ଏହି ଅଭିନେତ୍ରୀଙ୍କ ପ୍ରେମରେ କ୍ଲିନ ବୋଲ୍ଡ ମହମ୍ମଦ ସିରାଜ !
ସିରାଜ ଡେଟିଂ: ମହମ୍ମଦ ସିରାଜ ସଂପ୍ରତି ଭାରତୀୟ ଦଳରୁ ଏବେ ବାହାରେ ଅଛନ୍ତି। କିନ୍ତୁ ସେ ବର୍ତ୍ତମାନ ଡେଟିଂକୁ ନେଇ ଖୁବ ଚର୍ଚ୍ଚାରେ । ଶୁଣିବାକୁ ମିଳୁଛି ବିଗ୍ ବସ୍ ୧୩ ର ଅଭିନେତ୍ରୀ ମାହିରା ଶର୍ମାଙ୍କୁ ଡେଟ୍ କରୁଛନ୍ତି ସିରାଜ । ତେବେ ନିକଟରେ ସିରାଜ ଓ ଆଶା ଭୋଁସଲେଙ୍କ ନାତୁଣୀ ଜନାଇଙ୍କୁ ନେଇ ଗୁଜବ ପ୍ରଚାର ହୋଇଥିଲା। ପରେ ଏହାକୁ ପ୍ରତ୍ୟାଖାନ କରି ଉଭୟ ପରସ୍ପର ଭାଇ-ଭଉଣୀ ସଂପର୍କ ଉପରେ ମୋହର ମାରିଥିଲେ ସିରାଜ ।
କିନ୍ତୁ ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ, ସିରାଜ ଓ ମାହିରା ପରସ୍ପରକୁ ଡେଟ୍ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସିରାଜ ଓ ମାହିରାଙ୍କ ମଧ୍ୟରେ କେମିତି ଚିହ୍ନା ପରିଚୟ ହେଲା ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। କିନ୍ତୁ ରିପୋର୍ଟ ଅନୁସାରେ ଉଭୟ ୨୦୨୪ ନଭେମ୍ବରରୁ ପରସ୍ପରକୁ ଜାଣିଛନ୍ତି। ମାହିରା ଅନେକ ଟିଭି ଶୋରେ ନଜର ଆସିଛନ୍ତି। ସେ ନାଗିନ, ବିଗ୍ ବସ୍ ୧୩ ଓ କୁଣ୍ଡଲୀ ଭାଗ୍ୟରେ କାମ କରି ସାରିଛନ୍ତି।
ସିରାଜ ମାହିରାଙ୍କ ଏକ ପୋଷ୍ଟକୁ ଲାଇକ୍ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଡେଟିଂ ଚାଲିଥିବା ଖବର ଜୋର୍ ଧରିଥିଲା। ତେବେ ଉଭୟ ଏ ପର୍ଯ୍ୟନ୍ତ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରି ନାହାନ୍ତି। ବଡ଼ କଥା ଏହି ମାମଲାରେ ମାହିରା କିମ୍ବା ସିରାଜଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।
ମାହିରାଙ୍କ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ସିରାଜଙ୍କ ନାଁକୁ ନେଇ ଅନେକ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ସିରାଜଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ସୂଚନା ମିଳିବା ବାକି ରହିଛି।