IPL 2022: କାହିଁକି ଷ୍ଟାର ଖେଳାଳି ବେନ୍ ଷ୍ଟୋକ୍ସ ଖେଳିବେ ନାହିଁ ଚଳିତ ବର୍ଷର IPL, ନିଜେ କହିଲେ କାରଣ
ଏହି ପ୍ରଶ୍ନ ଦର୍ଶକଙ୍କ ମନରେ ଦୀର୍ଘ ସମୟ ଧରି ଉଠିଥିଲା ଯେ ଷ୍ଟୋକ୍ସ ସଂପୂର୍ଣ୍ଣ ଫିଟ୍ ହେବା ପରେ ମଧ୍ୟ ବିଶ୍ୱର ଏକ ନମ୍ବର ଟି-୨୦ ଲିଗ୍ ଆଇପିଏଲ୍ ଖେଳିବାକୁ ଚାହୁଁନାହାଁନ୍ତି କାହିଁକି? ତେବେ ବର୍ତ୍ତମାନ ବେନ୍ ଷ୍ଟୋକ୍ସ ପ୍ରସଂଶକଙ୍କର ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।
ନିକଟରେ ଷ୍ଟୋକ୍ସ ଆଇପିଏଲ ମେଗା ନିଲାମରେ ନିଜ ନାମ ପଞ୍ଜିକୃତ ନ କରିବାର କାରଣ ପ୍ରକାଶ କରିଛନ୍ତି।
ବିସ୍ଫୋରକ ଅଲରାଉଣ୍ଡର ବେନ ଷ୍ଟୋକ୍ସ " ଡେଲି ମିରର୍"ର କଲମରେ ଲେଖିଛନ୍ତି ଯେ, ଟେଷ୍ଟ କ୍ରିକେଟ୍ ସମ୍ପୁର୍ଣ୍ଣ ଭାବରେ ମୋର ଏକ ନମ୍ବର ପ୍ରାଥମିକତା ଏବଂ ମୁଁ ଜୋ ରୁଟଙ୍କ ସହ ରହି କାମ କରିବାକୁ ଉତ୍ସାହିତ, ଯିଏ ଆମକୁ ସେଠାରେ ପହଞ୍ଚିବା ପାଇଁ ଅଧିନାୟକ ଭାବରେ ସର୍ବୋତ୍ତମ ବ୍ୟକ୍ତି ଅଟନ୍ତି। ସେଥିପାଇଁ ମୁଁ ଆଇପିଏଲ୍ କୁ ଯିବି କି ନାହିଁ ସେ ବିଷୟରେ ଦୀର୍ଘ ଏବଂ କଠିନ ଚିନ୍ତା କଲି ଏବଂ ମୁଁ ଅନୁଭବ କଲି ଯେ ବର୍ତ୍ତମାନ ଟଙ୍କା ନୁହେଁ ବରଂ ମୋର ପ୍ରାଥମିକତା ହେଉଛି ଦେଶ ଆଉ ଖେଳ।
ଷ୍ଟୋକ୍ସ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ଟେଷ୍ଟ କ୍ରିକେଟ୍ ପାଇଁ ମୋର ଅଧିକ ସମୟ ଏବଂ ଶକ୍ତି ଦେବାକୁ ଚାହୁଁଛି। ମୁଁ ଭାବୁଛି ଚଳିତ ବର୍ଷ କାଉଣ୍ଟି ଚାମ୍ପିଅନସିପ୍ ମ୍ୟାଚ୍ ଖେଳିବା ମୋ ପାଇଁ ଲାଭଦାୟକ ହେବ ଏବଂ ମୁଁ ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ଚ୍ୟାଲେଞ୍ଜ ପାଇଁ ଭଲ ଭାବରେ ପ୍ରସ୍ତୁତ ହେବି।
ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ରାଇଜିଂ ପୁଣେ ସୁପର ଜିଏଣ୍ଟସ୍ ପାଇଁ ଖେଳି ବେନ୍ ଷ୍ଟୋକ୍ସ ନିଜର ଆଇପିଏଲ୍ ଡେବ୍ୟୁ କରିଥିଲେ। ତା’ପରେ ପରବର୍ତ୍ତୀ ଆଇପିଏଲ୍ ସିଜନରେ ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା। ବେନ୍ ଷ୍ଟୋକ୍ସ ତାଙ୍କ ଆଇପିଏଲ୍ କ୍ୟାରିୟରରେ ଏପର୍ଯ୍ୟନ୍ତ ମୋଟ ୪୩ ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ହାରାହାରି ୧୩୪.୫୦ ରେ ୯୨୦ ରନ୍ ସଂଗ୍ରହ କରିଛନ୍ତି। ଏହା ସହିତ ଷ୍ଟୋକ୍ସ ମଧ୍ୟ ଆଇପିଏଲରେ ୨ଟି ଶତକ ଏବଂ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
ସେ ନିଜ ଦଳ ପାଇଁ ଅନେକ ଥର ଭଲ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ବ୍ୟାଟିଂରେ ତାଙ୍କର ସର୍ବାଧିକ ସ୍କୋର ୧୦୭ ରନ ରହିଛି। ଅନ୍ୟପକ୍ଷରେ, ଯଦି ଆମେ ତାଙ୍କ ବୋଲିଂ ବିଷୟରେ କଥା ହେବା, ତେବେ ଷ୍ଟୋକ୍ସ ୮.୫୫ଇକୋନୋମିରେ ବୋଲିଂ କରି ଆଇପିଏଲରେ ମୋଟ ୨୮ଟି ୱିକେଟ୍ ନେଇଛନ୍ତି । ଆଇପିଏଲରେ ତାଙ୍କର ସର୍ବଶ୍ରେଷ୍ଠ ବୋଲିଂ ଫିଗର ହେଉଛି ୩/୧୫ ।