IPL 2022 ମ୍ୟାଚରେ ହୋଇଥିବା ବିବାଦ କୁ ନେଇ ମୁହଁ ଖୋଲିଲେ ରିୟାନ, ଦେଖନ୍ତୁ ଭିଡ଼ିଓ କଣ କହିଲେ ସେ...
କ୍ରିକେଟ ଖବର : ରାଜସ୍ଥାନ ରୟାଲ୍ସ ଯୁବ କ୍ରିକେଟର ରିୟାନ ପରାଗ ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ରିୟାନ ପରାଗ କହିଛନ୍ତି କି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କୋଲକତାରେ ଖେଳାଯାଇଥିବା ଆଇପିଏଲ 2022 କ୍ୱାଲିଫାୟାର -1 ଖେଳରେ ତାଙ୍କୁ ରନଆଉଟ କରିଥିବାରୁ ସେ କ୍ଷମା ମାଗିଥିଲେ । ଏହି ଘଟଣା ପରେ ରିୟାନ ପରାଗ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହୋଇଥିଲେ । ଏବେ ରିୟାନ ପରାଗ ତାଙ୍କ ପଛ କାହାଣୀ କହିଛନ୍ତି ।
ରିୟାନ ପରାଗ ଭିଡିଓ ଗେମ ଖେଳୁଥିବା ସମୟରେ ଲାଇଭ ଆସି କହିଛନ୍ତି , ଅଶ୍ୱିନୀ ଭାଇ ଶେଷ ସମୟରେ ବ୍ୟାଟିଂ କରୁଥିଲେ ସେହି ସମୟରେ ଯିଏବି ହେଉ ନାହି କାହିଁକି ସେ ଏମିତି ହିଁ କରିବାକୁ ବାଧ୍ୟ ହେବ । କିନ୍ତୁ ଯେତେବେଳେ ମୁଁ ବ୍ୟାଟିଂଙ୍ଗ କରୁଥିଲି ସେ ଦଉଡିବା କଥା । ସେ ଯେତେବେଳେ ରନ କରିବା ପାଇଁ ଦଉଡିଲେ ନାହିଁ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ସେତେବେଳେ ତାଙ୍କୁ କିଛି କହିପାରିନଥିଲି ।
ରିୟାନ ପରାଗ ପୁଣି କହିଛନ୍ତି ମୋର କିଛି ଗର୍ବ ନଥିଲା । ତାପରେ ସେ ମୋ ପାଖକୁ ଆସିକି କ୍ଷମା ମାଗିଥିଲେ ଏବଂ କହିଥିଲେ ମୁଁ ଦଉଡିବାର ଥିଲା କିନ୍ତୁ ମୁଁ ଅନ୍ୟ କିଛି ଭାବୁଥିଲି ।
ଦେଖନ୍ତୁ ଭିଡ଼ିଓ କଣ କହିଛନ୍ତି ରିୟାନ ପରାଗ :
About the run out with Ashwin- pic.twitter.com/2w27vEwK9L
— iThunder (@HiPrsm) June 4, 2022