ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ ରୋହିତ! କିଏ ହେବ ଆଗାମୀ ଅଧିନାୟକ….

  1. Home
  2. Cric Special

ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ ରୋହିତ! କିଏ ହେବ ଆଗାମୀ ଅଧିନାୟକ….


ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଅନ୍ତିମ ମ୍ୟାଚ୍ ମାର୍ଚ୍ଚ ୯ ତାରିଖରେ ଦୁବାଇରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଅନେକ ଭାରତୀୟ ଖେଳାଳିଙ୍କ କ୍ୟାରିୟର ଏହି ଟୁର୍ନାମେଣ୍ଟ ଉପରେ ନିର୍ଭର କରେ। ଅନ୍ୟପକ୍ଷରେ କିଛି ଖେଳାଳିଙ୍କ ପାଇଁ ଏହା ଶେଷ ଆଇସିସି ଚାମ୍ପିଅନ୍ସ ଟ୍ରଫି ହୋଇପାରେ। ଫାଇନାଲ ମ୍ୟାଚ୍ ପୂର୍ବରୁ ଏକ ବଡ଼ ଖବର ଆସୁଛି ଯେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଏକଦିବାସୀୟ ଦଳର ଅଧିନାୟକ ପଦରୁ ହଟାଇ ଦିଆଯାଇପାରେ। ଯାହା ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହି ଯୁବ ଖେଳାଳିଙ୍କୁ ଅଧିନାୟକତ୍ୱ ଦେଇପାରନ୍ତି।

Rohit

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲରେ ପ୍ରବେଶ କରିଛି। ଭାରତ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡ ଦଳ ସହିତ ମୁହାଁମୁହିଁ ହେବ। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯଦି ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତେ, ତେବେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ହେବ? ଏ ସମ୍ପର୍କରେ ଆଲୋଚନା ଜୋରସୋରରେ ଚାଲିଛି।

Gill

କ୍ରିକେଟ୍ ରୁ ଅବସର ନେବା ହେଉଛି ଜଣେ ଖେଳାଳିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଯେଉଁଥିରେ କୌଣସି ବାଧା ନାହିଁ। ଯେତେବେଳେ ଜଣେ ଖେଳାଳି ଠିକ୍ ଅନୁଭବ କରନ୍ତି, ସେ କ୍ରିକେଟ୍ ଠାରୁ ବିଦାୟ ନିଅନ୍ତି। ରୋହିତ ଶର୍ମା ମଧ୍ୟ ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ରହିଛନ୍ତି। ଟି-୨୦ ପରେ, ସେ ଏକଦିବସିୟ ଫର୍ମାଟରୁ ଅବସର ଘୋଷଣା ମଧ୍ୟ କରିପାରନ୍ତି। 

Gill

ଚାମ୍ପିୟନ ଟ୍ରଫି ୨୦୨୫ ପରେ ଯଦି ରୋହିତ ଶର୍ମା ଏକଦିବସିୟ ଫର୍ମାଟକୁ ବିଦାୟ ଦିଅନ୍ତି, ତେବେ ତାଙ୍କ ସ୍ଥାନରେ ଏକଦିବସିୟରେ ସ୍ଥାୟୀ ଅଧିନାୟକ ଭାବରେ ଶୁଭମାନ ଗିଲଙ୍କୁ ଚୟନ କରାଯାଇପାରିବ। ବିସିସିଆଇ ଗିଲଙ୍କ ଠାରେ ଭବିଷ୍ୟତର ଅଧିନାୟକ ଖୋଜୁଛି। ଯେଉଁଥିପାଇଁ ସେ ଚାମ୍ପିଅନ୍ସ ଟ୍ରଫିରେ ଉପ-ଅଧିନାୟକ ଭାବରେ ମନୋନୀତ ହୋଇଛନ୍ତି। ଗତ ବର୍ଷ ଆରମ୍ଭରେ ତାଙ୍କୁ ଜିମ୍ବାୱେ ବିପକ୍ଷରେ ଟି-୨୦ ରେ ଅଧିନାୟକତ୍ୱ ଦିଆଯାଇଥିଲା। ଯେଉଁଥିରେ ତାଙ୍କ ଅଧିନାୟକତ୍ୱରେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୪-୧ ଜିତିଥିଲା।