World Cup 2023: ସଞ୍ଜୁ ସାମସନଙ୍ ଏବଂ ଇଶାନ କିଶନଙ୍କ ମଧ୍ୟରୁ କିଏ ହେବ ଦଳରୁ ବାହାର ?

  1. Home
  2. Cric Special

World Cup 2023: ସଞ୍ଜୁ ସାମସନଙ୍ ଏବଂ ଇଶାନ କିଶନଙ୍କ ମଧ୍ୟରୁ କିଏ ହେବ ଦଳରୁ ବାହାର ?


ଏକ ଦିବସୀୟ ବିଶ୍ୱକପ 2023 ରେ ସଞ୍ଜୁ ସାମସନ ଆଉ ଇଶାନ କିଶନ ମଧ୍ୟରୁ କିଏ ଟିମ ଭାରତ ପାଇଁ ଖେଳିବ ସେ ବିଷୟରେ ବର୍ତମାନ ସୁଦ୍ଧା ସ୍ପଷ୍ଟ ଭାବରେ ଜଣ ପଡ଼ିନାହିଁ |

ଏକ ଦିବସୀୟ ବିଶ୍ୱକପ ୨୦୨୩  କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି  | ଏଥିପାଇଁ ଟିମ ଭାରତ ଚୂଡାନ୍ତ ଏକାଦଶ ରେ କିଏ  କିଏ ଖେଳିବେ ସେ ନେଇ ବର୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ | ଗତ କିଛି ଦିନ ମଧ୍ୟରେ  ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ମ୍ୟାଚ ଖେଳାଯାଇଥିଲା ଯାହାକି ମ୍ୟାଚରେ ସୁଯୋଗ ପାଇଥିବା ନୂଆ ଖେଳାଳିଙ୍କ ପାଇଁ ଏକ ବଡ ଚାଲେଞ୍ଜ  ଥିଲା | 

                                                      sanju samson Ishan Kishan - India TV Hindi

ରୋହିତ ଶର୍ମା ଆଉ ବିରାଟ କୋହଲି ୨ ଟି ଏକ ଦିବସୀୟ ମ୍ୟାଚ ଖେଳିନଥିଲେ କାରଣ ଆପଣ ମାନେ ସମସ୍ତେ ଜାଣିଥିବେ ଏହି ଦୁଇ ଖେଳାଳି ନିଶ୍ଚିତ ଭାବରେ ବିଶ୍ୱକପରେ ଭାରତୀୟ ଦଳରେ ସ୍ଥାନ ପାଇବେ ଏବଂ ଯେଉଁ ନୂଆ ଖେଳାଳିମାନେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ମ୍ୟାଚ ରେ ସ୍ଥାନ ପାଇଥିଲେ ସେମାନଙ୍କ ମଧ୍ୟରୁ କେତେ ଜଣ ପାସ ହୋଇଛନ୍ତି ଆଉ କେତେ ଜଣ ଫେଲ ହେଇଛନ୍ତି ଏହାର ଫଳାଫଳ ସେଇ ଦିନ ଆସିବ ଯେଉଁ ଦିନ ବିସିସିଆଇ ପକ୍ଷରୁ ଚୂଡାନ୍ତ ଏକାଦଶ ଖେଳାଳିଙ୍କ ଘୋଷଣା କରାଯିବ ।

ବିଶ୍ୱକପ ରେ କିଏ ପାଇବ ସ୍ଥାନ ?

ସର୍ବପ୍ରଥମେ ଆସନ୍ତୁ ସଞ୍ଜୁ ସାମସନଙ୍ ଏବଂ ଇଶାନ କିଶନଙ୍କ ବିଷୟରେ ଆଲୋଚନା କରିବା | ସଞ୍ଜୁ ସାମସନ ଏପର୍ଯ୍ୟନ୍ତ ଭାରତ ପାଇଁ ୧୨ ଟି ଏକ ଦିବସୀୟ ମ୍ୟାଚ ଖେଳି ହାରାହାରି ୫୫.୭୧ ଆଭରେଜ଼ ସହ ୩୯୦ ରନ କରିଛନ୍ତି ।

ସେ ତିନୋଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ଅନ୍ୟପକ୍ଷରେ ଇଶାନ କିଶନ ଏପର୍ଯ୍ୟନ୍ତ ୧୬ ଟି ଏକ ଦିବସୀୟ ମ୍ୟାଚ ଖେଳି ହାରାହାରି ୪୬.୨୬ ଆଭରେଜ଼ ସହ ୬୯୪ ରନ କରିଛନ୍ତି । ସେ ଛଅ ​​ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି ।

ଆଶା କରାଯାଉଛି ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କେବଳ ଜଣେ ସୁଯୋଗ ପାଇପାରନ୍ତି । କେ.ଏଲ୍ ରାହୁଲ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି ଏବଂ ଆଶା କରାଯାଉଛି ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତନ କରିପାରନ୍ତି । ଯଦି ସେ ଫିଟ ରୁହନ୍ତି ତେବେ ବିଶ୍ୱକପ୍ ମଧ୍ୟ ଖେଳିପାରନ୍ତି ଏଥିରେ ଅଧିକ ସନ୍ଦେହ ହେବା ଉଚିତ୍ ନୁହେଁ । ଏଭଳି ପରିସ୍ଥିତିରେ ଇଶାନ କିଶନ ଏବଂ ସଞ୍ଜୁ ସାମସନଙ୍କ ମଧ୍ୟରୁ କେବଳ ଜଣେ ୱିକେଟ କିପର ବିଶ୍ୱକପ ଦଳରେ ଯୋଗ ଦେଇ ପାରନ୍ତି ବୋଲି ଆଶା କରାଯାଉଛି ।