ଧୋନି ଏବଂ କୋହଲି ପରେ ପୃଥୀ ଶ' କିଣିଲେ ମୁମ୍ବାଇରେ ଏତେ କୋଟି ଟଙ୍କାର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ, ଦେଖନ୍ତୁ ଫୋଟୋ

  1. Home
  2. Entertainment

ଧୋନି ଏବଂ କୋହଲି ପରେ ପୃଥୀ ଶ' କିଣିଲେ ମୁମ୍ବାଇରେ ଏତେ କୋଟି ଟଙ୍କାର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ, ଦେଖନ୍ତୁ ଫୋଟୋ

Prithvi-nw-aparatment


କ୍ରିକେଟ ଖବର : ପୃଥୀ ଶ' ଛୋଟ ଥିବା ସମୟରେ ବହୁତ  ବଡ଼ ବଡ଼ ସ୍ୱପ୍ନ ଦେଖୁଥିଲେ, ଆଉ ବର୍ତ୍ତମାନ ସେ ନିଜର ସେହି ସ୍ୱପ୍ନକୁ ପୁରୁଣ କରି ସଫଳତାର ସିଡ଼ି ଚଢ଼ିବାକୁ ଲାଗିଛନ୍ତି। ଯେତେବେଳେ ସେ ମାତ୍ର ଚାରି ବର୍ଷ ବୟସର ହୋଇଥିଲେ ସେହି ସମୟରେ ତାଙ୍କ ମାଙ୍କର ଦେହାନ୍ତ ହୋଇଥିଲା। 

ଏହା ପରେ ତାଙ୍କ ପିତା ତାଙ୍କର ଯତ୍ନ ନେଲେ ଏବଂ ତାଙ୍କୁ କ୍ରିକେଟ୍ ଖେଳିବାକୁ ପ୍ରେରଣା ଦେଇଥିଲେ। ପୃଥୀ ଶ'ଙ୍କ ବାପା ମଧ୍ୟ ତାଙ୍କ ବ୍ୟବସାୟକୁ ଛାଡି ପୁଅକୁ କ୍ରିକେଟର କରିବା ପାଇଁ ଲାଗିପଡ଼ିଥିଲେ। କାରଣ ସେ ବିଶ୍ୱାସ କରୁଥିଲେ ଯେ ପୁଅ ତାଙ୍କ ନାମକୁ ଗୌରବନ୍ବିତ କରିବ। ଆଉ ବର୍ତ୍ତମାନ ଯାହା ସଭିଙ୍କ ସାମ୍ନାରେ ଅଛି। ଅଳ୍ପ ବୟସରୁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ପୃଥୀ ଶ' ବର୍ତ୍ତମାନ ମୁମ୍ବାଇରେ ଏକ ମହଙ୍ଗା ଘର କିଣିଛନ୍ତି। ଏହାପୂର୍ବରୁ ସେ ଦାମୀ କାର ମଧ୍ୟ କିଣିଥିଲେ।

Prithvi-Shaw-new-house

ନିଜ ଘର କିଣିବା କିମ୍ବା ନିର୍ମାଣ କରିବା ସମସ୍ତଙ୍କ ଏକ ସ୍ୱପ୍ନ ରହିଥାଏ। ଟିମ୍ ଇଣ୍ଡିଆର ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ପୃଥୀ ଶ' ମଧ୍ୟ ଏହି ସ୍ୱପ୍ନକୁ ସାକାର କରିଛନ୍ତି। ସେ ମୁମ୍ବାଇର ବାନ୍ଦ୍ରାରେ ରେକଲାମେସନରେ ଏକ ପ୍ରିମିୟମ୍ ଆବାସିକ ଆପାର୍ଟମେଣ୍ଟ କିଣିଛନ୍ତି। ଖବର ଅନୁଯାୟୀ ଏହାର ମୂଲ୍ୟ 10.20 କୋଟି ଟଙ୍କା ହୋଇଛି। ଇଣ୍ଡେକ୍ସ ଟ୍ୟାପ୍ ରିପୋର୍ଟ ଅନୁଯାୟୀ, ପୃଥୀ ଶ' କିଣିଥିବା ପ୍ରିମିୟମ୍ ଆପାର୍ଟମେଣ୍ଟର କାର୍ପେଟର କ୍ଷେତ୍ର 2209 ବର୍ଗଫୁଟ ଥିବାବେଳେ ଟେରାସ୍ 1654 ବର୍ଗଫୁଟ। 

ପୃଥୀ ଶ' 18 ବର୍ଷ ବୟସରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ, ଯେତେବେଳେ ସେ ରାଜକୋଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ ସେତେବେଳେ ଟେଷ୍ଟରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇଥିଲେ।  ଭାରତର ଅଣ୍ଡର -19 ବିଶ୍ୱକପ ବିଜେତା ଅଧିନାୟକ ତଥା ଯୁବ ବ୍ୟାଟ୍ସମ୍ୟାନ୍ ପୃଥୀ ଶ' ଭାରତର ଜୁନିଅର କ୍ରିକେଟରରୁ ସିନିୟର କ୍ରିକେଟକୁ ସ୍ଥାନାନ୍ତର ହୋଇଥିଲେ।  ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଦିଲ୍ଲୀ ପାଇଁ ଖେଳନ୍ତି। ଆଉ ଘରୋଇ କ୍ରିକେଟରେ ସେ ମୁମ୍ବାଇର ପ୍ରତିନିଧିତ୍ୱ କରୁଛନ୍ତି।