ଦେଖନ୍ତୁ ଭିଡ଼ିଓ: 150 KPH ଦ୍ରୁତ ବଲ ରେ ପାଣ୍ଡ୍ୟା କୁ ଲାଗିଲା ଆଘାତ, ମ୍ୟାଚ ପରେ ହାର୍ଦ୍ଦିକଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ ଉମ୍ରାନ୍

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: 150 KPH ଦ୍ରୁତ ବଲ ରେ ପାଣ୍ଡ୍ୟା କୁ ଲାଗିଲା ଆଘାତ, ମ୍ୟାଚ ପରେ ହାର୍ଦ୍ଦିକଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ ଉମ୍ରାନ୍

hardik-natasa-umran


କ୍ରିକେଟ ଖବର: ଆଇପିଏଲ ୨୦୨୨ ସିଜନରେ  ବୁଧବାର ଦିନ ଗୁଜୁରାଟ ଏବଂ ହାଇଦ୍ରାବାଦ ମଧ୍ୟରେ ଏକ ରୋମାଞ୍ଚକର ଖେଳ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ଗୁଜୁରାଟ ଜିତିଥିଲା। ଏହି ମ୍ୟାଚରେ ହାଇଦ୍ରାବାଦର ଉମ୍ରାନ ମଲିକ ଶାନଦାର ଖେଳ ପ୍ରଦର୍ଶନ କରିଥିଲେ। ସେ ଗୁଜୁରାଟର ୫ଜଣ ଖେଳାଳିକୁ ଆଉଟ୍ କରି ପ୍ୟାଭିଲିୟନକୁ ପଠାଇ ଦେଇଥିଲେ । ଏହି ୫ ଖେଳାଳିଙ୍କ ମଧ୍ୟରେ ଗୁଜୁରାଟ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ମଧ୍ୟ ସାମିଲ ରହିଛି ।

ଏହି ମ୍ୟାଚ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଉମ୍ରାନ୍ ମଲିକଙ୍କର ଏକ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ୱିସଡେନ୍ ଇଣ୍ଡିଆ ଏହାର ଅଫିସିଆଲ୍ ଟ୍ୱିଟର ପୃଷ୍ଠାରେ ଏକ ଚିତ୍ର ସେୟାର କରିଛି। ଏହି ଚିତ୍ରରେ ହାର୍ଦ୍ଦିକ ପାଣ୍ଡ୍ୟା ଉମରାନଙ୍କୁ ଧରିଛନ୍ତି ଓ ଏହି ଯୁବା ଦ୍ରୁତ ବୋଲରଜଣକ ହାତଯୋଡ଼ୁ କିଛି କହୁଛନ୍ତି। ଏହି ଚିତ୍ରକୁ ଏକ ମଜାକିଆ ଅନ୍ଦାଜରେ ଶେୟାର କରାଯାଇଛି ଓ ଏହାକୁ ନେଇ ବହୁଗୁଡ଼ିଏ କମେଣ୍ଟସ ମଧ୍ୟ ଆସୁଛି । ଜଣେ ସୋସିଆଲ ମିଡ଼ିଆୟୁଜର ଲେ୍‌ଖିଛନ୍ତି ଯେ, ଷ୍ଟାଡ଼ିୟମରେ ଉପସ୍ଥିତ ହାର୍ଦ୍ଦିକଙ୍କ ପତ୍ନୀ ନତାଶାଙ୍କୁ କ୍ଷମା ମାଗୁଛନ୍ତି ଉମ୍ରାନ୍। 

hardik pandya

ସୂଚନାଯୋଗ୍ୟ ଯେ ଗୁଜୁରାଟ ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଉମ୍ରାନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଶୁଭମାନ ଗିଲ, ରିଦ୍ଧିମାନ ସାହା, ଡେଭିଡ ମିଲର ଏବଂ ଅଭିନାଭ ମନୋହରଙ୍କୁ ଆଉଟ୍ କରିଛନ୍ତି।  ଏଥିମଧ୍ୟରୁ ହାର୍ଦ୍ଦିକ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ କ୍ୟାଚ ଆଉଟ୍ ହୋଇଥିଲେ, ଅନ୍ୟ ଚାରିଜଣ ବୋଲଡ଼ ହୋଇଥିଲେ। 

ଦେଖନ୍ତୁ ଭିଡ଼ିଓ: