ପୁଣି ଆଇପିଏଲରେ ଦେଖିବାକୁ ମିଳିଲା ଖରାପ ଅମ୍ପାୟାରିଂ, ଅମ୍ପାୟାର ୱାଇଡ଼ ବଲ ଦେବାରୁ DRS ନେଲେ ସଞ୍ଜୁ

  1. Home
  2. IPL Top News

ପୁଣି ଆଇପିଏଲରେ ଦେଖିବାକୁ ମିଳିଲା ଖରାପ ଅମ୍ପାୟାରିଂ, ଅମ୍ପାୟାର ୱାଇଡ଼ ବଲ ଦେବାରୁ DRS ନେଲେ ସଞ୍ଜୁ


କ୍ରିକେଟ ଖବର: IPL ୨୦୨୨ର ୪୭ତମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲର୍ସଙ୍କୁ ୭ ଉଇକେଟରେ ହରାଇ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ଏହି ବିଜୟ ସହିତ କେକେଆର ପ୍ଲେ ଅଫରେ ପହଁଚିବା ଲକ୍ଷ୍ୟକୁ ଜୀବିତ ରଖିଛି। ଏମିତି ଦେଖିବାକୁ ଗଲେ ଏହି ମ୍ୟାଚ କେତେକ ଖେଳାଳିଙ୍କ ପାଇଁ ମନେରଖାଯିବ। କିନ୍ତୁ ଏହି ମ୍ୟାଚରେ ଅମ୍ପାୟାରିଂର ଏଭଳି ସ୍ତର ଦେଖିବାକୁ ମିଳିଛି ଯେଉଁଥିରେ ପ୍ରଶଂସକମାନଙ୍କର ରାଗ ମୁଣ୍ଡ ଉପରକୁ ଚଢି ଯାଇଛି। 

ଏହି ମ୍ୟାଚରେ ଶେଷ ସମୟରେ ସଞ୍ଜୁ ସାମସନ ଅମ୍ପେୟାରଙ୍କୁ ନେଇ ବେଶ୍ କ୍ଷୁବ୍ଧ ଥିଲେ। ପ୍ରସିଦ୍ଧ କୃଷ୍ଣା କେକେଆରଙ୍କ ପାଳି ୧୯ ଓଭର ବୋଲିଂ କରୁଥିଲେ ଏବଂ ବ୍ୟାଟସମ୍ୟାନ ରିକୁ ସିଂହ ଅଫ ଷ୍ଟମ୍ପରେ ଖେଳିବାକୁ ପ୍ରୟାସ କରୁଥିଲେ ଯାହାପରେ ପ୍ରସିଦ୍ଧ ତାଙ୍କୁ ଫଲୋ କରିଥିଲେ କିନ୍ତୁ ଏହି ଓଭରରେ ଅମ୍ପେୟାର ସୀମା ଟପିଯାଇଥିଲେ ଏବଂ ଏଭଳି ୱାଇଡ଼ ବଲ ଦେଲେ ଯାହାକୁ ନେଇ ସଞ୍ଜୁ ବେଶ୍ ରାଗିଯାଇଥିଲେ ।  ଅମ୍ପେୟାରିଂଙ୍କ ୱାଇଡ଼ ସଂକେତରେ ରାଗି ସଞ୍ଜୁ ଡିଆରଏସ ନେବାର ନିଷ୍ପତ୍ତି ନେଇଥିଲେ ।

sanju drs

ଯଦି ଆମେ ଏହି ମ୍ୟାଚ ବିଷୟରେ କଥା ହେବା ତେବେ କୋଲକାତା ଦଳର ରିଙ୍କୁ ସିଂ ଗତକାଲି ଆଖି ଦୃଷ୍ଟିଆ ଖେଳ ଖେଳିଛନ୍ତି। ସେ ମାତ୍ର ୨୩ ଟି ବଲ୍ ଖେଳି ୬ ଟି ଚୌକା ଆଉ ଗୋଟିଏ ଛକା ସାହାଯ୍ୟରେ ୪୨ ରନ ସଂଗ୍ରହ କରିଥିଲେ। ଆଉ ନିଜ ଦଳକୁ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।