IPL 2022: ବହୁତ ହେଲା ସମ୍ମାନ, ଏବେ ଆଉ CSK ଦଳରେ ଗାଇକୱାଡ୍ ଙ୍କୁ ମିଳିବ ନାହିଁ ସ୍ଥାନ !

  1. Home
  2. IPL Top News

IPL 2022: ବହୁତ ହେଲା ସମ୍ମାନ, ଏବେ ଆଉ CSK ଦଳରେ ଗାଇକୱାଡ୍ ଙ୍କୁ ମିଳିବ ନାହିଁ ସ୍ଥାନ !


କ୍ରିକେଟ୍ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗର 15 ତମ ସିଜନ ଦିନକୁ ଦିନ ରୋମାଞ୍ଚ ହେବାରେ ଲାଗିଛି । କିନ୍ତୁ ଆଇପିଏଲ୍ ଇତିହାସର ଦୁଇଟି ସଫଳ ଦଳ ଚେନ୍ନାଇ ଆଉ ମୁମ୍ବାଇ ଚଳିତ ସିଜନରେ ଭଲ ପ୍ରଦର୍ଶନ ଏପର୍ଯ୍ୟନ୍ତ କରିନାହାନ୍ତି। ମୁମ୍ବାଇ ଦଳ ୫ ଟି ମ୍ୟାଚ ଖେଳି ୫ଟି ଯାକ ମ୍ୟାଚ ହାରିଥିବା ବେଳେ, ଚେନ୍ନାଇ ୫ଟି ମ୍ୟାଚ ଖେଳି ୪ଟି ହାରିଛି। ଆଉ ଗୋଟିଏ ମ୍ୟାଚ ଜିତିଛି ।

csk

ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ୍ 2022 ର ଆରମ୍ଭ ଅତ୍ୟନ୍ତ ଖରାପ ଜାରି ରଖିଛି ।  ରବିନ୍ଦ୍ର ଜାଡେଜା CAK ର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦଳ ଗୋଟିଏ  ମ୍ୟାଚ୍ ଜିତିଛି। ତେବେ ଯଦି ଆମେ ଚେନ୍ନାଇର ଓପନିଂ ଯୋଡିକୁ ଦେଖିବା, ରିତୁରାଜ ଗାଇକୱାଡ ଏବଂ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ରବିନ୍ ଉଥାପ୍ପା ଇନିଂସ  ଓପେନିଂ କରୁଛନ୍ତି । 

rituraj csk

ଗତ ସମସ୍ତ ମ୍ୟାଚ୍‌ରେ କେବଳ ରିତୁରାଜ ଏବଂ ରବିନ୍ ହିଁ ଦଳର ଓପେନିଂ ଦାୟିତ୍ୱ ଗ୍ରହଣ କରୁଛନ୍ତି । ତେବେ ସମସ୍ତ ୫ଟି ମ୍ୟାଚରେ ରିତୁରାଜ ଭଲ ପ୍ରଦର୍ଶନ କରୁନଥିବା କାରଣରୁ ତାଙ୍କୁ ପରବର୍ତ୍ତୀ ମ୍ୟାଚରେ ଚୂଡାନ୍ତ ଏକାଦଶରେ ସାମିଲ କରାନଯିବା ପାଇଁ ଆଲୋଚନା ହେଉଛି ।