IPL 2022: କ୍ରମାଗତ CSK ର 3ଟି ଲଜ୍ୟାଜନକ ପରାଜୟ ପରେ ମୁହଁ ଖୋଲିଲେ ଜାଡେଜା, କହିଲେ ହାରିବାର ଅସଲି କାରଣ

  1. Home
  2. IPL Top News

IPL 2022: କ୍ରମାଗତ CSK ର 3ଟି ଲଜ୍ୟାଜନକ ପରାଜୟ ପରେ ମୁହଁ ଖୋଲିଲେ ଜାଡେଜା, କହିଲେ ହାରିବାର ଅସଲି କାରଣ


IPL 2022 ରେ ଚେନ୍ନାଇ ଦଳର ଖରାପ ପଦର୍ଶନ ଜାରି ରହିଛି, ପ୍ରଥମ ଦୁଇଟି ମ୍ୟାଚରେ KKR ଏବଂ LSG ଠାରୁ ପରାଜୟ ପରେ CSK ରବିବାର ଦିନ ପଞ୍ଜାବ କିଙ୍ଗ୍ସ ଠାରୁ 54 ରନ୍ ରେ ପରାଜୟ ଗ୍ରହଣ କରିଛି ।

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ରବିନ୍ଦ୍ର ଜାଡେଜା ଆଇପିଏଲରେ ଦଳର ତୃତୀୟ କ୍ରମାଗତ ପରାଜୟ ପରେ ଚାହୁଁଛନ୍ତି ଯେ ସେ ଓପନର୍ ରୁତୁରାଜ ଗାଇକୱାଡଙ୍କ ଖରାପ ଫର୍ମ କଥା ନଭାବି ତାଙ୍କ ଆତ୍ମବିଶ୍ଵାସ ବଢେଇବା, ଯାହା ଫଳରେ ଦଳ ଅଧିକ ଶକ୍ତିଶାଳୀ ହେବ ।

csk-vs-lsg

ମ୍ୟାଡେ ପରେ ଜାଡେଜା କହିଛନ୍ତି, "ମୁଁ ଭାବୁଛି ପାୱାରପ୍ଲେରେ ଆମେ ବହୁତ ୱିକେଟ୍ ହରାଇଛୁ ଏବଂ ଭଲ ଆରମ୍ଭ କରି ପାରିଲୁ ନାହିଁ । ଶକ୍ତିଶାଳୀ ହେବା ପାଇଁ ଆମକୁ ଏକ ଉପାୟ ଖୋଜିବାକୁ ପଡିବ ।"

ruturaj

ରୁତୁରାଜ ଗାଇକୱାଡଙ୍କ ଫର୍ମ ବିଷୟରେ ତାଙ୍କର ଚିନ୍ତା ଅଛି କି ବୋଲି ପଚରାଯାଇଥିବା ବେଳେ ଅଧିନାୟକ କହିଛନ୍ତି: ନା, ଆମକୁ ତାଙ୍କୁ ଆତ୍ମବିଶ୍ୱାସ ଦେବା ଆବଶ୍ୟକ କାରଣ ଆମେ ସମସ୍ତେ ଜାଣୁ ଯେ ସେ ଜଣେ ଭଲ ଖେଳାଳି। ସେ ଶିବାମ ଦୁବେଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି, ଯିଏ ବର୍ତ୍ତମାନ ବ୍ୟାକ୍ ଟୁ ବ୍ୟାକ୍ ପଚାଶ ସ୍କୋର କରିଛନ୍ତି ।"

ସେ ଆହୁରି କହିଲେ "ମୁଁ ଏବଂ ଦଳ କଠିନ ପରିଶ୍ରମ କରୁଛି, ଆମେ ଆଗକୁ ଯୋଜନା କରି ଖେଳିବୁ, ଆମେ ନିଶ୍ଚିତ ଭାବରେ ପରବର୍ତୀ ମ୍ୟାଚ ରେ ଭଲ ପଦର୍ଶନ କରିବାକୁ ଚେଷ୍ଟା କରିବୁ ।"