ଚହଲ ଏବଂ ଧନଶ୍ରୀଙ୍କ ମଧ୍ୟରେ ଏହି କାରଣ ରୁ ସୃଷ୍ଟି ହୋଇଥିଲା ଫାଟ, ଜଣାପଡିଲା ଛାଡପତ୍ରର ମୁଖ୍ୟ କାରଣ...

  1. Home
  2. Entertainment

ଚହଲ ଏବଂ ଧନଶ୍ରୀଙ୍କ ମଧ୍ୟରେ ଏହି କାରଣ ରୁ ସୃଷ୍ଟି ହୋଇଥିଲା ଫାଟ, ଜଣାପଡିଲା ଛାଡପତ୍ରର ମୁଖ୍ୟ କାରଣ...


କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କ ଛାଡପତ୍ର : କାହିଁକି କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କ ଯୋଡ଼ି ଅଲଗା ହୋଇଥିଲେ, ଫ୍ୟାନ୍ସଙ୍କ ମଧ୍ୟରେ ଏହା ପ୍ରଶ୍ନ ହୋଇ ରହିଯାଇଛି । 

ଦୁହିଙ୍କ ମଧ୍ୟରେ ମତଭେଦ ଥିଲା, ତେଣୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ପରସ୍ପରଙ୍କ ସହମତିରେ ମାର୍ଚ୍ଚ ୨୦ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା । ଧନଶ୍ରୀଙ୍କୁ ଭରଣପୋଷଣ ପାଇଁ ୪.୭୫ କୋଟି ଟଙ୍କା ଚହଲ ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ମାତ୍ର ଏବେ କିନ୍ତୁ କିଛି ଅଲଗା କଥା ସାମ୍ନାକୁ ଆସିଛି । 

ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଚହଲ ଓ ଧନଶ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ନିଜର ରହିବାର ସ୍ଥାନକୁ ନେଇ ଦୁହେଁ ଏକମତ ନଥିଲେ । ସେହି କାରଣରୁ ସେମାନେ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୦ ଡିସେମ୍ବରରେ ବିବାହ ପରେ ଧନଶ୍ରୀ ହରିୟାଣାରେ ଚହଲ ଓ ଶାଶୂ-ଶ୍ବଶୁରଙ୍କ ସହ ରହିବାକୁ ଚାଲି ଯାଇଥିଲେ। କିଛିଦିନ ପରେ ମୁମ୍ବାଇରେ ରହିବାକୁ ଧନଶ୍ରୀ  ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏହା ଚହଲଙ୍କୁ ପସନ୍ଦ ଆସିନଥିଲା।

ଚହଲଙ୍କୁ ବିବାହ କରିବା ପରେ ଧନଶ୍ରୀ ସ୍ବାମୀଙ୍କ ପରିବାର ସହ ହରିୟାଣାରେ ରହିଥିଲେ । କାମ ଥିବା ସମୟରେ ଧନଶୀ ମୁମ୍ବାଇ ଯାଉଥିଲେ । ମୁମ୍ବାଇ-ହରିୟାଣାରେ ରହିବାକୁ ନେଇ ସୃଷ୍ଟି ହୋଇଥିବା ଝଗଡ଼ା ସେମାନଙ୍କର ରିଲେସନଶିପକୁ ସମାପ୍ତ କରିଦେଇଥିଲା ।

ନିଜର ପିତାମାତାଙ୍କ ସହ ଅଲଗା ରହିବାକୁ ଚହଲ ପ୍ରସ୍ତୁତ ନଥିଲେ । ସେ ନିଜ ଘର ଏବଂ ପିତାମାତାଙ୍କ ସହ ରହିବାକୁ ଚାହୁଁଥିଲେ । ଆଇପିଏଲ ୨୦୨୫ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଚହଲ-ଧନଶ୍ରୀଙ୍କ ଛାଡପତ୍ର ହୋଇଥିଲା ।