ବିରାଟଙ୍କ ବଦଲା ନେଇଗଲେ ୟସ୍ ଦୟାଲ୍! ଏମିତି କହି ଅମିତ ମିଶ୍ରାଙ୍କୁ କରାଇଦେଲେ ଚୁପ୍….

  1. Home
  2. Cric Special

ବିରାଟଙ୍କ ବଦଲା ନେଇଗଲେ ୟସ୍ ଦୟାଲ୍! ଏମିତି କହି ଅମିତ ମିଶ୍ରାଙ୍କୁ କରାଇଦେଲେ ଚୁପ୍….


୪୧ ବର୍ଷୀୟ ଭାରତୀୟ ଖେଳାଳି ଅମିତ ମିଶ୍ର କିଛି ସମୟ ପୂର୍ବରୁ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଥିଲେ। ଏକ ପୋଡକାଷ୍ଟରେ କଥାବାର୍ତ୍ତା ବେଳେ ସେ ଦାବି କରିଛନ୍ତି ଯେ ଷ୍ଟାରଡମ ପାଇବା ପରେ କୋହଲିଙ୍କ ମନୋଭାବ ବହୁତ ବଦଳି ଯାଇଛି। ଏହି କାରଣରୁ ଅମିତ ମିଶ୍ରଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଏଥିସହ ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏକ ଅଂଶ ରହିଥିବା ୟସ୍ ଦୟାଲ ତାଙ୍କ ବିବୃତ୍ତିରେ ଅମିତ ମିଶ୍ରକୁ କଡା ଜବାବ ଦେଇଛନ୍ତି।

Yash

ବାସ୍ତବରେ, କିଛି ମାସ ପୂର୍ବେ ଅମିତ ମିଶ୍ର ଶୁଭଙ୍କର ମିଶ୍ରଙ୍କ ପୋଡକାଷ୍ଟକୁ ଯାଇଥିଲେ। ଏହି ସମୟରେ ସେମାନେ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ। କିନ୍ତୁ ଏହି ସମୟରେ ସେ ବିରାଟ କୋହଲିଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ। ସେ କହିଥିଲେ ଯେ ଅଧିନାୟକ ହେବା ପରେ ବିରାଟ କୋହଲିଙ୍କ ଆଚରଣରେ ପରିବର୍ତ୍ତନ ଆସିଛି। ଖାସ୍ କରି ନେମ୍ ଫେମ୍ ପାଇବା ପରେ କୋହଲିଙ୍କ ମନରେ ଗର୍ବ ଅହଂକାର ଆସିଯାଇଥିବା ସେ କହିଥିଲେ। 

Virat

ତେବେ ଅମିତ ମିଶ୍ରଙ୍କ ଏହି ବିବୃତ୍ତିକୁ କ୍ରିକେଟ୍ ପ୍ରଶଂସକଙ୍କ ସମେତ ଅନେକ ଭେଟେରାନ ବିରୋଧ କରିଥିଲେ।  କିନ୍ତୁ ବର୍ତ୍ତମାନ ଯୁବ ବୋଲର ୟସ୍ ଦୟାଲ ଏକ ସମ୍ବେଦନଶୀଳ ବୟାନ ଦେଇଛନ୍ତି। ବାସ୍ତବରେ, ସ୍ପୋର୍ଟସ୍ ତକ୍ ସହିତ କଥାବାର୍ତ୍ତା ବେଳେ ୟସ୍ ଦୟାଲ କହିଛନ୍ତି ଯେ ବିରାଟ କୋହଲି ଟିଭିରେ ଯେପରି ଦେଖାଯାଉଛନ୍ତି ସେ ସେପରି ନୁହଁନ୍ତି। ସେ କହିଛନ୍ତି ଯେ ସେ ବିରାଟ କୋହଲିଙ୍କୁ ସମର୍ଥନ କରନ୍ତି।

Amit

ୟଶ ଦିନଲ କହିଛନ୍ତି ଯେ,“ସେ (କୋହଲି) ମୋତେ ସବୁଠାରୁ ବଡ କଥା କହିଥିଲେ ଯେ ସେ ପୁରା ସିଜନ ପାଇଁ ମୋତେ ସମର୍ଥନ କରିବେ ଏବଂ ମୁଁ ଦଳରେ ଜଣେ ବାହାର ଲୋକ ଭାବରେ ଅନୁଭବ କରିବି ନାହିଁ। ସେମାନେ ଏହି ସିଜନରେ ମୋତେ ବହୁତ ସମର୍ଥନ କରିଥିଲେ, ଯାହା ମୋତେ ଉତ୍ସାହିତ କରିଥିଲା। ସେ ଅନ୍ୟମାନଙ୍କ ପରି ନୂଆ ଖେଳାଳିଙ୍କ ସହ ଯୋଗାଯୋଗ କରନ୍ତି” ବୋଲି କହିଛନ୍ତି ଦୟାଲ।

Amit virat

ୟସ୍ ଦୟାଲ ଆହୁରି କହିଛନ୍ତି, “ଲୋକେ ଟିଭିରେ ତାଙ୍କ ବିଷୟରେ ଯାହା କଥାବାର୍ତ୍ତା କରନ୍ତି, ମୁଁ ତାଙ୍କ ସହ ସମାନ ଅନୁଭବ କରିନଥିଲି।  ଆରସିବି ଡ୍ରେସିଂ ରୁମ୍ ବହୁତ ଶାନ୍ତ ଏବଂ ସିନିୟରମାନେ ବହୁତ ସୁନ୍ଦର ଏବଂ ସହଯୋଗୀ ଅଟନ୍ତି”। “ଖେଳାଳିମାନେ ଡ୍ରେସିଂ ରୁମରେ ଭଲ ଭାବରେ ମିଶନ୍ତି। ଏହା ହେଉଛି ମ୍ୟାନେଜମେଣ୍ଟର କଲ୍ (ମେଗା ନିଲାମ ସମ୍ବନ୍ଧରେ) ଏବଂ ମୁଁ ବର୍ତ୍ତମାନ କେବଳ RCB କୁ ପ୍ରତିନିଧିତ୍ୱ କରିବାକୁ ଚାହୁଁଛି"। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅମିତ ମିଶ୍ରଙ୍କ ଏହି ବିବାଦୀୟ ବିବୃତ୍ତି ପରେ ୟସ୍ ଦୟାଲ ବିରାଟ କୋହଲିଙ୍କ ସମର୍ଥନରେ ଏକ ପୋଷ୍ଟ ସେୟାର କରିଛନ୍ତି।  ତେଣୁ ବର୍ତ୍ତମାନ ତାଙ୍କ ବିବୃତ୍ତି ଶୁଣିବା ପରେ ସେ ଅମିତ ମିଶ୍ରଙ୍କୁ ଜବାବ ଦେଉଥିବା ପରି ଅନୁମାନ କରାଯାଉଛି।