ରୋହିତ କଲେ ବଡ଼ ଭବିଷ୍ୟବାଣୀ, କହିଲେ- ଏହି ଖେଳାଳି ହେବେ ଭାରତୀୟ ଦଳର ଅଲ ଫର୍ମାଟର୍ ବେଷ୍ଟ ଖେଳାଳି

  1. Home
  2. IPL Top News

ରୋହିତ କଲେ ବଡ଼ ଭବିଷ୍ୟବାଣୀ, କହିଲେ- ଏହି ଖେଳାଳି ହେବେ ଭାରତୀୟ ଦଳର ଅଲ ଫର୍ମାଟର୍ ବେଷ୍ଟ ଖେଳାଳି

rohit on tilak varma


କ୍ରିକେଟ ଖବର: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ମଇ 12 ତାରିଖ ରାତିରେ ଚେନ୍ନାଇ ସୁପର କିଙ୍ଗସକୁ 5 ୱିକେଟରେ ହରାଇଥିଲା। ଏହା ଲିଗର 59 ତମ ମ୍ୟାଚ ଥିଲା । ଯାହାକି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ CSK ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର 97 ରନ କରି ନିଜର ସମସ୍ତ ୱିକେଟ୍ ହରାଇଥିଲା। ତେବେ 98 ରନର ଟାର୍ଗେଟକୁ ପିଛା କରି ମୁମ୍ବାଇ ଦଳ 14.5 ଓଭରରେ 5 ୱିକେଟ୍ ହରାଇ 103 ରନ କରି 5 ୱିକେଟରେ ମ୍ୟାଚ ବିଜୟୀ ହୋଇଥିଲା।

ଏଥିସହିତ 98 ରନ୍‌ର ଟାର୍ଗେଟକୁ ଗୋଡ଼ାଇ ମୁମ୍ବାଇ ଇଣ୍ଡିଆନ୍ସ ଓପନର୍ ଇଶାନ୍ କିଶାନ ନିରାଶ ପ୍ରଦର୍ଶନ କରିଥିଲେ। ଅଧିନାୟକ ରୋହିତ ଶର୍ମା ମାତ୍ର 18 ରନ୍ ସଂଗ୍ରହ କରି ପାଭିଲିୟନକୁ ଫେରିଥିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ ତିଲକ ବର୍ମା ଆଉ ହ୍ରିତିକ୍ ରହି ଦଳକୁ ବିଜୟ ପ୍ରଦାନ କରିଥିଲେ। ତିଲକ 34 ରନର ଏକ ଦମଦାର ଇଂନିସ୍ ଖେଳିଥିବା ବେଳେ, ହ୍ରିତିକ୍ ମଧ୍ୟ ତାଙ୍କୁ ସହଯୋଗ କରି 18 ରନର ଏକ ଇନିଂସ ଖେଳିଥିଲେ। 

tilak

ତେବେ ଏହି ମ୍ୟାଚ ବିଜୟୀ ହେବା ପରେ ମୁମ୍ବାଇ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ଦଳର ଜଣେ ଖେଳାଳିଙ୍କୁ ବହୁତ ପ୍ରସଂଶା କରିଛନ୍ତି। ସେ ଏହି ଖେଳାଳିଙ୍କୁ ଭବିଷ୍ୟତର ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳି ବୋଲି କହିଛନ୍ତି। ତେବେ ରୋହିତ ଯେଉଁ ଖେଳାଳିଙ୍କୁ ପ୍ରସଂଶା କରିଛନ୍ତି ସେହି ଖେଳାଳି ହେଉଛନ୍ତି ତିଲକ ବର୍ମା। 

tilak-varma

ତିଲକଙ୍କ ବିଷୟରେ ରୋହିତ ଶର୍ମା କହିଛନ୍ତି ଯେ,“ଆଇପିଏଲରେ ତିଲକଙ୍କ ଏହା ପ୍ରଥମ ବର୍ଷ କିନ୍ତୁ ସେ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍ ଅଟନ୍ତି। ଏପରି ଶାନ୍ତ ଭାବରେ ଖେଳିବା ଏତେ ସହଜ ନୁହେଁ।  ମୁଁ ଭାବୁଛି ସେ ଖୁବଶୀଘ୍ର ଭାରତ ପାଇଁ ଜଣେ ଅଲ-ଫର୍ମାଟ୍ ପ୍ଲେୟାର ହେବାକୁ ଯାଉଛନ୍ତି। ତାଙ୍କର ଭଲ କୌଶଳ ଏବଂ ସ୍ୱଭାବ ରହିଛି। "