ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍ ଜିତିବା ପରେ ଉତ୍ସବମୁଖର ଭାରତୀୟ ଦଳ! ଏପରି ହେଲା ସେଲିବ୍ରେସନ, ଭିଡିଓ ଭାଇରାଲ….
ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏକ ରୋମାଞ୍ଚକର ଢଙ୍ଗରେ ସମାପନ ହୋଇଛି। ରବିବାର ଦିନ ଦୁବାଇରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟାଇଟଲ ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଉଥିବାର ନଜର ଆସିଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କିୱି ଦଳ ୭ ୱିକେଟ୍ ହରାଇ ୨୫୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୨୫୪ ରନ୍ ସଂଗ୍ରହ କରି ଫାଇନାଲ ମ୍ୟାଚ୍ ଚାରି ୱିକେଟ୍ ରେ ଜିତିଥିଲା। ଚାମ୍ପିଅନ୍ ହେବା ପରେ ରୋହିତ ଶର୍ମା ଏବଂ ଦଳ ଆନନ୍ଦରେ ନାଚିବା ସହ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି।
ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ୧୨ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିବାରେ ସଫଳ ହୋଇଛି। ଭାରତ ଶେଷଥର ପାଇଁ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ୨୦୧୩ ରେ ଏହି ଟୁର୍ନାମେଣ୍ଟର ଟ୍ରଫି ଜିତିଥିଲା। ରୋହିତ ଶର୍ମା ଏବଂ ଭାରତୀୟ ଦଳ ନାଚ ଓ ଗୀତ ସହିତ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ରବିନ୍ଦ୍ର ଜାଡେଜା ଚୌକା ମାରି ମ୍ୟାଚ୍ ଶେଷ କରିବା ପରେ ପୁରା ଦଳ ସେଲିବ୍ରେସନ ପାଇଁ ପଡ଼ିଆ ମଧ୍ୟକୁ ଚାଲି ଆସିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଷ୍ଟମ୍ପରୁ ପରସ୍ପର ସହ ଷ୍ଟେମ୍ପସ୍ ରେ ଦାଣ୍ଡିଆ ଖେଳୁଥିବା ନଜର ଆସିଥିଲେ।
virat kohli and rohit sharma playing dandiya after winning champions trophy was not in my 2025 bucket list 😭 pic.twitter.com/dZsRRCU8Mt
— saif (@nightchanges) March 9, 2025
ବିସିସିଆଇର ପୂର୍ବତନ ସଚିବ ଜୟ ଶାହା ଚାମ୍ପିଅନ୍ସ ଟ୍ରଫିକୁ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଇଥିଲେ, ଯାହା ପରେ ଫଟୋଗ୍ରାଫରମାନଙ୍କ ପାଇଁ ପୋଜ୍ ଦେବାବେଳେ ତାଙ୍କୁ ବହୁତ ଖୁସି ହେଉଥିବା ଦେଖିବାକୁ ମିଳିଥିଲା। ଏହା ପରେ ସମସ୍ତ ଖେଳାଳି ପଡ଼ିଆରେ ତାଙ୍କ ନିକଟକୁ ଆସି ସ୍ୟାମ୍ପେନ୍ ବୋତଲ ଖୋଲିଥିଲେ। ଶେଷରେ, ସମଗ୍ର ଦଳ ଏକାଠି ଠିଆ ହୋଇ ଚାମ୍ପିଅନ୍ସ ଟ୍ରଫି ସହିତ ଫଟୋ ଉଠାଇଥିଲେ। ଏହି ସମୟରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟ୍ରଫିକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି ଯେପରି ୨୦୧୩ ରେ ଭାରତ ବିଜେତା ହେବା ପରେ ସେ ଚୁମ୍ବନ ଦେଇଥିଲେ। ଦଳର ଏହି ସେଲିବ୍ରେସନ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି, ଯାହାକୁ ଭାରତୀୟ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।
TEAM INDIA ARE CHAMPIONS AGAIN! 🏆🇮🇳#ChampionsTrophyOnJioStar #INDvNZ #ChampionsTrophy2025 pic.twitter.com/Uh6EZWFfSL
— Star Sports (@StarSportsIndia) March 9, 2025
ମାର୍ଚ୍ଚ ୯ ତାରିଖରେ ଦୁବାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାରି ୱିକେଟ୍ ରେ ମ୍ୟାଚ ଜିତି ଭାରତୀୟ ଦଳ ଏହାର ୨୫ ବର୍ଷ ତଳର ପ୍ରତିଶୋଧ ନେଇଛି। ବାସ୍ତବରେ, ୨୦୦୦ ମସିହାରେ ଅନୁଷ୍ଠିତ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ କିୱି ଦଳକୁ ସାମ୍ନା କରିଥିଲା ଯେଉଁଥିରେ ଚାରି ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଚାମ୍ପିୟନ ଟ୍ରଫି ୨୦୨୫ ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ରୋହିତ ଶର୍ମାଙ୍କ ଭାରତୀୟ ଦଳ ଏହାର ମଧୁର ପ୍ରତିଶୋଧ ନେବାରେ ସଫଳ ହୋଇଛି।