ସର୍ବ ସମ୍ମୁଖରେ ପୃଥୀ ଶ' ଙ୍କୁ କାହିଁକି ମାରିଲେ ମାଡ଼ ? ଏହି ଯୁବତୀ ଜଣକ କିଏ? ନିଜେ କାନ୍ଦି କାନ୍ଦି କହିଲେ କାରଣ

  1. Home
  2. Entertainment

ସର୍ବ ସମ୍ମୁଖରେ ପୃଥୀ ଶ' ଙ୍କୁ କାହିଁକି ମାରିଲେ ମାଡ଼ ? ଏହି ଯୁବତୀ ଜଣକ କିଏ? ନିଜେ କାନ୍ଦି କାନ୍ଦି କହିଲେ କାରଣ

prithivi shaw beaten by a girl


ଇଣ୍ଡିଆନ୍ ମେନ୍ କ୍ରିକେଟ୍ ଟିମର ଖେଳାଳି ପୃଥୀ ଶ’ ଙ୍କୁ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଥିବା ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ। ଯାହାର ଭିଡ଼ିଓ ବେଶ୍ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଏହି ଭିଡ଼ିଓରେ ଜଣେ ଯୁବତୀ ଯାହାଙ୍କ ନାମ ସ୍ୱପ୍ନା ଗିଲ୍ ବୋଲି ଜଣାପଡ଼ିଛି , ସେ ପୃଥ୍ୱୀ ଶ’ଙ୍କୁ ମାଡ ମାରିବା ସହ ତାଙ୍କ କାରଟିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ।

ତେବେ ସ୍ବପ୍ନା ଗିଲ୍ ଜଣେ ସୋସିଆଲ ମିଡ଼ିଆ ଇନ୍ଫ୍ଲଏନସର। ସୋସିଆଲ ମିଡିଆରେ ହାଇଲାଇଟ୍ ହେବାପାଇଁ ସ୍ବପ୍ନା କିଛି ବି କରି ପାରନ୍ତି। କେବଳ ସୋସିଆଲ ମିଡିଆରେ ଆକ୍ଟିଭି ନୁହନ୍ତି ସ୍ୱପ୍ନା। ସେ ଭୋଜପୁରୀରେ ମଧ୍ୟ ଏକରୁ ଅଧିକ ଫିଲ୍ମ କରି ସାରିଛନ୍ତି। ଭୋଜପୁରୀ ହିରୋ ରବିଶଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି।

prithivi shaw attacked

ତେବେ ଯଦି ଦେଖିବା ସ୍ଵପ୍ନା ଗିଲଙ୍କର ଫେମ୍ କ୍ୟାରିଅର ଫ୍ଲପ୍ ସେଥିପାଇଁ ସେ ସୋସିଆଲ ମିଡିଆକୁ ବାଛିଥିଲେ। ତେବେ ସେ ସୋସିଆଲ ମିଡିଆରେ ହିଟ୍ ହେବା ପାଇଁ ପୃଥୀ ଶ’ ଙ୍କୁ ମାଡ ମାରିଥିବା ଚର୍ଚ୍ଚା ହେଉଛି। ତେବେ ସ୍ୱପ୍ନା ମଦ ନିଶାରେ ପୃଥୀଙ୍କୁ ମାଡ଼ ମାରିଥିଲେ। ଆଉ କ୍ରିକେଟରଙ୍କ ଗାଡି ଭାଙ୍ଗିଥିଲେ। ସେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଏହି କାର୍ଯ୍ୟ କରିଥିଲେ।

ତେବେ ସେ ପୃଥୀଙ୍କୁ ମାଡ଼ ମାରିବା ପରେ ସେହି ସ୍ଥାନରେ ବି ବହୁତ ଭଲ ଅଭିନୟ କରିଥିଲେ, ସେ ପୃଥ୍ୱୀଙ୍କୁ ମାଡ ମାରିବା ପରେ କହିଥିଲେ କି ପୃଥ୍ୱୀ ମଧ୍ୟ ତାଙ୍କୁ ମାଡ଼ ମାରିଛନ୍ତି, ତାହା ପୁଣି ସେ କାନ୍ଦି କାନ୍ଦି କହିଥିଲେ, ଯାହା ପୂରା ସ୍ପଷ୍ଟ ଭାବରେ ଶୁଭୁଥିଲା। ସେହି ଦିନ ରାତିରେ ମୁମ୍ବାଇର ଏକ ହୋଟେଲକୁ ଖାଇବାକୁ ଯାଇଥିଲେ ପୃଥ୍ୱୀ ଆଉ ସେହିଠାରେ ସ୍ବପ୍ନା ପୃଥ୍ୱୀଙ୍କ ସହ ଏକ ସେଲ୍ଫି ନେଇଥିଲେ। ଏହାପରେ ସେ ଆହୁରି ସେଲ୍ଫି ନେବାକୁ ଚାହିଁଥିଲେ। କିନ୍ତୁ ସେଲ୍ଫି ନେବାକୁ ମନା କରିଦେଇଥିଲେ ପୃଥ୍ୱୀ। ଆଉ ସେଠୁ ଆରମ୍ଭ ହୋଇଥିଲା ମାରପିଟ୍ , ଭଙ୍ଗାରୁଜା।

ହୋଟେଲ ମ୍ୟାନେଜର ଆସି ହୋଟେଲରୁ ସ୍ଵପ୍ନାଙ୍କୁ ବାହାର କରି ଦେଇଥିଲେ ଯାହାପରେ ସ୍ଵପ୍ନା ଘରକୁ ନଯାଇ ବିଚ୍ ରାସ୍ତାରେ ହକି ଷ୍ଟିକ୍ ଏବଂ ବେଶ୍ ବଲ୍ ବ୍ୟାଟରେ ଆକ୍ରମଣ କରିଥିଲେ ପୃଥ୍ୱୀଙ୍କୁ। ପୃଥ୍ୱୀଙ୍କୁ ଏବଂ ତାଙ୍କ ସାଙ୍ଗମାନଙ୍କୁ ବାଡେଇବା ପରେ ପୃଥ୍ୱୀଙ୍କ ଗାଡିକୁ ଭାଙ୍ଗିରୁଜି ଚୁରମାର୍ କରି ଦେଇଥିଲେ ସେ। ଏହାପରେ ସ୍ଵପ୍ନାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି, ଏହାପରେ ସ୍ଵପ୍ନାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଛି ମୁମ୍ବାଇ ପୋଲିସ।