IIT ବାବାଙ୍କ ବଡ଼ ଦାବି! କହିଲେ,“ମୋ ପାଇଁ ଭାରତ ଜିତିଛି ଟି-୨୦ ବିଶ୍ୱକପ….
ବର୍ତ୍ତମାନ କୁମ୍ଭମେଳା ଚାଲୁ ରହିଛି। ଏଠାକୁ ଶ୍ରଦ୍ଧାଳୁଙ୍କ ସମେତ ଅନେକ ସାଧୁ ସନ୍ଥ ଏବଂ ବାବାଙ୍କ ଆଗମନ ମଧ୍ୟ ହେଉଛି। ତେବେ, ସେଠାକୁ ଆସିଥିବା ଆଇଆଇଟିଆନ୍ ବାବାଙ୍କ ବିଷୟରେ ତ ପ୍ରାୟ ସମସ୍ତେ ଜାଣନ୍ତି। ଏହି ବାବା ଜଣକ ବେସ୍ ଉଚ୍ଚଶିକ୍ଷିତ ଅଟନ୍ତି ଏବଂ ସେ IIT ବମ୍ବେରୁ ଏରୋସ୍ପେସ୍ ଇଂଜିନିୟରିଂ ମଧ୍ୟ କରିଛନ୍ତି।
ତେବେ ବାବାଙ୍କୁ ସେ କ୍ରିକେଟ ଦେଖନ୍ତି କି ନାହିଁ ବୋଲି ପଚରା ଯାଇଥିଲା। ଯାହାର ଉତ୍ତରରେ ସେ ଆଗରୁ ବହୁତ କ୍ରିକେଟ ଦେଖିଛନ୍ତି ବୋଲି କହିଥିଲେ। କେବଳ ସେତିକି ନୁହେଁ ବରଂ ସେ ଭାରତକୁ ୨୦୨୪ ବିଶ୍ୱକପ ଜିତାଇଛନ୍ତି ବୋଲି କୁହନ୍ତି। ପ୍ରକୃତରେ ଏହି ବାବାଙ୍କ ନାମ ଅଭୟ ସିଂ ଅଟେ ସେ କହିଛନ୍ତି ଯେ,“T20 ବିଶ୍ୱକପ୍ ଟାଇଟଲ କିପରି ଜିତାଇ ଥିଲେ ସେ ବାବଦରେ ମଧ୍ୟ କହିଥିଲେ। ସେ କହିଛନ୍ତି, "ଏଠାରେ ବସି ଆପଣଙ୍କୁ ସିଗନାଲ ସହିତ ସଂଯୋଗ କରିବାକୁ ପଡିବ ଓ ଯଦି ସେହି ସିଗନାଲ ଲାଇଭ୍ ଆସୁଛି ତେବେ ବୁଝିବାକୁ ପଡିବ ଯେ ତାହା ଶକ୍ତି ରୂପରେ ଆସୁଛି”।
ସେହି ଶକ୍ତି ତରଙ୍ଗ ଆକାରରେ ଟାୱାରରେ ସଂଯୋଗ ହୁଏ । ଏବେ ଶକ୍ତି ସେହି ଟାୱାରରେ କିପରି ପହଞ୍ଚିଲା? ପ୍ରକୃତରେ କ୍ୟାମେରା ସେହି ଶକ୍ତିକୁ ଅବର୍ଜଭ କରିସାରିଥିଲା। ସତ ହେଉଛି ଆପଣ ମ୍ୟାଚ୍ ଲାଇଭ୍ ଦେଖୁଛନ୍ତି, କିନ୍ତୁ ମଝିରେ ସୂଚନା ହେରଫେର ହେଉଛି, ଯାହାକୁ ବୈଷୟିକ ଭାଷାରେ କୋଡ୍-ଡିକୋଡ୍ କୁହାଯାଇପାରେ"। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ଟ୍ୱ-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରିଥିଲା। ୨୦୦୭ ପରଠାରୁ ଭାରତ ଟି-୨୦ ବିଶ୍ୱକପ ଜିତିପାରିଥିବା ବେଳେ ଭାରତ ୨୦୨୪ରେ ଏହି ସ୍ୱପ୍ନ ପୁରା କରିଥିଲା। ଏବେ ଏହି ବାବା ଜଣକ ମଧ୍ୟ ଭାରତର ବିଜୟରେ ସାହାଯ୍ୟ କରିଥିବା ପ୍ରକାଶ କରିଛନ୍ତି।