ସେ କ୍ରିକେଟର ସବୁ ଫର୍ମାଟିଂରୁ ଅବସର ନେଇସାରିଥିଲେ। ତେବେ 2011 ମସିହାର ଆଇପିଏଲ୍ ନିଲାମରେ ସେ ପଞ୍ଜାଵ ଦଳରେ ଅଧିନାୟକ ଭାବରେ ଯୋଡି ହୋଇଥିଲେ। ତେବେ ଗିଲକ୍ରିଷ୍ଟ ନିଜର ଶେଷ ଆଇପିଏଲ ମ୍ୟାଚରେ କିପିଙ୍ଗ ଛାଡି ବୋଲିଂ କରିବାକୁ ଆସିଥିଲେ।

ଦେଖନ୍ତୁ ଭିଡ଼ିଓ:

ଆଉ ତାଙ୍କର ପ୍ରଥମ ଶିକାର ହୋଇଥିଲେ ହରଭଜନ ସିଂ। ସେ ହରଭଜନଙ୍କୁ ଆଉଟ୍ କରିବା ପରେ ପଡ଼ିଆରେ ଡ୍ୟାନ୍ସ କରିବାକୁ ଲାଗିଥିଲେ। ହରଭଜନ ସିଂ ( ଭଜି) ଗିଲକ୍ରିଷ୍ଟଙ୍କ ବଲରେ ଏକ ଲମ୍ବା ଶର୍ଟ ଖେଳିବାକୁ ଯାଇ କ୍ୟାଚ ଆଉଟ୍ ହୋଇଥିଲେ। ଆଉ ତାଙ୍କ କ୍ୟାଚ ଗୁରୁକୀରାତ୍ ସିଂ ଧରିଥିଲେ।