ଅଦିତି ହୁଣ୍ଡିଆ କିଏ? ଯାହାଙ୍କ ନାମ ସହିତ ଯୋଡ଼ା ଯାଉଛି ଭାରତୀୟ କ୍ରିକେଟର ଇଶାନ କିଶନଙ୍କ ନାମ...
ଆଇପିଏଲ ୨୦୨୫ରେ ସନରାଇଜ ହାଇଦ୍ରାବାଦ ପଖରୁ ଖେଳୁଥିବା କ୍ରିକେଟର ଈଶାନ କିଶନଙ୍କ ଆଲୋଚନା ଏବେ ଚାରିଆଡେ। ଈଶାନ କିଶନଙ୍କ ପର୍ସନାଲ ଲାଇଫ୍କୁ ନେଇ ମଧ୍ୟ ଏବେ ଚର୍ଚ୍ଚାରେ। ଈଶାନ କିଶନଙ୍କ ନାମ ଅଦିତି ହୁଣ୍ଡିଆଙ୍କ ସହିତ ଦୀର୍ଘ ଦିନ ଧରି ହେବ ଯୋଡା ହୋଇଆସୁଅଛି । ପ୍ରାୟତଃ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ।
ଆଇପିଏଲ୍ ୨୦୧୯ ରେ ଅଦିତି ଏକ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚିୟର୍ସ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଉଭୟଙ୍କ ନାମ ଯୋଡା ଯାଇଥିଲା। ଯାହା ପରେ ଚର୍ଚ୍ଚା ବଢିଥିଲା । ତେବେ ଏହାରି ଭିତରେ ଆସନ୍ତୁ ଜାଣିବା ଅଦିତି ହୁଣ୍ଡିଆ କିଏ ?
ଅଦିତି ଜଣେ ସୋସିଆଲ୍ ମିଡିଆ ଇନ୍ଫ୍ଲ୍ୟୁଏନ୍ସର୍। ସେ ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ରିଲ୍ସ ଭିଡିଓ ଗୁଡିକରେ ଲକ୍ଷ ଲକ୍ଷ ଭ୍ୟୁଜ୍ ଆସେ। ଫ୍ୟାଶନ ଦୃଷ୍ଟିରୁ ଅଦିତି ବଲିଉଡର ଅନେକ ଅଭିନେତ୍ରୀଙ୍କୁ ମଧ୍ୟ ମାତ୍ ଦିଅନ୍ତି।
ତାଙ୍କର ଷ୍ଟାଇଲ୍ ଏବଂ ଗ୍ଲାମରସ୍ ଖୁବ ଆଶ୍ଚର୍ଯ୍ୟଜନ। ଅଦିତି ମିସ୍ ଇଣ୍ଡିଆ ୨୦୧୭ ର ଫାଇନାଲିଷ୍ଟ ଥିଲେ। ସେ ୨୦୧୮ରେ ମିସ୍ ଡିଭା ସୁପ୍ରାନେସନାଲ୍ ଇଣ୍ଡିଆ ମଧ୍ୟ ହୋଇଥିଲେ। ଏହା ପରେ ସେ ମଡେଲିଂ ଅଫର୍ ପାଇଥିଲେ। ସେ ୩ ବର୍ଷ ପାଇଁ ମଡେଲିଂ କରିଥିଲେ। ଏହା ପରେ ସେ ଏକ ପୋଷାକ ବ୍ରାଣ୍ଡ ଆରମ୍ଭ କଲେ।
ଈଶାନ କିଶନଙ୍କ ଏବଂ ଅଦିତି ହୁଣ୍ଡିଆ ଉଭୟଙ୍କ ଯୋଡ଼ା ଯାଉଥିବା ବିଷୟରେ କୌଣସି ନିଶ୍ଚିତତା ନାହିଁ।