IPL 2022: ଏହି ଖେଳାଳିଙ୍କ ଯୋଗୁଁ ପ୍ଲେ ଅଫରୁ ବାଦ୍ ପଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ, ଫ୍ୟାନ୍ସ ରାଗିଯାଇ ଅବସର ନେବାକୁ କଲେ ଦାବି

  1. Home
  2. IPL Top News

IPL 2022: ଏହି ଖେଳାଳିଙ୍କ ଯୋଗୁଁ ପ୍ଲେ ଅଫରୁ ବାଦ୍ ପଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ, ଫ୍ୟାନ୍ସ ରାଗିଯାଇ ଅବସର ନେବାକୁ କଲେ ଦାବି

Mumbai-Indians


କ୍ରିକେଟ୍ ଖବର : ଆଇପିଏଲ ୨୦୨୨ର ୫୧ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟନ୍ସକୁ ୫ ରନରେ ହରାଇଥିଲା। ଏହା ଚଳିତବର୍ଷର ମୁମ୍ବାଇ ପାଇଁ ଦ୍ୱିତୀୟ ବିଜୟ ରହିଥିଲା। ତେବେ ପ୍ଲେଅଫରୁ ବାଦ୍ ପଡ଼ିଥିବା ମୁମ୍ବାଇ ଟିମ ଗୁଜୁରାଟ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ମୁମ୍ବାଇର ବିଜୟ ପରେ ମଧ୍ୟ ଏହି ଟିମର ଜଣେ ଖେଳାଳି ଶୋଚନୀୟ ଭାବେ ପ୍ରଶଂସକଙ୍କ ରାଗର ଶିକାର ହୋଇଛନ୍ତି । କେବଳ ଏତିକି ନୁହେଁ ଏହି ଖେଳାଳିକୁ ତୁରନ୍ତ ଅବସର ନେଇଯିବା ପାଇଁ ପ୍ରଶଂସକମାନେ ଦାବି ଉଠାଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ଗୁଜୁରାଟ ବିପକ୍ଷରେ ବିଜୟ ମିଳିବା ସତ୍ତ୍ୱେ ବି ଟିମର ଘାତକ ଅଲରାଉଣ୍ଡର କିରନ ପୋଲାର୍ଡଙ୍କ ଉପରେ ପ୍ରସଂଶକମାନେ ଅଧିକ କ୍ଷୁବ୍ଧ ରହିଥିବା ଦେଖିବାକୁ ମିଳିଛି । ପୋଲାର୍ଡ ଆଇପିଏଲ ୨୦୨୨ରେ ଏକଦମ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି।

pollard

ଗୁଜୁରାଟ ବିପକ୍ଷରେ ଏହି ଖେଳାଳି ଜଣକ ୧୪ ଟି ବଲରେ ମାତ୍ର ୪ ରନ ସଂଗ୍ରହ କରି ରଶିଦ ଖାନଙ୍କ ଦ୍ୱାରା ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ । ସମଗ୍ର ଟୁର୍ନାମେଣ୍ଟରେ ପୋଲାର୍ଡଙ୍କ ବ୍ୟାଟରୁ କିଛି ଚମତ୍କାର ଦେଖିବାକୁ ମିଳିନଥିଲା। ଫଳସ୍ୱରୂପ, ମୁମ୍ବାଇ ଦଳ ପ୍ରଥମ ଦଳ ଭାବରେ ଚଳିତବର୍ଷ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡିଛି। 

tweet

ଆଇପିଏଲ୍ ୨୦୨୨ ରେ ପୋଲାର୍ଡଙ୍କ ଖେଳ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଏହି ଭେଟେରାନ୍ ଅଲରାଉଣ୍ଡର ଚଳିତ ସିଜନରେ ଖେଳାଯାଇଥିବା ୧୦ ଟି ମ୍ୟାଚରେ ମାତ୍ର ୧୨୯ ରନ୍ ସଂଗ୍ରହ କରିଛନ୍ତି। ଏଥିସହିତ ପୋଲାର୍ଡ ବୋଲିଂରେ ବି ମାତ୍ର ୪ ୱିକେଟ୍ ନେଇପାରିଛନ୍ତି।  ପୋଲାର୍ଡଙ୍କର ଏପରି ଖେଳ ଦେଖି ମୁମ୍ବାଇର ପ୍ରସଂଶକମାନେ କ୍ରୋଧିତ ହୋଇଛନ୍ତି। ଏପରିକି ଲୋକମାନେ ଦାବି କରିଛନ୍ତି ଯେ ପୋଲାର୍ଡ ବର୍ତ୍ତମାନ ଅବସର ଘୋଷଣା କରିବା ଉଚିତ।  ଏଥି ସହିତ, ପୋଲାର୍ଡ ବିଷୟରେ ଅନେକ ପ୍ରକାରର ଟ୍ୱିଟ୍ ଭାଇରାଲ୍ ହେଉଛି।