ମ୍ୟାଚ ହାରିବା ପରେ କାମ କରୁନି ପାକିସ୍ତାନୀଙ୍କ ମୁଣ୍ଡ! ଭାରତୀୟ ପଣ୍ଡିତଙ୍କ ଯାଦୁ ପାଇଁ ପାକିସ୍ତାନ ହାରିଥିବା ନେଇ ଚର୍ଚ୍ଚା….
ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତ-ପାକିସ୍ତାନ କ୍ରିକେଟ୍ ପ୍ରତିଦ୍ୱନ୍ଦ୍ୱିତା ସଂପୂର୍ଣ୍ଣ ଭାବେ ଏକପାଖିଆ ହୋଇ ସାରିଛି। ଚାଲୁ ରହିଥିବା ଚାମ୍ପିଅନ୍ସ ଟ୍ରଫିରେ ପୁଣିଥରେ ଏଭଳି ଦେଖିବାକୁ ମିଳିଛି ଯେଉଁଥିରେ ଭାରତ ପାକିସ୍ତାନର ୨୪୧ ସ୍କୋରକୁ ୭.୩ ଓଭର ଏବଂ ୬ ଟି ୱିକେଟ୍ ବାକିଥାଇ ଚେଜ୍ କରି ନେଇଛି।
ଅଧିକାଂଶ ପାକିସ୍ତାନୀ ଜନସାଧାରଣ ସେମାନଙ୍କ ବ୍ୟାଟ୍ସମ୍ୟାନଙ୍କ ଆଭିମୁଖ୍ୟ ଏବଂ ବୋଲରଙ୍କ ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାବେଳେ କିଛି ପାକିସ୍ତାନୀ ଲୋକେ ଏଥିପାଇଁ ଭାରତୀୟ ପଣ୍ଡିତଙ୍କ ପୂଜାପାଠ ଏବଂ ଯାଦୁକୁ ଦାୟୀ କରିଛନ୍ତି। ଏଥିପାଇଁ “ଭାରତୀୟ ପଣ୍ଡିତ” ମାନଙ୍କୁ ଦାୟୀ କରିଛନ୍ତି।
22 पंडित बाहर से और तीन पंडित रोहित ,हार्दिक और अय्यर टीम में फिर तो पाकिस्तान को हारना ही था 🤣🤣 pic.twitter.com/zaNsq6PUjW
— Raja Babu (@GaurangBhardwa1) February 24, 2025
‘ଡିସ୍କଭର ପାକିସ୍ତାନ’ ନାମକ ଏକ ଚ୍ୟାନେଲରେ ମ୍ୟାଚ୍ ପୂର୍ବରୁ ହୋଇଥିବା ଆଲୋଚନାରେ ଭାରତ “୨୨ ପଣ୍ଡିତ”ଙ୍କୁ ଆଣି ମ୍ୟାଚ୍ ଫଳାଫଳ ବଦଳାଇବା ପାଇଁ ଚେଷ୍ଟା କରିଥିବା କୁହାଯାଇଛି। ପ୍ୟାନେଲିଷ୍ଟମାନେ କହିଛନ୍ତି ଯେ ପ୍ରତ୍ୟକ ପାକିସ୍ତାନ ଖେଳାଳିଙ୍କ ପାଇଁ ୨ ଜଣ ପଣ୍ଡିତ ନିୟୋଜିତ ହୋଇଥିଲେ ଏବଂ ସେମାନେ ସେଠାରେ ଯାଦୁ କରିଥିଲେ। ଆହୁରିମଧ୍ୟ ଯେହେତୁ ଭାରତ ପାକିସ୍ତାନ ଆସିଥିଲେ ଏଠାରେ ସେମାନଙ୍କ ଯାଦୁ କାମ କରିନଥାନ୍ତା ତେଣୁ ବିସିସିଆଇ ଏଠାକୁ ଦଳ ପଠାଇ ନଥିଲା।
ଏହି ବିଚିତ୍ର ଆଲୋଚନାରେ ଭାରତ ବିପକ୍ଷ ୨୦୧୧ ଦିନିକିଆ ବିଶ୍ୱକପ ସେମିଫାଇନାଲକୁ “ଜାଡୁ-ଟୋନା”ର ଉଦାହରଣ ଭାବରେ ଉଲ୍ଲେଖ କରାଯାଇଛି। ସେମାନେ ପ୍ରଶ୍ନ କରିଛନ୍ତି ଯେ ପାକିସ୍ତାନ ସର୍ବଦା ଭଲ ପ୍ରଦର୍ଶନ କରୁଥିବା ପରି ମନେହୁଏ କିନ୍ତୁ ହଠାତ୍ ଭାରତ ବିପକ୍ଷରେ କଣ ପାଇଁ ହାରିଯାଏ। ପାକିସ୍ତାନୀଙ୍କ ଏଭଳି ଟିପ୍ପଣୀ ଉପରେ ଲୋକେ ବହୁତ ହସୁଥିବା ବେଳେ ସେମାନଙ୍କ ମାନସିକ ଅବସ୍ଥା ଭଲ ନଥିବା ଅନେକେ ମତ ଦେଇଛନ୍ତି।