ଦେଖନ୍ତୁ ଭାଇରଲ ଭିଡ଼ିଓ: ପୋଲାର୍ଡକୁ ଗେଲ କରି ପ୍ୟାଭିଲିୟନ ପଠାଇଲେ କ୍ରୁନାଲ୍ ପାଣ୍ଡ୍ୟା

  1. Home
  2. IPL Top News

ଦେଖନ୍ତୁ ଭାଇରଲ ଭିଡ଼ିଓ: ପୋଲାର୍ଡକୁ ଗେଲ କରି ପ୍ୟାଭିଲିୟନ ପଠାଇଲେ କ୍ରୁନାଲ୍ ପାଣ୍ଡ୍ୟା

krunal-pollard


କ୍ରିକେଟ ଖବର୍ : IPL ୨୦୨୨ର ୩୭ତମ ମୁକାବିଲାରେ ଲକ୍ଷ୍ନୌ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ ଅନ୍ତରାଳରେ ପରାଜୟ କରିଛି । ଏହି ମ୍ୟାଚର ଅନ୍ତିମ ଓଭରରେ କ୍ରୁନାଲ୍ ପାଣ୍ଡ୍ୟା ନିଜର ପୁରୁଣା ଟିମ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୋଲିଂ କରି ୩ଟି ୱିକେଟ ହାସଲ କରିଥିଲେ ଯେଉଁଥିରେ ସେ ଏମଆଇର ଷ୍ଟାର ଅଲରାଉଣ୍ଡର କିରୋନ ପୋଲାର୍ଡଙ୍କ ଉଇକେଟ ମଧ୍ୟ ନେଇଥିଲେ ।

ଏହାରି ମଧ୍ୟରେ ଏକ ମଜାର ସିନ୍ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅନ୍ତିମ ଓଭରରେ କିରୋନ ପୋଲାର୍ଡ ଶେଷ ଆଶାୟୀ ଖେଳାଳି ଭାବେ ମଇଦାନରେ ବ୍ୟାଟିଂ କରୁଥିଲେ । କିନ୍ତୁ ମ୍ୟାଚର ଶେଷଓଭର ପର୍ଯ୍ୟନ୍ତ ଆସୁ ଆସୁ ଲକ୍ଷ୍ନୌର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଗଲା।

pandya kiss pollard

ଇତିମଧ୍ୟରେ ଲକ୍ଷ୍ନୌର କ୍ୟାପ୍ଟେନ କେ ଏଲ ରାହୁଲ ଅନ୍ତିମ ଓଭର ବୋଲିଂ ଦାୟିତ୍ୱ କ୍ରୁନାଲ୍ ପାଣ୍ଡ୍ୟାକୁ ଦେଇଥିଲେ ଓ ବାମହାତୀ ଏହି ବୋଲର ଏହି ଓଭରରେ ମୁମ୍ବାଇ ଇଣ୍ଡିଆନ୍ସର ୩ ଖେଳାଳୀକୁ ଆଉଟ କରି ପ୍ୟାଭିଲିୟନର ରାସ୍ତା ଦେଖାଇଦେଇଥିଲେ।  ଯେତେବେଳେ କିରୋନ ପୋଲାର୍ଡଙ୍କୁ ଆଉଟ କରିଥିଲେ ସେତେବେଳେ ସେ ନିଜର ଖୁସି ଆଉ ଲୁଚାଇପାରିନଥିଲେ ଓ ପୋଲାର୍ଡଙ୍କୁ ପ୍ୟାଭିଲିୟନ ଫେରିବା ଦେଖି ତାଙ୍କୁ ଚୁମ୍ବନ ଦେଇଥିଲେ । ଆଉ ତାଙ୍କ ଉପରକୁ ଚଢି ଯାଇଥିଲେ। 

ଦେଖନ୍ତୁ ଭିଡ଼ିଓ :