CSK vs RCB: ମ୍ୟାଚରେ ଧୋନି ଏବଂ କୋହଲି ହେଲେ ଫ୍ଲପ, ମାତ୍ର ତିଆରି କଲେ ବଡ଼ ରେକର୍ଡ, ଜାଣନ୍ତୁ ଦୁହିଁଙ୍କ ମହାନ ରେକର୍ଡ ବିଷୟରେ

  1. Home
  2. IPL Top News

CSK vs RCB: ମ୍ୟାଚରେ ଧୋନି ଏବଂ କୋହଲି ହେଲେ ଫ୍ଲପ, ମାତ୍ର ତିଆରି କଲେ ବଡ଼ ରେକର୍ଡ, ଜାଣନ୍ତୁ ଦୁହିଁଙ୍କ ମହାନ ରେକର୍ଡ ବିଷୟରେ

dhoni-kohli-ipl


କ୍ରିକେଟ ଖବର: ଆଇପିଏଲ ସିଜିନ ୨୦୨୨ ର ୪୯ ନମ୍ବର ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପରକିଙ୍ଗସ କୁ ୧୩ ରନରେ ପରାଜିତ କରିଛି। ଏହି ମୁକାବିଲାରେ ପୁଣିଥରେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । କାରଣ ଯେଉଁଠି ବିରାଟ କୋହଲିକୁ ପ୍ରଶଂସକ ବ୍ୟାଟିଂ କରୁଥିବା ଦେଖିବାକୁ ଚାହାନ୍ତି, ସେହିପରି ଧୋନୀ ଅଧିନାୟକ ଦାୟିତ୍ୱରେ ଥିବାବେଳେ ସିଏସକେ କୁ ପୁଣିଥରେ ଜିତିବାକୁ ଦେଖିବାକୁ ଚାହାନ୍ତି ଅନେକ ପ୍ରସଂଶକ।

କିନ୍ତୁ ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚରେ ଉଭୟ ଖେଳାଳି ରେକର୍ଡ ସୃଷ୍ଟି କରିଛନ୍ତି :

ଏହି ମ୍ୟାଚ ଖେଳିବା ପରେ ଧୋନୀ ଗୋଟିଏ ଫ୍ରାଞ୍ଚାଇଜ ପାଇଁ ୨୦୦ତମ ମ୍ୟାଚ  ଖେଳିଛନ୍ତି। ସେ ବିରାଟ କୋହଲିଙ୍କ ପରେ କୌଣସି ଆଇପିଏଲ ଟିମର ପ୍ରଥମ ଖେଳାଳି ହୋଇଛନ୍ତି ଯିଏକି ୨୦୦ତମ ମ୍ୟାଚ ଖେଳିଛନ୍ତି ।

rcb-vs-csk-ipl-2022

ସେହିପରି ଧୋନୀଙ୍କ ପରେ ବିରାଟ କୋହଲି ମଧ୍ୟ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ବିରାଟ କୋହଲି ଭଲ ବ୍ୟାଟିଂ କରିପାରିନାହାନ୍ତି ସତ କିନ୍ତୁ ଗୋଟିଏ ରେକର୍ଡ ସୃଷ୍ଟି କରିପାରିଛନ୍ତି । ସେ ଆଇପିଏଲ ଇତିହାସରେ ୫୦୦୦ ବଲର ସାମ୍ନା କରିଥିବା ପ୍ରଥମ ବ୍ୟାଟସମ୍ୟାନ ହେବାର ଯୋଗ୍ୟତା ହାସଲ କରିଛନ୍ତି ।

ଏହି ସିଜନରେ ବିରାଟ କୋହଲିଙ୍କ ବ୍ୟାଟ୍ ପଡ଼ିଆରେ କମାଲ୍ କରିପାରୁନାହିଁ। ସେ ଏହି ସିଜନରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି।  ଯେଉଁଥିରେ ସେ 53 ବଲରେ 58 ରନ୍ ସଂଗ୍ରହ କରିଥିଲେ।  ବିରାଟ କୋହଲି ଚଳିତ ସିଜନରେ 11 ଟି ମ୍ୟାଚରେ 216 ରନ୍ ସଂଗ୍ରହ କରିଛନ୍ତି।