୨୦ ବର୍ଷର ବୈବାହିକ ଜୀବନରେ ପଡିବ ପୂର୍ଣ୍ଣଛେଦ, ଅଲଗା ହେବାକୁ ଯାଉଛନ୍ତି ସେହୱାଗ ଓ ତାଙ୍କ ପତ୍ନୀ ଆରତୀ

  1. Home
  2. Entertainment

୨୦ ବର୍ଷର ବୈବାହିକ ଜୀବନରେ ପଡିବ ପୂର୍ଣ୍ଣଛେଦ, ଅଲଗା ହେବାକୁ ଯାଉଛନ୍ତି ସେହୱାଗ ଓ ତାଙ୍କ ପତ୍ନୀ ଆରତୀ


କ୍ରିକେଟର ବୀରେନ୍ଦ୍ର ସେହଓ୍ୱାଗ ଓ ତାଙ୍କ ପତ୍ନୀ ଙ୍କ ମଧ୍ୟରେ ଫାଟ: ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଷ୍ଟାର ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ସହ ଜଡ଼ିତ ଏକ ବଡ଼ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି ।  କୁହାଯାଉଛି, ଏବେ ଅଲଗା ହେବାକୁ ଯାଉଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ୱାଗ ଓ ତାଙ୍କ ପତ୍ନୀ ଆରତୀ । 

ଅନେକ କ୍ରିକେଟର ଷ୍ଟାର ଏବେ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଲାଇମ ଲାଇଟ୍‌ରେ । ପ୍ରଥମେ ୟୁଜବେନ୍ଦ୍ର ଚହଲ, ଧନଶ୍ରୀଙ୍କ ପରେ ମନୀଷ ପାଣ୍ଡେ ଓ ତାଙ୍କ ପତ୍ନୀ ।  ରିପୋର୍ଟ ଅନୁସାରେ , ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତ ଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଦେବାକୁ ଯାଉଛନ୍ତି ଛାଡ଼ପତ୍ର।

ସେହୱାଗ ଏବଂ ଆରତୀ ୨୦୦୪ ମସିହାରେ ବିବାହ କରିଥିଲେ । ବିବାହ କରିବାର ତିନି ବର୍ଷ ପରେ, ସେମାନଙ୍କର ବଡ଼ ପୁତ୍ର ଆର୍ଯ୍ୟବୀର ର ଜନ୍ମ ହୋଇଥିଲା। ୨୦୧୦ ମସିହାରେ ତାଙ୍କ ସାନ ପୁଅ ବେଦାନ୍ତ ର ଜନ୍ମ ହୋଇଥିଲା।  ଏବେ ଏପରି ଚର୍ଚ୍ଚା ହେଉଛି ଯେ ସେମାନେ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି। ଯାହା ଜଣାପଡିଛି ଯେ ସେହୱାଗ ଏବଂ ଆରତୀ କିଛି ମାସ ଧରି ଅଲଗା ରହୁଛନ୍ତି । 

ବୀରେନ୍ଦ୍ର ସେହୱାଗ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବଢ଼ୁଥିବା ମତଭେଦ ବିଷୟରେ ଗୁଜବ ପ୍ରଥମେ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସେହୱାଗ ଗତ ବର୍ଷ ଦୀପାବଳିରେ ତାଙ୍କ ମାଆ ଏବଂ ପୁଅମାନଙ୍କ ସହିତ ଏକ ଫଟୋ ସେୟାର କରିଥିଲେ । କିନ୍ତୁ ସେଥିରେ ତାଙ୍କ ପତ୍ନୀଙ୍କ ଫଟୋ କିମ୍ବା ନାମର କୌଣସି ଉଲ୍ଲେଖ ନଥିଲା।