ଏହି କାରଣରୁ IPL 2022 ର ମେଗା ଆକ୍ସନରେ ସାମିଲ୍ ହୋଇନଥିଲେ କ୍ରିସ୍ ଗେଲ୍, ପଢନ୍ତୁ ଗେଲ୍ କଣ କହିଲେ

  1. Home
  2. IPL Top News

ଏହି କାରଣରୁ IPL 2022 ର ମେଗା ଆକ୍ସନରେ ସାମିଲ୍ ହୋଇନଥିଲେ କ୍ରିସ୍ ଗେଲ୍, ପଢନ୍ତୁ ଗେଲ୍ କଣ କହିଲେ

Chris-Gayle-IPL-2022


କ୍ରିକେଟ ଖବର : ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ବିସ୍ଫୋରକ ଖେଳାଳି କ୍ରିସ ଗିଲ୍ ଚଳିତବର୍ଷର ଆଇପିଏଲରେ ନ ଖେଳିବାର କାରଣ କହିଛନ୍ତି। ସେ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ଆଇପିଏଲରେ ସମ୍ମାନ ନମିଳିବା କାରଣରୁ ଚଳିତ ବର୍ଷ ଆଇପିଏଲ ଆକ୍ସନରୁ ହଟିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । 

୪୨ ବର୍ଷିୀୟ ଏହି ଖେଳାଳି ଆହୁରି ମଧ୍ୟ କହିଛନ୍ତି ଯେ, ଆରସିବି ଅଥବା ପଞ୍ଜାବ କିଙ୍ଗସ ପାଇଁ ଟାଇଟଲ ଜିତିବା ଉଦ୍ଦେଶ୍ୟଠାରୁ ଆଗାମୀ ଅଧିବେଶନର ଆଇପିଏଲରେ ଖେଳିବା ପାଇଁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛି ।

Chrish Gayle

ଆଇପିଏଲ ସହିତ ନିଜର ଲମ୍ବା ସମୟ ଅତିବାହିତ କରି ଗେଲ୍ କେକେଆର, ଆରସିବି ଓ ପଞ୍ଜାବ କିଙ୍ଗସ ଟିମରେ ଖେଳିସାରିଛନ୍ତି । ଗେଲ ଟୁର୍ଣ୍ଣାମେଣ୍ଟର ଇତିହାସରେ ସବୁଠାରୁ ଅଧିକ ଛକା ଲଗାଇଛନ୍ତି ଓ ୨୦୧୩ରେ ଆଇପିଏଲର ସର୍ବୋଚ୍ଚ ସ୍କୋର ୧୭୫ ରନ କରିଥିଲେ ।

ଗେଲ ମିରର ଡଟକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ଯେଉଁଭଳି ଭାବରେ ଆଇପିଏଲ ଅନୁଷ୍ଠିତ ହେଉଛି, ମୋତେ ଲାଗୁଛି ମୋ ସହିତ ଉଚିତ ବ୍ୟବହାର କରାଯାଇନାହିଁ । ତେଣୁ ମୁଁ ଚଳିତବର୍ଷ ଆଇପିଏଲରେ ସାମିଲ ନହେବାର ନିଷ୍ପତ୍ତି ନେଇଥିଲି ।